Daily news update , Real odisha local news

ରାତି ଅଧରେ ସ୍ୱାମୀ ର ଶବ ସତ୍କାର ପାଇଁ ସ୍ତ୍ରୀ ଖୋଳୁଛି କବର ଭିଡିଓ ଦେଖିଲେ ଭୟଭିତ ହୋଇଯିବେ…

0 784

ଜଣେ ଗରିବ ମାଟିର ମଣିଷ କୁ ଆହା କି ସାହା କହିବାକୁ କେହି ନଥାନ୍ତି ।ଯେତେବେଳେ ତାଙ୍କ ଉପରେ ଦୁଃଖ ଆସିଥାଏ ତାହାକୁ ତାଙ୍କୁ ଏକୁଟିଆ ସାମ୍ନା କରିବାକୁ ପଡିଥାଏ ।ଦୁଃଖ ଆସିଲେ କି ସୁଖ ଆସିଲେ ପାଖରେ ଠିଆ ହେବା କୁ କେହି ବି ନଥାନ୍ତି। ଆଜି ସେହି ଭଳି ବେସାହାୟ ଅବସ୍ଥାରେ ପଡିଛନ୍ତି ଜଣେ ମହିଳା ଆଉ ନିଜ ସ୍ୱାମୀ ର ଶବ ସତ୍କାର ପାଇଁ ନିଜେ ଜମି ଖୋଳୁଛନ୍ତି। ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି , ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିଲେ ଆପଣ ମଧ୍ୟ ତାଜୁକ ରହିଯିବେ।

ତେବେ ଘଟଣା ଟି ହେଉଛି କେଉଁଝର ଜିଲ୍ଲା ର ନାଲପାହି ଅଞ୍ଚଳରେ ,ଯେଉଁ ଠାରେ ଗତକାଲି ଅଧ ରାତ୍ରି ରେ ଜଣେ ମହିଳା ଙ୍କୁ ନିଜ ସ୍ୱାମୀ ଙ୍କ ପାଇଁ କବର ଖୋଳିବା ରେ ଦେଖିବା କୁ ମିଳିଥିଲା।

ତେବେ ସେ ନିଜେ କହିଁକି ନିଜ ସ୍ୱାମୀ ପାଇଁ ଜମି ଖଲିଛନ୍ତି ବୋଲି ପଚାରିବା ରୁ ସବୁ ଘଟଣା ସାମ୍ନା କୁ ଆସିଥିଲା। ତେବେ ମହିଳା ଜଣଙ୍କ କହିଥିଲେ କି ସେ ଗରିବ ମାଟି ର ମଣିଷ ଅଟନ୍ତି , ତାଙ୍କର ପିଲା ଛୁଆ କେହି ନାହିଁ ସ୍ୱାମୀ ମରିବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ଆସିଲେ ନାହିଁ ।ତେଣୁ ସେ ନିଜେ ସ୍ୱାମୀ ର କବର ଖୋଳୁଛନ୍ତି।

ତେବେ ମହିଳା ଜଣଙ୍କ କହିଛନ୍ତି କି ତାଙ୍କର ସ୍ୱାମୀ ଙ୍କୁ ଜ୍ଵର ହୋଇଥିଲା ଏବଂ ଜୋର ନକମିବା ରୁ ସେ ତାଙ୍କୁ ପ୍ରଥମେ ଚରମ୍ପା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସ୍ୱାମୀ ଙ୍କ ର ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ କେଉଁଝର ମୁଖ୍ୟ ହସ୍ପିଟାଲ କୁ ସ୍ଥାନା ନ୍ତର କରାଯାଇ ଥିଲା। ଆଉ ସେଠାରେ ରାତି ୧୦ ଟା ସମୟ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ମହିଳା ଙ୍କ ପାଖରେ ମୃତ ଦେହ କୁ ଗାଁ କୁ ଆଣିବା ପାଇଁ ହସ୍ପିଟାଲ ରୁ କୌଣସି ସାହାଯ୍ୟ ସୁବିଧା ମିଳି ନଥିଲା।


ତେଣୁ ସେ ପୁଣି ଗାଁ କୁ ଆସି ସେଠାରେ ଟଙ୍କା ଯୋଗାଡ କରି ୧୫୦୦ ଟଙ୍କା ଖର୍ଚ୍ଚ କରି ନିଜ ସ୍ୱାମୀ ର ଶବ କୁ ଗାଁ କୁ ଆଣିଥିଲେ। ହେଲେ ଗାଁ ର ଲୋକେ ମଧ୍ୟ ତାଙ୍କର ଶବ ସତ୍କାର ତଥା ଶେଷ କୃତ୍ୟ କରିବା ପାଇଁ ସାହାଯ୍ୟ କଲେ ନାହିଁ। ଯାହା ଫଳରେ କିଛି ଉପାୟ ନପାଇ ମହିଳା ଜଣଙ୍କ ନିଜେ ସ୍ୱାମୀ ଙ୍କ ର ଶବ କୁ ପୋତିବା ପାଇଁ କବର ରାତ୍ରି ରେ ଖୋଳୁ ଥିଲେ। ତେବେ ବନ୍ଧୁଗଣ ଆପଣ ମାନେ ଜାଣି ପାରୁଛନ୍ତି ତ ବର୍ତ୍ତମାନ ଆମ ସମାଜ କେଉଁ ସ୍ତର ରେ ରହିଛି ବୋଲି। ଜଣେ ଗରିବ ଲୋକ କୁ ଆହା କରିବା ପାଇଁ କେହି ନଥାନ୍ତି କିନ୍ତୁ ଧନୀ ଲୋକର ଗୋଡ଼ ତଳେ ପଡିବା ପାଇଁ ଲାଇନ ଲାଗିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.