Daily news update , Real odisha local news

ପୁରୁଷମାନେ ଏହି ୪ଟି କାମ କରିବାବେଳେ କେବେବି ଲାଜ କରନ୍ତୁ ନାହିଁ | Chanakya Niti,

0 2,609

ବନ୍ଧୁମାନେ ଆମ ଧର୍ମ ଶାସ୍ତ୍ରରେ ଅନେକ ଜ୍ଞାନୀ ଗୁଣି ଲୋକମାନେ ମନେ ମାନବ ଜୀବନ ଉପରେ ଅନେକ କଥା କହିଛନ୍ତି ।ଆଉ ଆମେ ଯଦି ଜୀବନରେ ସେହି ସବୁ ମାନି ଚଳୁଛୁ ତେବେ ଆମ ଜୀବନରେ କେବେ କିଛି ଅସୁବିଧା ଆସିବା ଆଗରୁ ଆମେ ସଜାଗ ହେଇଯାଉ ।

ତେବେ ଆପଣ ମାନେ କୌଟିଲ୍ୟ ବା ଚାଣକ୍ୟ ଙ୍କୁ ଭଲ ଭାବରେ ଜାଣିଥିବେ ।ଆମ ଇତିହାସ ରେ ତାଙ୍କ ବିଷୟରେ ବହୁତ କିଛି କୁହା ଯାଇଛି, ତେବେ ସେ ତାଙ୍କର ଧର୍ମଶାସ୍ତ୍ର ରେ କିଛି ଏମିତି କଥା କହିଯାଇଛନ୍ତି ଯାହା ପ୍ରତ୍ୟେକ ପୁରୁଷ ନିହାତି ମାନିବା ଦରକାର ।

ତେବେ ଚାଣକ୍ୟ ଙ୍କ ଅନୁସାରେ ପ୍ରତ୍ୟେକ ପୁରୁଷ ନିଜ ଜୀବନରେ ଏମିତି 4ଟି କାମ ରହିଛି ଯାହା କଲା ହେଲେ କେବେ ଲାଜ କରିବା ଉଚିତ ନୁହେଁ ।ଆଉ ସେହି ଜାଗ ଗୁଡିକରେ ଯଦି ଲାଜ କରୁଛନ୍ତି ତେବେ ସେମାନେ କେବେ ଆଗକୁ ଯାଇ ପାରନ୍ତି ନାହିଁ ।ତେବେ କୋଉ 4ଟି କାମ କଥା ଏଠାରେ କୁହାଯାଇଛି ଆସନ୍ତୁ ସେ ବିଷୟରେ ଜାଣିବା ।

1.ପୁରୁଷ ମାନେ କେବେ ନିଜ ସ୍ତ୍ରୀ ଆଗରେ ଲାଜ କରନ୍ତୁ ନାହିଁ ସ୍ୱାମୀ ସ୍ତ୍ରୀ ଭିତରେ ଶାରୀରିକ ସମ୍ପର୍କ ରହିବା ସ୍ୱାଭାବିକ ।ଆଉ ସେହି ଜାଗାରେ ସ୍ତ୍ରୀ ଲାଜ କରିବେ କିନ୍ତୁ ପୁରୁଷ ସେହି ଜାଗାରେ ଲାଜ କରିବା ଉଚିତ ନୁହେଁ ।ଆଉ ଏମିତି ହେଲେ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଫାଟ ସୃଷ୍ଟି ହେଇଥାଏ ଆଉ ସେହି ସମ୍ପର୍କ ଆଗକୁ ଚାଲି ପାରେ ନାହିଁ ।

2.ଭୋଜଳ କଲା ବେଳେ କେହି ଲାଜ କରିବା ଉଚିତ ନୁହେଁ, ତେବେ ଚାଣକ୍ୟ ମତ ଅନୁସାରେ ଖାଇବା ବେଳେ ଲଜ୍ଜା କଲେ ଭୋକରେ ରହିବାକୁ ପଡିଥାଏ ।ଏହା ବ୍ୟତୀତ ଭୋଜନ୍ର ବି ଅପମାନ ହେଇଥାଏ ତେଣୁ ଏପ୍ରି ଭୁଲ କେବେ କରନ୍ତୁ ନାହିଁ ।

3.ଜ୍ଞାନ ଆହରଣ ବେଳେ ବି ଶିକ୍ଷକ ବା କୋଉ ଗୁରୁଜନଙ୍କ ପାଖରେ ଲାଜ କରିବା ଉଚିତ ନୁହେଁ ।ତେବେ ଯଦି ପାଠ ପଡିବା ବେଳେ ଆପଣ ଲାଜ କରି ପଚାରୁ ନାହାନ୍ତି ବା ଚୁପ ରହୁଛନ୍ତି ତେବେ ଆପଣଙ୍କ ପାଠ ଅଧାରେ ରହିଯାଇଥାଏ ।ତେବେ କଥାରେ କୁହାଯାଏ ଅଧା ଜ୍ଞାନ ପରାଜୟ ର କାରଣ ଅଟେ ।

4.ଧାର ଟଙ୍କା ଫେରସ୍ତ ମାଗିବା ବେଳେ ବି ଲାଜ କରିବା ଉଚିତ ନୁହେଁ ।ତେବେ ଆପଣ କାହାକୁ ଟଙ୍କା ଦେଇଛନ୍ତି ତେବେ ତାଙ୍କୁ ମାଗିବା ବେଳେ ଲାଜ କରନ୍ତୁ ନାହିଁ କାରଣ ସେହି ଟଙ୍କା ଆପଣଙ୍କ ର ।ଯଦି ଏମିତି ଲାଜ କରିବେ ତେବେ ଦିନେ ନିଶ୍ଚୟ ଗରିବ ହେଇଯିବେ ।ତେବେ ଚାଣକ୍ୟ ଙ୍କର ଏହି କେତୋଟି କଥା ସମସ୍ତେ ନିଶ୍ଚିତ ରୂପେ ମାନି ଚାଲନ୍ତୁ ନିଶ୍ଚୟ ଜୀବନରେ ଉନ୍ନତୀ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.