ପୁଅ ଅପେକ୍ଷାରେ…୮ ବର୍ଷ ହେଲା ଶ୍ମଶାନରେ ବାପା ପୁଅ ଯେଉଁଠି ପୋଡା ହୋଇଥିଲା ଆଜି ବି ସେଇଠି ବସି ପୁଅ ଫେରିବା ବାଟକୁ ଚାହିଁରହିଛି ବାପା
ବନ୍ଧୁମାନେ ନିୟତି ର ନିୟମ ପାଖରେ ମଣିଷ କୁ ସବୁବେଳେ ହାର ମାନିବାକୁ ପଡିଥାଏ ।ତେବେ କେହି ବାପାମାଆ ନିଜକୁ କେମିତି ବୁଝାଇବ ଯୋଉ ପୁଅକୁ ଜନ୍ମ କ୍ତି ଏତେ ଯତ୍ନରେ ବଡ଼ ବଡ଼ କରିଥିଲେ ସେ ଯଦି ଅଧା ବୟସରେ ହାତ ଛାଡ଼ି ଦେବ ।ତେବେ ବନ୍ଧୁମାନେ ଆଜି ସେମିତି ଜଣେ ବାପାଙ୍କୁ ଦେଖିବାକୁ ମିଲିଛି ଯାହାଙ୍କର 8 ବର୍ଷ ହେଲା ମଲାଣି କିନ୍ତୁ ବାପା ପୁଅକୁ ନଭୁଲି ପରି ମଶାଣି ରେ ବସିଛି ।
ବାପା ମନ ଦୁଃଖରେ ପୁଅକୁ ଯେତେ ଡାକିଲେ ବି ପୁଅ ଆଉ ଫେରୁ ନାହିଁ ଆଉ ଏପଟେ ଜଣେ ବାପାର ଏମିତି ଅବସ୍ଥା ଦେଖି ଝିଅ ସହି ପାରୁନି ।ତେବେ ବନ୍ଧୁମାନେ ନଜର ପକାନ୍ତୁ ଥରେ ଏହି ଘଟଣା ଉପରେ ।
ତେବେ ଆମେ ସମସ୍ତେ ଜାଣିଚୁ ବାପାମାଆ ନିଜ ପିଲା ପାଇଁ ଏମିତି ଏକ ଆଶାର ବାଡ଼ି ଯାହା ବିନା ପିଲାଟିଏ ଆଗକୁ ବଡି ପାରେନା ।ଆଉ ବାପାମାଆ ବି ଖୁସିରେ ଖୁସିରେ ନିଜ ପିଲା ପାଇଁ ସବୁକିଛି କରିଯାଆନ୍ତି ।ତେବେ ଯେତେବେଳେ ନିୟତି ଯେତେବେଳେ ସେହି ବାପାମାଆ ଙ୍କ କୋଳ ଖାଲି କରେ ସେତେବେଳେ ସେହି ଦୁଃଖକୁ ପାସୋରିବା ମୁସ୍କିଲ ହେଇ ପଡେ ।ଯେମିତି ଭୁଆଁ ଗାଁ ର ଗୌତମ ମହାନ୍ତି ଙ୍କୁ ଦେଖନ୍ତୁ କୌଣସି ଏକ ଦୁର୍ଘଟଣା ରେ ପୁଆ ଚାଲିଯିବା ପରେ ବାପା ନିଜକୁ ବୁଝାଇ ପାରୁ ନାହାନ୍ତି ।ଆଉ ଆଜି ବି ପୁଅର ଫେରିବା ବାଟକୁ ଚାହିଁ ବଶିଛନ୍ତି ବାପା ଗୌତମ ।
ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ନିମାପଡା ବ୍ଳକ ର ଭୁଆଁ ଗାଁ ର ଗୌତମ ମହାନ୍ତି ଯିଏ ଗତ 8 ବର୍ଷ ଧରି ଏକ ଜଙ୍ଗଲର ମଶାଣିରେ ନିତି ବଷୁଛନ୍ତି ଯାହାକୁ ଦେଖି ଲୋକେ ତାଙ୍କୁ ପାଗଳ ବି କହୁଥିଲେ ।ତେବେ ଯେତେବେଳେ ତାଙ୍କର ଏମିତି ବ୍ୟବହାର କରିବା ପଛର ସତ ଜଣାପଡିଲା ତାହା ସମସ୍ତଙ୍କ ହୃଦୟ କୁ କନ୍ଦାଇ ଦେଲା ।ତେବେ 8 ବର୍ଷ ତଳେ ଗୌତମ ନିଜର ପୁଅକୁ ହଠାତ ହରେଇ ଦେଇଥିଲେ ଆଉ ପୁଅର ମୃତ୍ୟୁ କୁ ସହି ନପାରି ଗୌତମ ନିଜର ମାନସିକ ଭାରସାମ୍ୟ ହରେଇ ଦେଇଛନ୍ତି ।
ଆଉ ସେହି ଦିନ ଠାରୁ ଗୌତମ ପ୍ରତିଦିନ ପୁଅର ଶବ ସତ୍କାର ହେଇଥିବା ମଶାଣିରେ ଆସି ଜଗି ରହିଛନ୍ତି ।କେତେବେଳେ କେତେବେଳେ ପୁଅର ନାଁ ଧରି ଡାକିବାର ବି ଶୁଣା ଯାଇଛି ।ଆଉ ଏମିତି ବସିବା ପରେ ଯେତେବେଳେ ତାଙ୍କ ଜ୍ବାଇଁ ଆସି ଗୌତମ କୁ ବୁଝାଇ ନେଇ ଯାଆନ୍ତି ସେତେବେଳେ ସେ ସେଠାରୁ ଯାଆନ୍ତି ।ପୁଣି ପୂର୍ବ ଦିନ ସେମିତି ସେ ମଶାଣି ପାଖରେ ପହଁଚି ଯାଆନ୍ତି ଗୌତମ, ତେବେ ଗୌତମ ଙ୍କ ଝିଅ ଜ୍ବାଇଁ ଗୌତମ ର ଯେତେ ସେବା କଲେ ବି ଆର୍ଥିକ ଅଭାବ ଯୋଗୁଁ ତାଙ୍କୁ ବଡ଼ ଡାକ୍ତର ଦେଖାଇ ଚିକିତ୍ସା କରି ପାରୁନାହାନ୍ତି ।ଆଉ ଏଥିପାଇଁ ସେମାନେ ସରକାର ସହାୟତା ବି ଲୋଡିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।