ବନ୍ଧୁମାନେ ଆପଣ ସମସ୍ତେ ଜାଣିଛନ୍ତି ନିକଟରେ ଓଲିଉଡ ର ଚୁଲିବୁଲି ନାୟିକା ରିୟା ଦେ ଵିଵାହ କରିଛନ୍ତି ଆଉ ତାଙ୍କ ବିବାହର ଟିକିନିଖି ଖବର ସୋସିଆଲ ମେଡିଆରେ ଦେଖିବାକୁ ମିଳିଥିଲା ।
ତେବେ ରିୟା ଙ୍କ ବିବାହରେ ସମସ୍ତେ ଖୁବ ଖୁସି ଥିବା ବେଳେ ଅନେକ ସିନେ ଜଗତର କଳାକାର ତାଙ୍କ ବିବାହରେ ଯୋଗ ଦେଇଥିଲେ ।ହେଲେ ଏବେ ପ୍ରଶ୍ନ ସାଜିଛି ରିୟା ଯେଉଁ ତିନି ହିରୋ ଙ୍କ ସହିତ ଅଧିକ ଦେଖା ଯାଇଛନ୍ତି ସେହି ହିରୋ ମନେ ହିଁ ତାଙ୍କ ବାହାଘରରେ କାହିଁକି ସାମିଲ ହେଇ ନଥିଲେ !
ତେବେ ରିୟା ବହୁତ ବର୍ଷ ଧରି ଓଡ଼ିଆ ଇଣ୍ଡଷ୍ଟ୍ରିରେ ରାଜ କରି ଆସୁଥିଲେ ଆଉ ଖୁବ ସୁନ୍ଦର ସୁନ୍ଦର ଫିଲ୍ମ ବି ଭେଟି ଦେଇ ଥିଲେ ।ଆଉ ନିକଟରେ ତାଙ୍କ ବିବାହରେ ଏବେକାର ହିରୋ ହିରୋଇନ ସ୍ୱରାଜ ଠାରୁ ଆରମ୍ଭ କରି ଭୂମିକା ଯାଏ ସମସ୍ତେ ଉପସ୍ଥିତ ହେଇଥିବା ବେଳେ ଆଜି ଧାଡ଼ିର ଲେଯେଣ୍ଡ ଅଭିନେତ୍ରୀ ଅପରାଜିତା ଙ୍କୁ ବି ଦେଖିବାକୁ ମିଳିଥିଲା ରିୟାଙ୍କ ରିସେପସନ ରେ ।ତେବେ ବାବୁସାନ, ଅମ୍ଳାନ ଓ ଅରିନ୍ଦ୍ରମ ଯେଉଁ ତିନି ହିରୋ ଙ୍କ ସହିତ ରିୟା ଅଧିକ ଫିଲ୍ମ କରିଛନ୍ତି ସେହି ମାନେ ହିଁ ତାଙ୍କ ବିବାହରେ କାହିଁକି ଆସି ନଥିଲେ ଏହା ଏବେ ଏକ ବଡ଼ ପ୍ରଶ୍ନ ପାଲଟିଛି ।
ତେବେ ଆପଣ ରିୟା ଓ ଅମ୍ଳାନ ଙ୍କର ଗୋଲାପି ଗୋଲାପି,ତୁ ମୋ ଦେହର ଛାଇ ,ପାଗଳ କରିଛୁ ତୁ ଏହି ଫିଲ୍ମ ଗୁଡିକ ରେ ଏହି ଯୋଡିକୁ ଖବ ପସନ୍ଦ କରିଥିଲେ ଦର୍ଶକ ।ଆଉ ସେତିକି ନୁହେଁ ବରଂ ଅମ୍ଳାନ ଓ ରିୟା ଙ୍କ କଳ୍କୀ, କ୍ରିମିନାଲ ଆଦି ଫିଲ୍ମ ଖୁବ ହିଟ ହେଇଥିଲା ।ବାବୁସାନ ସହିତ ରିୟା ଙ୍କୁ ଇଡିଅଟ ଆଉ ପ୍ରେମ ଅଢେ଼ଇ ଅକ୍ଷର ଆଦି ଫିଲ୍ମ ଖୁବ ସୁନ୍ଦର ହେଇଥିଲା ।ତେବେ ଯେଉଁ ହିରୋ ମାନଙ୍କ ପାଇଁ ରିୟା ଙ୍କୁ ନୂଆ ନୂଆ ରୂପରେ ଦେଖିବାକୁ ସେମାନେ କଣ ପାଇଁ ଆସି ନଥିଲେ ରିୟା ଙ୍କ ବାହାଘର ରେ ତାହା ଏଯାଏ କାହାକୁ ଜଣା ନାହିଁ ।
ତେବେ ବାବୁସାନ ଆସି ନଥିଲେ ବି ଅପରାଜିତା ଯୋଗ ଦେଇଥିଲେ ଏହି ବାହାଘର ରେ କିନ୍ତୁ ତଥାପି ବର୍ତ୍ତମାନ ସୋସିଆଲ ମେଡିଆରେ ଏହି ତିନି ହିରୋ କାହିଁକି ଆସି ନଥିଲେ ତାହା ସମସ୍ତଙ୍କୁ ଆଚମ୍ବିତ କରିଛି ।ତେବେ ଏବେ ଏହାକୁ ସମସ୍ତେ ଭିନ୍ନ ଭିନ୍ନ ମତ ରଖିଥିବା ବେଳେ କେହି କେହି କହିଛନ୍ତି କି ରିୟା ଏହି ହିରୋ ମାନଙ୍କୁ ନିମନ୍ତ୍ରଣ କରି ନଥିଲେ ନା ନିମନ୍ତ୍ରଣ କରିବା ପରେ ବି ସେମାନେ ଆସି ନଥିଲେ ବାହାଘର ରେ ।ଆଉ କେହି କେହି କହିଛନ୍ତି କଣ ଏହି ହିରୋ ମାନଙ୍କ ସହିତ କଣ କିଛି ଭଲ ସଂପର୍କ ନାହିଁ ରିୟା ଙ୍କର ନା ଆଉ କଣ ଗୁମର ରହିଛି ଏହା ଭିତରେ ଯାହାକୁ କାହାକୁ ଜଣା ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।