Daily news update , Real odisha local news

ଦେଖନ୍ତୁ ଛାତିଥରା ଭିଡ଼ିଓ : ବାହା ହେବା କଥା କହିବାରୁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କରି ଢ଼ାବା ପ୍ରିଜରେ ରଖିଲା ପ୍ରେମିକ –

0 109

ପ୍ରେମ କରିବା ଯୁବତୀ ଙ୍କର ପାଇଁ ଅଭିଶାପ ହୋଇଗଲା ,ଯେଉଁ ଯୁବକ ଙ୍କୁ ସେ ବର୍ଷ ବର୍ଷ ଧରି ସେ ପ୍ରେମ କରି ଆସୁଥିଲେ ଆଜି ସେହି ପ୍ରେମିକ ତାଙ୍କ ମୃତ୍ୟୁ ର କାରଣ ହେବାକୁ ବସିଥିଲେ। ଯାହାକୁ ଦିନେ ନିଜ ଜୀବନ ବୋଲି ଭାବିଥିଲେ ଆଜି ସେହି ଯୁବକ ତାଙ୍କର ଜୀବନ ନେବାକୁ ପଛେଇ ନାହାନ୍ତି ଆଉ ପ୍ରେମିକା କୁ ମାରି ତାର ଖଣ୍ଡ ଖଣ୍ଡ କରି ଫ୍ରିଜ ରେ ଭର୍ତ୍ତି କରିଦେଇଛି।

ତେବେ ବନ୍ଧୁଗଣ ଏହିପରି ଅତ୍ୟନ୍ତ ଦୁଃଖ ଘଟଣା ଟି ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ଯାହା ବିଷୟ ରେ ଶୁଣିଲେ ଆପଣ ଭାବି ପାରିବେ ନାହିଁ ଏହି ଯୁବକ ଜଣଙ୍କ ଏତେ ତଳକୁ ଖସିଯାଇ ପାରନ୍ତି ବୋଲି।

ତେବେ ଏହିଭଳି ଘଟଣା ଟି କିଛି ମାସ ପୂର୍ବରୁ ଘଟିଥିଲା ଦିଲ୍ଲୀ ର ଶ୍ରଦ୍ଧା ଓ ଆଫତାତ୍ କେସ ରେ ଆଉ ପୁଣି ଥରେ ସେହି ଦିଲ୍ଲୀ ରେ ଶ୍ରଦ୍ଧା ମର୍ଡର ମାମଲା ର ପୁନରାବୃତ୍ତି ହୋଇଛି। ଜଣେ ପ୍ରେମିକା ପ୍ରେମିକ କୁ ବିବାହ କରିବାକୁ ବାଧ୍ୟ କରିବାରୁ , ପ୍ରେମିକ ଜଣଙ୍କ ଯୁବତୀ ଙ୍କୁ ମାରି ଖଣ୍ଡ ଖଣ୍ଡ କରି କାଟି ଫ୍ରିଜ ରେ ଭର୍ତ୍ତି କରିଦେଇଛନ୍ତି। ତେବେ ଘଟଣା ଟି ହେଉଛି ଦିଲ୍ଲୀ ର ହରିଦାସପୁର ଅଞ୍ଚଳ ରେ ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଘଟଣା ଟି କିଛି ଏହିପରୀ ଥିଲା କି , ଦିଲ୍ଲୀ ର ସାହିଲ ଏବଂ ନିକି ଙ୍କ ମଧ୍ୟରେ ସ୍କୁଲ ଦିନରୁ ଟିୟୁସନ ଯିବା ବେଳେ ବସ ରୁ ଆରମ୍ଭ ହୋଇଥିଲା ଭଲ ପାଇବା। ଆଉ ଦୀର୍ଘ ଦିନ ଧରି ଦୁହେଁ ଦୁହିଁଙ୍କୁ ପ୍ରେମ କରି ଆସୁଥିଲେ ଏବଂ ପରସ୍ପର କୁ ବିବାହ କରିବା ର ପ୍ରତିଶୃତି ମଧ୍ୟ ଦେଇଥିଲେ। ମାତ୍ର ଏହି ଭିତରେ ସାହିଲ ଙ୍କ ର ବାହାଘର ଅନ୍ୟ ଏକ ଯୁବତୀ ଙ୍କ ସହ ଠିକ ହୋଇଯାଇ ଥିଲା ଆଉ ସେ ନିକି ଙ୍କୁ ଛାଡି ଦେବାକୁ ଚାଁହୁ ଥିଲେ। ମାତ୍ର ନିକି ଏହା ଜାଣିବା ପରେ ସାହିଲ ଙ୍କୁ ବିବାହ କରିବାକୁ ଜିଦି କରିଥିଲେ।

ତେବେ ଏହି କଥା ରେ ରାଗି ଯାଇ ସାହିଲ କାର ଭିତରେ ନିକି ଙ୍କ ତଣ୍ଟି ଚିପି ତାକୁ ହତ୍ୟା କରିଥିଲା। ଆଉ ନିକି କୁ ମାରି ସାରିବା ପରେ ତାହାର ଡେଡ଼ବଡି କୁ ନେଇ ଏକ ଢ଼ାବା ରେ ଖଣ୍ଡ ଖଣ୍ଡ କରି କାଟି ପକେଇ ଥିଲା ଆଉ ସେହି ଢାବା ର ଫ୍ରିଜ ରେ କଟା ଖଣ୍ଡ ଗୁଡିକୁ ଲୁଚେଇ ଦେଇ ସେଠାରୁ ଫେରାର ହୋଇଯାଇଥିଲେ। ଆଉ ସେହି ଦିନ ନିକି କୁ ହତ୍ୟା କରି , ଅନ୍ୟ ଜଣେ ଯୁବତୀ ଙ୍କୁ ଯାଇ ବିବାହ କରିଥିଲେ ସାହିଲ। ତେବେ ଏହି ସବୁ ୧୦ ଫେବୃଆରୀ ରେ ହୋଇଥିଲା। ତେବେ ପୋଲିସ ଏହା ଜାଣିବା ପରେ ସାହିଲ କୁ ଗିରଫ କରିଛି ତେବେ ହତ୍ୟା ର ସବୁ କାହାଣୀ ସାହିଲ ନିଜେ ମାନି ପୋଲିସ ଆଗରେ ସବୁ ସତ କଥା କହିଛି। ତେବେ ଘଟଣା ଟି ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.