ରାତିରେ ଶୋଇବା ପୂର୍ବରୁ 3 ଥର ଜପ କରନ୍ତୁ ହନୁମାନଙ୍କର ଏହି 2 ମନ୍ତ୍ରକୁ, 24 ଘଂଟାରେ ଦେଖନ୍ତୁ ଚମତ୍କାର – Sadhu Bani
ବନ୍ଧୁମାନେ ଆମେ ଆମ ଜୀବନରେ ଖୁସିରେ ଶାନ୍ତିରେ ରହିବ ପାଇଁ ସବୁବେଳେ ଅନେକ ଦେବାଦେବୀ ଙ୍କୁ ପୂଜାର୍ଚ୍ଚନା କରିଥାଉ । ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମର 33 ଦେବୀ ଦେବତା ରହିଛନ୍ତି ଆଉ ସମସ୍ତେ ସମସ୍ତଙ୍କର ବିଶେଷତ୍ୱ ପାଇଁ ଜଣାଯାନ୍ତି ।
ତେବେ ଆମ ଜୀବନରେ କିଛି ଏମିତି ଅସୁବିଧା ରହିଛି ଯାହା କେବଳ ପ୍ରଭୁ ହନୁମାନ ଙ୍କ ଦ୍ଵାରା ହିଁ ସମାଧାନ ହେଇ ପାରିଥାଏ ।ତେବେ ଅନେକ ତ ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତି ତେବେ ଏମିତି କଣ ଅସୁବିଧା ରହିଛି ଯାହା ହନୁମାନ ଙ୍କର ମାତ୍ର ଦୁଇଟି ମନ୍ତ୍ର ବଳରେ ସମ୍ଭବ ହେଇପାରିବ ତାହା ବିଷୟରେ ଆସନ୍ତୁ ଜାଣିବା ।
ତେବେ ଆମ ସମସ୍ତ ମଣିଷ ଙ୍କ ଭିତରୁ ସମସ୍ତେ ଭିନ୍ନ ଭିନ୍ନ ଠିକ ସେହିପରି କିଛି ଏମିତି ମଣିଷ ରହିଛନ୍ତି ଯେଉଁ ମାନେ କୋଉ ଜିନିଷ ପ୍ରତି ଅଧିକ ଘୃଣା,ଡର କ୍ରୋଧ ଆସିଥାଏ ।ତେବେ ଯେତେବେଳେ ଆପଣ ଅଚଳ ରାତିରେ ଡରି ଯାଉଛନ୍ତି ଆଉ ନିଦ ଆସୁନାହିଁ ସେତେବେଳେ ଆପଣ ଭଗବାନ ହନୁମାନ ଙ୍କର ଏହି ମନ୍ତ୍ର ଟିକୁ ନିଶ୍ଚୟ ଜପ କରନ୍ତୁ ।ତେବେ ହନୁମାନ ଙ୍କର ସେହି ମନ୍ତ୍ରଟି ହେଉଛି, ‘ଭୂତ ପିଶାଚ ନିକଟ ନହିଂ ଆରୈ ମହାବୀର ଜବ ନାମ ସୁନାରୈ ‘ ।
ତେବେ ଆପଣ ପ୍ରତ୍ୟେକ ଦିନ ଶୋଇବା ଆଗରୁ 3 ଥର ଏହି ମନ୍ତ୍ର କୁ ଜପ କରନ୍ତୁ ।ତେବେ ଏହି ମନ୍ତ୍ର ଜପ କରିବା ଯୋଗୁ ଆମେ ପୃଥିବୀ ପୃଷ୍ଠକୁ ଆସିଥାଉ ସେତେବେଳେ ଆମର ନିଶ୍ବାସ ହିଁ ଭଗବାନ ଦେଇଥାନ୍ତି ଏବଂ ମୃତ୍ୟୁ ସମୟରେ ଆମର ଏହି ପ୍ରାଣ ବାୟୁ ଭଗବାନଙ୍କ ସହ ଯାଇ ମିଶି ଯାଇଥାଏ।ପ୍ରାଣ ବାୟୁ ଯିବା ସମୟରେ ଏହି ମନ୍ତ୍ରକୁ ୨ ଥର ଜପ କରିବା ଦ୍ଵାରା ଆପଣଙ୍କ ଆତ୍ମାକୁ ଅତ୍ୟନ୍ତ ସହଜରେ ପରମାତ୍ମାଙ୍କ ସହ ମିଶିବାରେ ସାହାଯ୍ୟ କରିଥାଏ।
ଏବେ ହନୁମାନ ଙ୍କର ଦ୍ଵିତୀୟ ମନ୍ତ୍ର ଟି ଜାଣି ରଖନ୍ତୁ, ତେବେ ମନ୍ତ୍ରଟି ହେଉଛି ।’ନାସୈ ରୋଗ ହରୈ ସବ ପୀରା ଜବତ ନିରନ୍ତର ହନୁମତବୀର’ ।ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ମନ ଭିତରେ କିଛି କଥା ଘାଣ୍ଟି ହେଉଛି ଆଉ ଯେତେ ଚେଷ୍ଟା କଲେ ବି ନିଦ ହେଉନାହିଁ ସେତେବେଳେ ହନୁମାନଙ୍କର ଏହି 2ଟି ମନ୍ତ୍ରକୁ ଭାବି ନିଅନ୍ତୁ ।ଏହା ସହିତ ଆପଣ ମନେ ମନେ ହନୁମାନଙ୍କୁ ସ୍ମରଣ କରନ୍ତୁ ଦେଖିବେ ଆପଣଙ୍କ କଷ୍ଟ ଦୂର ହେବ ଆଉ ପରମାତ୍ମା ଙ୍କ ସହିତ ଆପଣଙ୍କ ସମ୍ପର୍କ ନିବିଡ଼ ହେଇଥାଏ ।ତେବେ ଏହି ମନ୍ତ୍ର ଦୁଇଟି ଯଦି ଆପଣ ଶନିବାର ଓ ମଙ୍ଗଳବାର ଦିନ ଜପ କରୁଛନ୍ତି ତେବେ ବହୁତ ଶୁଭ ଫଳ ମିଳିବା ସହିତ ଆପଣଙ୍କର ସବୁ ମନସ୍କାମନା ପୂରଣ କରିଥାନ୍ତି ପ୍ରଭୁ ହନୁମାନ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।