ପୁଣି ଅଡୁଆରେ Ollywood Singer ହ୍ୟୁମାନ ସାଗର ..ହ୍ୟୁମାନ ସାଗର ତୁମର ବହୁତ ସାହସ, ଝିଅଙ୍କୁ ନେଇ କଣ କହୁଛନ୍ତି ମହିଳା ଭାଇରାଲ VIDEO
ବନ୍ଧୁଗଣ ସଂଗୀତ ଏକ ସାଧନା ହୋଇଥାଏ ଆଉ ଏହା ଏହିପରି ଏକ ଭାବନା ଯାହା ସମସ୍ତ ଙ୍କୁ ଭଲ ଲାଗିଥାଏ ।ଜଣେ ବ୍ୟକ୍ତି ସଂଗୀତ ମାଧ୍ୟମରେ ନିଜ ମନର ଭାବନା କୁ ଭାଷା ମାଧ୍ୟମରେ ଏକ ସୁନ୍ଦର ସ୍ୱର ଦେଇ ପ୍ରକାଶ କରିଥାଏ ।ଆଉ ଅନ୍ୟ ପକ୍ଷରେ ସେହି ଗୀତ କୁ ଶୁଣୁଥିବା ବ୍ୟକ୍ତି ଜଣଙ୍କ ନିଜ ଜୀବନ କୁ ତା ସହ ଯୋଡ଼ି ଦେଇ ତାହାକୁ ଅନୁଭବ କରେ।
ତେବେ ଆପଣ ଦେଖିଥିବେ ଆମ ଓଡ଼ିଆ ସିନେମା ଜଗତ ରେ ମଧ୍ୟ ଏହିପରି ଅନେକ ଗାୟକ ଗାୟିକା ଅଛନ୍ତି, ଯାହାଙ୍କ ର ଗୀତ ଶୁଣିଲେ ଆମକୁ ବହୁତ ଖୁସି ଲାଗେ।
କିନ୍ତୁ ବର୍ତ୍ତମାନ ର ଯେଉଁ ଭଳି ସବୁ ଗୀତ ସାମ୍ନା କୁ ଆସୁଅଛି ତାହା ଶୁଣିଲେ ମନ ଶାନ୍ତ ନୁହେଁ ବରଂ ଅଧିକ ବିବ୍ରତ ହେଉଛି। ଆଉ ଗୀତ ଲେଖିବା ବେଳେ କିମ୍ବା ଗୀତ ଗାଇବା ସମୟରେ ଏମାନେ ଆମ ସଂସ୍କୃତି , ସଂସ୍କାର ଓ ଭଗବାନ ଙ୍କୁ ମଧ୍ୟ ଭୁଲି ଯାଉଛନ୍ତି ଏବଂ ଏହିପରି ଗୀତ ଗାଉଛନ୍ତି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ। ତେବେ ବର୍ତ୍ତମାନ ଆମ ଓଲିଉଡ ର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଏହିପରି ଏକ ଗୀତ ଗାଈ ବିବାଦ ଘେର ରେ ଫସିଛନ୍ତି। ତେବେ ସେହି ଗୀତ ଟି ହେଉଛି “ଓଁ ନମଃ ଇଂଷ୍ଟା ସୁନ୍ଦରୀ”।
ତେବେ ଏହି “ଓଁ ନମଃ ଇଂଷ୍ଟା ସୁନ୍ଦରୀ” ଗୀତ ଟି ଆସିବା ପରେ ପାରମ୍ପରିକ ବାଦୀ ମାନେ ଏହାକୁ ଖୁବ ସମାଲୋଚନା କରିଛନ୍ତି। ତେବେ ତାଙ୍କର କହିବା ଅନୁସାରେ ଓଁ ନମଃ ହେଉଛି ଆମ ଭଗବାନ ଙ୍କ ର ନାମ ଯେ କୌଣସି ଭଗବାନ ଙ୍କୁ ପ୍ରାର୍ଥନା କରିବା ବେଳେ ବା ତାଙ୍କର ନାମ ସ୍ମରଣ କରିବା ବେଳେ ଆମେ ପ୍ରଥମେ ଓଁ ନମଃ ଶବ୍ଦ ଉଚ୍ଚାରଣ କରିଥାଉ। ଏହା ଆମ ପାଇଁ ଏକ ପବିତ୍ର ଶବ୍ଦ ଅଟେ। କିନ୍ତୁ ବର୍ତ୍ତମାନ ହ୍ୟୁମାନ ସାଗର ଯେଉଁ ଗୀତ ଟି ଗାଇଛନ୍ତି ସେଥିରେ ଦେଖା ଯାଇଛି “ଓଁ ନମଃ ଇଂଷ୍ଟା ସୁନ୍ଦରୀ” ଯେଉଁ ଥିରେ ଝିଅ ମାନ ଙ୍କୁ ଆକ୍ଷପ କରି କୁହାଯାଇଛି।
ତେବେ ସେ କହିଛନ୍ତି କି ଇଂଷ୍ଟାଗ୍ରାମ କେବଳ ଝିଅ ମାନେ ନୁହେଁ ବରଂ ପୁଅ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରନ୍ତି। ତେଣୁ ଝିଅ ମାନ ଙ୍କୁ ଆକ୍ଷେପ କରି ଏହିପରି କହିବା ତାହା ବି ପ୍ରଥମେ ଓଁ ନମଃ ର ଶବ୍ଦ ନେଇ କହିବା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ। ଏହିପରି ଭାବରେ ଆମ ଭଗବାନ ଙ୍କୁ ସମର୍ପଣ କରି ବ୍ୟବହାର କରୁଥିବା ଶବ୍ଦ ର ଉଚାରଣ କରି ଏହା ନିହାତି ଭାବରେ ଅସଂମାନିନୀୟ ଅଟେ।ତୁମ ଅନ୍ୟ ସବୁ ପ୍ରକାରର ଗୀତ ବନାଇ ପାରିବ କିନ୍ତୁ ଆମ ସଂସ୍କୃତି କୁ ଅସଂମାନ କରି ନୁହେଁ। ତେବେ ତାଙ୍କର ଏହି ଭିଡ଼ିଓ ଟିକୁ ସମସ୍ତେ ଖୁବ ପସନ୍ଦ କରିବା ସହ ତାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।