ରାତିରେ ଫୋନ କରି ଝିଅ କହିଥିଲା ମାଆ ତୋ ପାଇଁ ଶାଡୀ ଆଣିଛି କାଲି ଗଲେ ସେହି ଶାଡୀ ପିନ୍ଧିବୁ ।ତେବେ ମୋତେ ଆଜି କେମିତି କେମିତି ଲାଗୁଛି ଟିକିଏ ତୋ କୋଳରେ ଶୋଇବାକୁ ଇଚ୍ଛା ହେଉଛି ତୋ ହାତ ରନ୍ଧା ଖାଇବାକୁ ମନ ହେଉଛି ।
ଭାବୁଛି କାଲି ଘରକୁ ଯିବି, ଆଉ ଏମିତି କେତେ କଥା ହେଇଥିଲା ଝିଅ ମାଆ ସହିତ ଆଉ ଆଜି ସକାଳେ ଝିଅ ଆତ୍ମହତ୍ୟା କରିଛି ।ତେବେ ବନ୍ଧୁମାନେ ନୂଆବର୍ଷ ସକାଳ ସମସ୍ତଙ୍କ ପାଇଁ ଖୁସି ଆଣି ଦେଇଥିବା ବେଳେ ଏହି ମାଆ ଙ୍କ ପାଇଁ ଦୁଃଖ ଆଣି ଦେଇଛି ।କଲି ଯେଉଁ ଝିଅ ସହ ଏତେ କଥା ହେଇଥିଲେ ଆଜି ସେହି ଝିଅ ଛାଡି ଚାଲିଯାଇଛି ।
ତେବେ ବନ୍ଧୁମାନେ ଆତ୍ମହତ୍ୟା ପରି ଏକ ଘୃଣ୍ୟ କାମ ଆଜିର ଦୁନିଆରେ ଦିନକୁ ଦିନ ବଡିବାରେ ଲାଗୁଚି ଆଉ ଏହାର ସବୁଠାରୁ ବଡ଼ ଶିକାର ହେଉଛନ୍ତି ଯୁବପିଢ଼ି ।ତେବେ ଆତ୍ମହତ୍ୟା କରିବା ଆଗରୁ ଥରୁଟିଏ ସେହି ମାଆ ବାପା ଙ୍କ କଥା ଭାବି ଦେଖିଲେ ତାଙ୍କ ଉପରେ କଣ ବିତିବ ଆପଣ ଆତ୍ମହତ୍ୟା ପରେ ।ଆଉ ଆଜି ସେମିତି ଜଣେ ମାଆ ଆଖିରୁ ଲୁହ ଶୁଖୁ ନାହିଁ ଝିଅ ସହିତ କାଲି ମନ ଭରି କଥା ହେଲେ ଆଉ ଆଜି ସକାଳେ ଝିଅର ଆତ୍ମହତ୍ୟା ଖବର ପହଁଚିଲା ।ତେବେ ପୁରୀ
ପୁରୀ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।
ଘଟଣା ଅନୁଯାୟୀ ପ୍ରଜ୍ଞା ପାରମିତା ପରିଡା ଯିଏ ଜଣେ ପିଜି ଛାତ୍ରୀ ଥିଲେ ପୁରୀ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର, ଆଉ ସେଠାରେ ସେ ବେଦାନ୍ତ ବିଭାଗ ର ପିଜି କରୁଥିଲେ ।ମାଆ ର କହିବା ଅନୁଯାୟୀ କାଲି ଝିଅ ସହିତ ସେ କଥା ହେଇଥିଲେ ଝିଅ ତାଙ୍କ ପାଇଁ ଶାଡୀ ଆଣିଥିଲା ନୂଆ ବର୍ଷରେ ପିନ୍ଧିବାକୁ କହିଥିଲା ଆଉ ସକାଳେ ଘରେ ପହଁଚିବା ଜଣାଇଥିଲେ ।ତେବେ ମାଆ ଏପଟେ ଘରେ ଝିଅ ପାଇଁ ରନ୍ଧରନ୍ଧି କରିଥିଲେ ଆଉ ସେପଟୁ ହଷ୍ଟେଲ ରୁ ଫୋନ ଆସିଲା ଆଉ ଝିଅ ନାହିଁ ବୋଲି ଖବର ମିଳିଲା ।
ତେବେ ଏବେ ମାଆ ର ମନ ବୋଲ ମାନୁନି ଝିଅ କୁ ବାହୁନି ବାହୁନି ଆଖିରୁ ଲୁହ ଝରେଇ ଯାଉଛି ।ଅନ୍ୟପଟେ ଝିଅ ର ଆତ୍ମହତ୍ୟା ପଛରେ କଣ କାରଣ ତାହା ଜଣା ପଡ଼ିନାହିଁ ।ତେବେ ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ତନାଘନା କରୁଛି କିନ୍ତୁ ଏଯାଏ କିଛି ସୁରାକ ମିଳି ନାହିଁ ।ତେବେ ଆମେ ଆଜିର ଯୁବପିଢ଼ି ଙ୍କୁ ଏତିକି କହିବୁ ଆପଣଙ୍କ ଜୀବନ ଖୁବ ମୂଲ୍ୟବାନ ଆପଣଙ୍କ ପାଇଁ ଆଉ ଆପଣଙ୍କ ପ୍ରିୟଜନ ପାଇଁ ତେଣୁ କିଛି ଭୁଲ ପଦକ୍ଷେପ ନେବା ଆଗରୁ ସେହି ପ୍ରିୟଜନ ଙ୍କ କଥା ଥରେ ମନେପକାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।