Daily news update , Real odisha local news

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଷୟରେ କିଛି ଏଭଳି କହିଲେ ମହିଳା ଜଣଙ୍କ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0 427

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଓଡ଼ିଶାର ଗର୍ଵ ଓ ଗୌରବ ତଥା ଭାରତ ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତ ରେ ଅଛନ୍ତି। ତେବେ ସେ ଆମ ଓଡ଼ିଶା ମାଟି ମୟୁରଭଞ୍ଜ ର ଝିଅ ଆଉ ଆଜି ପୁରା ଦେଶ ର ପ୍ରଥମ ନାଗରିକ ଭାବରେ ନିଜର ଦ୍ୱାୟିତ ତୁଲାଉଛନ୍ତି।

ତେବେ ତାଙ୍କୁ ସ୍ବାଗତ କରିବା ପାଇଁ ବର୍ତ୍ତମାନ ପୁରା ରାଜ୍ୟ ଅପେକ୍ଷା କରି ରହିଛି, ତାଙ୍କର ସ୍କୁଲ ଦିନ ର ସାଙ୍ଗ ସାଥି ମାନେ ମଧ୍ୟ ଖୁବ ଉତ୍ସାହି ରହିଛନ୍ତି ନିଜର ସାଙ୍ଗ କୁ ଦେଖା କରିବା ପାଇଁ କାରଣ ସେ ବର୍ତ୍ତମାନ ତାଙ୍କର ବନ୍ଧୁ ଜଣେ ରାଷ୍ଟ୍ରପତି ଅଟନ୍ତି।

ତେବେ ନିଜର ବନ୍ଧୁ ଙ୍କୁ ଦେଖା କରିବା ପାଇଁ ତାଙ୍କର ପିଲା ଦିନ ତଥା ସ୍କୁଲ ର ସାଙ୍ଗ ମାନେ ସେହି ବିଦ୍ୟାଳୟ ରେ ଅପେକ୍ଷା କରି ରହିଛନ୍ତି ଯେଉଁ ଠାରେ ସେମାନେ ଦିନେ ଏକା ସାଙ୍ଗରେ ପଢିଥିଲେ। ତେବେ ସୂଚନା ଥାଉ କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ର ରାଜଧାନୀ ବାଳିକା ବିଦ୍ୟାଳୟ ରେ ତାଙ୍କର ଅଷ୍ଟମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ବିତାଇ ଥିଲେ। ଆଉ ଆଜି ସେହି ବିଦ୍ୟାଳୟ ରେ ତାଙ୍କୁ ପ୍ରାୟ ୧୧ ଜଣ ବନ୍ଧୁ ଅପେକ୍ଷା କରିଛନ୍ତି ସ୍ୱାଗତ କରିବା ପାଇଁ ।ଏହା ସହ ସେମାନେ ତାଙ୍କ ର ସ୍କୁଲ ବେଳ ର କିଛି ଘଟଣା ଦ୍ରୌପଦୀ ଙ୍କ ସହ ସେୟାର କରିଛନ୍ତି।

 

ତେବେ ତାଙ୍କର ଜଣେ ବନ୍ଧୁ କହିଛନ୍ତି କି , ଦ୍ରୌପଦୀ ଛୋଟ ବେଳେ ବହୁତ ଦୁଷ୍ଟ ଥିଲେ ଆଉ ସେ ଯେତେବେଳେ ମନିଟର ଥିଲେ ସେତେବେଳେ ଦ୍ରୌପଦୀ ଶ୍ରେଣୀ କକ୍ଷ ରେ ପାଟି କଲେ ତାଙ୍କୁ ବେଞ୍ଚ ଉପରେ ଠିଆ କରି ଦେଉଥିଲେ ବୋଲି। ଅନ୍ୟ ଜଣେ ବନ୍ଧୁ କହିଛନ୍ତି କି ତାଙ୍କର ସ୍କୁଲ ରେ ପଢ଼ୁଥିବା ବେଳେ ସେମାନେ ବହୁତ ଭଲ ସାଙ୍ଗ ଥିଲେ ମାତ୍ର ପରେ ଯେତେବେଳେ ସମସ୍ତ ଙ୍କ ର ବିଷୟ ଭିନ୍ନ ଭିନ୍ନ ହୋଇଗଲା ସେତେବେଳେ ସେମାନେ ଟିକେ ଦୁରେଇ ଯାଇଥିଲେ କିନ୍ତୁ ବର୍ତ୍ତମାନ ପୁଣି ଥରେ ସେହି ବନ୍ଧୁ ଙ୍କୁ ଜଣେ ରାଷ୍ଟ୍ରପତି ଭାବରେ ଦେଖିବା ପାଇଁ ସେ ବହୁତ ଆଶାୟୀ ରହିଛନ୍ତି।

ତେବେ ତାଙ୍କର ଆଉ ଜଣେ ସାଙ୍ଗ କହିଛନ୍ତି କି , ପିଲା ଦିନ ରୁ ମୁଁ ତା ସହ ମିଶେ ଆଉ ଆମେ ଦୁହେଁ ସବୁଦିନ କଣ୍ଟାକ ରେ ଅଛୁ। ଆଉ ସବୁଠାରୁ ବଡ଼ କଥା ଆମ ସମସ୍ତ ଙ୍କ ପାଇଁ ଯେ ,ଦ୍ରୌପଦୀ ବର୍ତ୍ତମାନ ଜଣେ ରାଷ୍ଟ୍ରପତି ହୋଇଥିଲେ ମଧ୍ୟ ସେ ଓଡ଼ିଶା ଆସିବା ନିଷ୍ପତ୍ତି ନେବା ପରେ ତାଙ୍କର ସାଙ୍ଗ ସାଥି ମାନ ଙ୍କୁ ଦେଖା କରିବା ପାଇଁ ବିଦ୍ୟାଳୟ କୁ ଆସିବା କୁ କହିଥିଲେ। ତେବେ ତାଙ୍କର ସବୁ ସାଂଗ ବର୍ତ୍ତମାନ ଖୁବ ଉତ୍ସାହି ରହିଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.