ବନ୍ଧୁମାନେ ଆମ ଅଲିଉଡ଼ ରେ ଏମିତି ଜଣେ ଆର୍ଟିଷ୍ଟ ଅଛନ୍ତି ଯେଉଁ ମାନଙ୍କ ଜୀବନରେ କିଛି ଏମିତି ଅଭୁଲା ସତ ରହିଛି ଯାହା ବିଷୟରେ ଦର୍ଶକ କେବେ ଜାଣି ନଥାନ୍ତି ।ତେବେ ଆପଣ ଓଲିଉଡ ର ଖୁବ ଲୋକପ୍ରିୟ ସିଙ୍ଗର ଅସୀମା ପଣ୍ଡା ଙ୍କୁ ଭଲ ଭାବରେ ଜାଣିଥିବେ ।ତାଙ୍କର ଅନେକ ଗୁଡିଏ ପୁପୁଲର ଗୀତ ରହିଛି ଯେମିତିଜିଗର ବାଲା, ହଳଦୀ ଗିନା, ହେ ଇଶ୍ଵର ଇତ୍ୟାଦି ।
ତା ଛଡା ଅସୀମା ଓଡିଶା ର ଅନେକ ପ୍ରକାର ଭାଷାରେ ଖୁବ ସୁନ୍ଦର ଭାବରେ ଗୀତ ଗାଇ ପାରନ୍ତି ।ତେବେ ଅସୀମା ଙ୍କୁ ଆପଣ ଏବେ ଦେଖୁଛନ୍ତି କିନ୍ତୁ ତାଙ୍କର ଜୀବନରେ ଏମିତି ଦୁଃଖଦ ଘଟଣା ରହିଛି ତାହା ବିଷୟରେ ଆସନ୍ତୁ ଜାଣିବା ।
ତେବେ ଅସୀମା ପଣ୍ଡା ଓଲିଉଡ ଜଣା ଶୁଣା ସିଙ୍ଗର, ତେବେ ତାଙ୍କର ଜନ୍ମ 1982 ମସିହା ଅକ୍ଟୋବର 25 ତାରିଖରେ ଢେ଼ଙ୍କାନାଳର ଏକ ବ୍ରାହ୍ମଣ ପରିବାରରେ ହେଇଥିଲା ।ତେବେ ତାଙ୍କ ଘରେ ବାପା ମାଆ ଓ ଜଣେ ବଡ ଭାଇ ରହିଛନ୍ତି, ତେବେ ଅସୀମା ଗୋରା ଅଟନ୍ତି ଆଉ ତାଙ୍କର ଉଚ୍ଚତା 5.7 ଇଂଚ ।ତେବେ ସେ ଖୁବ ସାନ ବୟସରୁ ସଙ୍ଗୀତ ପ୍ରତି ରୁଚି ରଖିଥିଲେ ବଡ଼ ହେବା ପରେ ସେ ଅନେକ ଭଜନ ବି ଗାଇଲେ ।ଧୀରେ ଧୀରେ ସେ ଅନେକ ଭକ୍ତି କାର୍ଯ୍ୟକ୍ରମ ଗୁଡ଼ିକ ରେ ବି ସାମିଲ ହେଇଥିଲେ ।ହେଲେ ସେହି ଭିତରେ ସେ ବିବାହ ବି କରିଥିଲେ କିନ୍ତୁ ତାଙ୍କର ବିବାହ ଜୀବନ ଖୁବ କମ ସମୟ ରେ ଭାଙ୍ଗି ଯାଇଥିଲା ।
ତେବେ 2015 ମସିହା ରେ ଅସୀମା ମାନସ ନଙ୍କ ଜଣେ ବ୍ୟକ୍ତି କୁ ବିବାହ କରିଥିଲେ କିନ୍ତୁ ବିବାହ ର ମାତ୍ର 6 ମାସ ଭିତରେ ଡିଭର୍ସ ହେଇ ଯାଇଥିଲା ।ଆଉ ଏହା ଅସୀମା ଜୀବନ ର ଏକ ବିରାଟ ସତ, ତେବେ ଏବେ କିନ୍ତୁ ଅସୀମା ସିଙ୍ଗଲ ଅଛନ୍ତି ଆଉ ଗୀତ ସହିତ ଖୁବ ନିବିଡ଼ ସମ୍ପର୍କ ରଖିଛନ୍ତି ।ନିଜର ଚେଷ୍ଟା ବଳରେ ସେ ଓଡିଆ ଭାଷାରେ ଗୀତ ଗାଉଥିଲେ କ8ନ୍ତୁ ଆଜି ସେ ସମ୍ବଲପୁରୀ ସଙ୍ଗିତ ଇଣ୍ଡଷ୍ଟ୍ରିର ତାରକା ହୋଇ ପାରିଛନ୍ତି। ଅନେକ ସମ୍ବଲପୁରି ଗୀତ ତାଙ୍କର ଆଜି ସବୁଠି ଧୂମ ମଚାଉଛି, ତେବେ ଯେଉଁଠି ଅସୀମା ଙ୍କ ଗୀତ ବାଜି ଉଠେ ପାଦ କୁ ଅଟକାଇବା ମୁସ୍କିଲ ହେଇ ପଡେ ।

ତେବେ ଅସୀମା ଆଗକୁ ଆହୁରି ନୂଆ ନୂଆ ଗୀତ ଗାଇବେ ଆଶା କରୁଛୁ, ତେବେ ସମସ୍ତ ଙ୍କ ଜୀବନରେ କିଛି ଦୁଃଖ ଆସିବା ପରେ ମଣିଷ ବହୁତ ମଜବୁତ ହେଇଥାଏ ।ଆଉ ବୋଧେ ଅସୀମା ଙ୍କ କ୍ଷେତ୍ରରେ ବି ସେଇୟା ଘଟିଛି କାରଣ ତାଙ୍କର ଡିଭର୍ସ ପରେ ସେ ପଛକୁ ଅନେଇ ନାହାନ୍ତି ଆଗୁକୁ ଆଗୁକୁ ଏକ ବାଟ ଚାଲି ଆସିଛନ୍ତି ।ତେବେ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ ଜୀବନରେ ଆସିବାକୁ ଥିବା କଷ୍ଟ କୁ ସାମ୍ନା କରିବାକୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।