ରୋମାନ୍ସ କରିଲାବେଳେ କଣ ମନେ ପଡୁ ନଥିଲା ମୁଁ ଛୋଟ ଜାତିର ଝିଅ ମନଭରି ସାରିବା ପରେ ଏବେ କହୁଛ ଛୋଟ ଜାତି ମହିଳାଙ୍କ ମୁହଁରୁ ପୁରା କଥା ଶୁଣିଲା ପରେ ମୁଣ୍ଡ ବୁଲାଇଦେବ
“ମୁଁ ନୀଚ ଜାତି ର ଜାଣି ମଧ୍ୟ ମୋତେ ଭଲ ପାଇଲେ, ୬ ବର୍ଷ ହେବ ଆମ ଭଲପାଇବା ର ସମ୍ପର୍କ ଆଉ ଏ ମଧ୍ୟରେ ମୋତେ ବୈଦିକ ରୀତିନୀତି ରେ ବିବାହ ମଧ୍ୟ କଲେ। ମୋତେ ସ୍ତ୍ରୀ ର ସ୍ୱୀକୃତି ଦେଲେ ଆଉ ମୋ ସହ ଶାରୀରିକ ସମ୍ପର୍କ ରେ ମଧ୍ୟ ରହିଲେ। ମାତ୍ର ପ୍ରେମ ଓ ବିବାହ ର ୬ ବର୍ଷ ପରେ ବର୍ତ୍ତମାନ ମୋତେ ଘରେ ଆଣି ଛାଡି ଦେଲେ ଆଉ କହୁଛନ୍ତି କି ମୁଁ ନୀଚ ଜାତିର ଝିଅ ତେଣୁ ମୋତେ ସେ ଗ୍ରହଣ କରିବେ ନାହିଁ।
ତେବେ ମୁଁ ବର୍ତ୍ତମାନ ନ୍ୟାୟ ଚାଂହୁଛି କାରଣ ସେ ମୁଁ ନୀଚ ଜାତି ର ଜାଣି କି ଭଲ ପାଇଲେ ଆଉ ବିବାହ ମଧ୍ୟ କଲେ। କିନ୍ତୁ ବର୍ତ୍ତମାନ ମୋ ଜାତି ତାଙ୍କର ଅସୁବିଧା କରୁଛି”।ବନ୍ଧୁଗଣ ଏହା ଜଣେ ପ୍ରତାରିତ ମହିଳା ଙ୍କ ର କାହାଣୀ। ସମ୍ପୂର୍ଣ୍ଣ କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା । ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ ।ଆଉ ସ୍ଵାର୍ଥ ସରିବା ପରେ ଭୁଲି ଯାଉଛନ୍ତି ସବୁ କିଛି। ନିଜ ଦେହ ର ଭୋକ ମେଣ୍ଟି ଯିବା ପରେ କେବଳ ରହୁଛି ପ୍ରତାରଣା ଆଉ ହତ୍ୟା ।
ତେବେ ବର୍ତ୍ତମାନ ଏହିଭଳି ଏକ ଧକ୍କା ର ସ୍ୱୀକାର ହୋଇଛନ୍ତି ଜଣେ ଯୁବତୀ ଆଉ ଶେଷ ରେ ଯେଉଁ ପ୍ରେମ କୁ ସେ ନିଜ ଜୀବନ ମାନି ଥିଲେ ସେହି ପ୍ରେମ ତାଙ୍କୁ ଆଜି ଜଣେ ନୀଚ ଜାତିର ବୋଲି କହି ଛାଡି ଦେଇଛନ୍ତି।ତେବେ ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲା ର ତିହିଡି ର ଶିଙ୍ଗଡା ଗ୍ରାମ ର ସୃତି ଙ୍କ ସହ। ତେବେ ସୃତି ଜଣେ ଦଳିତ ଜାତି ର ଝିଅ ଅଟନ୍ତି ଆଉ ,ସେହି ଗ୍ରାମ ର ପ୍ରଭାତ ନାମକ ଜଣେ ବ୍ରାହ୍ମଣ ପୁଅ କୁ ପ୍ରେମ କରି ବସିଲେ। ତେବେ ଉଭୟ ଙ୍କ ମଧ୍ୟରେ ପ୍ରେମ ହେଲା ମାତ୍ର ବିବାହ ସମୟରେ ଜାତି ଏକ ବାଧକ ସାଜିଲା।
ହେଲେ ପ୍ରଭାତ ଏହାକୁ ନମାନି ସୃତି ଙ୍କୁ ନେଇ ଭୁବନେଶ୍ୱର ପଳେଇ ଯାଇଥିଲେ ଆଉ ପରେ ଉଭୟ ଙ୍କ ପରିବାର ସେଠାରେ ପହଁଚି ବୈଦିକ ରୀତିରେ ଦୁହିଁଙ୍କ ର ବିବାହ ହେଲେ। ବିବାହ ପରେ ପ୍ରଭାତ ଓ ସୃତି ହାଇଦ୍ରାବାଦ ରେ ଯାଇ ରହିଲେ, ମାତ୍ର ତାର କିଛି ଦିନ ପରେ ପ୍ରଭାତ ତାଙ୍କୁ ଘରକୁ ପଠେଇ ଦେଲେ। ହେଲେ ସେତେବେଳେ କୁ ପ୍ରଭାତ ଙ୍କ ପରିବାର ତାଙ୍କୁ ନିଜ ଜାତିର କହି ଘରକୁ ପୁରାଇ ନଥିଲେ ଆଉ ବାପ ଘରୁ ୩ ଲକ୍ଷ ଟଙ୍କା ଆଣିଲେ ପୁରୀ ରେ ଜାତି କରି ଘରକୁ ଅନିବେ ବୋଲି। ଆଉ ଆଶ୍ଚର୍ଯ୍ୟ ଯେ ପ୍ରଭାତ ମଧ୍ୟ ଏଥିରେ ରାଜି ଏବଂ ସୃତି ଙ୍କୁ ସେୟା କରିବା ପାଇଁ କହୁଛନ୍ତି। ତେବେ ଏହାକୁ ନେଇ ବର୍ତ୍ତମାନ ସୃତି ନ୍ୟାୟ ପାଇଁ ଥାନା ରେ ଅଭିଯୋଗ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।