ବର୍ତ୍ତମାନ ସୋସିଆଲ ମେଡିଆରେ ଛୋଟ ପିଲାଙ୍କ ନେଇ ଅନେକ ଭାଇରଲ ଭିଡ଼ିଓ ଦେଖିବାକୁ ମିଳୁଛି ।ତେବେ ଆଜିକାଲି ର ଆଧୁନିକ ଯୁଗର ପିଲା ମାନେ ଏମିତି ସବୁ କଥା କହିଥାନ୍ତି ଯାହାଙ୍କ ଆଗରେ ବଡ଼ ବଡୁଆ ବି ହାବୁଡେଇ ଯାଉଛନ୍ତି ।ଆଉ ବର୍ତ୍ତମାନ ଗୋଟିଏ ଭାଇରଲ ଭିଡ଼ିଓରେ ପ୍ରଥମ ଶ୍ରେଣୀ ର ଝିଅଟି ଏମିତି କିଛି କହୁଛି ଯାହାକୁ ଶୁଣି ପୋଲିସ ବାବୁ ବି ଡରି ଯାଉଛନ୍ତି ।ତେବେ ପିଲାଟି ବିନା ଡର ଭୟରେ ଯେମିତି କଥା ହେଉଛି ସେମିତି କଥା କହିବାକୁ ବଡ଼ ମାନେ ବି ଡରିବେ କିନ୍ତୁ ଏହି ପିଲାର କଥା ଓ ସାହସକୁ ମାନିବାକୁ ହେବ ।
ବନ୍ଧୁମାନେ ସାଧାରଣ ଲୋକ ଯେତେବେଳେ ପୋଲିସ ଙ୍କୁ ଦେଖିଥାନ୍ତି ଆଉ ସେମାନଙ୍କ ସହିତ କଥା ହେବାକୁ ସଂକୋଚ କରିଥାନ୍ତି ।ତେବେ ଆଜିକାଲି ର ପିଲା ମାନଙ୍କୁ ତ ଦେଖୁଥିବେ ସେମାନଙ୍କ ପାଖରେ ଅନେକ ପ୍ରକାରର ଟେଲେଣ୍ଟ ଦେଖିବାକୁ ମିଳୁଛି ।ଆଉ ଏହି ଛୋଟ ପିଲା ମାନେ ବେଳେବେଳେ ଏମିତି କଥା ବି କହିଥାନ୍ତି ଯାହାକୁ ଶୁଣିଲେ ବିଶ୍ୱାସ ହେବ ନାହିଁ କି ସେହି କଥା କେହି ଛୋଟ ପିଲା କହୁଛି ବୋଲି ।ପ୍ରଥମ ଶ୍ରେଣୀର ଏହି ଛୋଟ ପିଲାଟିକୁ ଦେଖୁ ନାହାନ୍ତି ପୋଲିସ ବାବୁ ଆଗରେ ରୋକଠୋକ କଥା ହେବା ସହିତ ପୋଲିସ ଙ୍କୁ ଧମକ ବି ଦେଉଛି ।
ଭାଇରଲ ଭିଡ଼ିଓରେ ଦେଖା ଯାଉଚି କି ଛୋଟ ପିଲାଟି ସ୍କୁଲ ଡ୍ରେସ ରେ ଅଛି ସାମ୍ନାରେ ଜଣେ ପୋଲିସ ବାବୁ ଛିଡା ହେଇଛନ୍ତି ।ତେବେ ପିଲାଟିକୁ ପୋଲିସ ବାବୁ ତାର ବାପାର ଭାଇ କଥା ପଚାରିବାରୁ ପିଲାଟି କହୁଛି ମୋ ବାପାର ଭାଇ ନାହିଁ, ସେ ମୋ ବାପାର ହାତ କାଟି ଦେଇଛି ।ପୁଣି ଝିଅଟି କହୁଛି ପାଠ ପଡିବି ଚାକିରୀ କରିବି, ଏମିତି ପୋଲିସ ବାବୁ ପଚାରୁଥିବା କଥା ଗୁଡିକର ପୁରା କଡା କଡ଼ି ଜବାବ ଦେଉଛି ।ପାଖରେ କେହି ପିଲାଟି ଚୁପ ରହିବାକୁ କହିବାରୁ ପିଲାଟି କହୁଛି ମୋ ଘର ଭାଙ୍ଗି ଦେବ ମୁଁ କାହିଁକି ଚୁପ ରହିବି ।
ଏହି ପରି ଛୋଟ ପିଲାଟିର କଥା ଗୁଡିକ ଶୁଣିଲା ପରେ ଲାଗୁଛି ବୋଧେ ତାକୁ କେହି ଏମିତି କଥା ଶିଖାଇଛି କିନ୍ତୁ ଏମିତି ନୁହେଁ ବରଂ ଝିଅଟି ନିଜ ମନକୁ ଯାହା ଆସୁଛି କହିଯାଉଛି ।ତେବେ ଶେଷରେ ପୋଲିସ ବାବୁ ବି ହାର ମାନି ଝିଅକୁ ପାଠ ପଡ଼ିବାକୁ କହୁଛନ୍ତି ଆଉ ସେଠାରୁ ଚାଲି ଯାଉଛନ୍ତି ।ତେବେ ଝିଅଟି ଓ ପୋଲିସ ବାବୁଙ୍କ ଏମିତି ଯୁକ୍ତି ଚାଲିଥିବା ବେଳେ ପାଖରେ ଜଣେ କେହି ଏହାକୁ ଭିଡ଼ିଓ କରିଛନ୍ତି ।ଆଉ ବର୍ତ୍ତମାନ ସୋସିଆଲ ମେଡିଆରେ ଏହି ଭିଡ଼ିଓ ଟି ଜୋରଦାର ଭାଇରଲ ହେବାରେ ଲାଗିଛି ।ତେବେ ଆପଣ ବି ଏହି ଭିଡ଼ିଓ ଟି ଦେଖିଲେ ଆଣି ପାରିବେ କୁନି ଝିଅଟି କୋଉ ରାଗୁଆ ଲଙ୍କା ଠୁ କମ ନୁହେଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।