Daily news update , Real odisha local news

ଠାକୁରଙ୍କର ଛଡ଼ା ଫୁଲ କେତେବେଳେ କାଢିବା, ଫୁଲ ଦେବାର ବିଧି – Sadhubani anuchinta

0 797

ବନ୍ଧୁମାନେ ଆମେ ସମସ୍ତେ ଠାକୁର ଙ୍କୁ ମାନିବା ସହିତ ତାଙ୍କୁ ପୂଜାର୍ଚ୍ଚନା କରିଥାଉ କିନ୍ତୁ ସବୁ କାମରେ ଯେମିତି କିଛି ନୀତି ନିୟମ ରହିଥାଏ ଠିକ ସେହିପରି ଠାକୁର ପୂଜାରେ ବି ବହୁତ ନିୟମ ରହିଥାଏ ।ତେବେ ବହୁତ ସମୟରେ ଆମେ ଠାକୁର ପୂଜା ବେଳେ ଭୁଲ ନୀତି ନିୟମ କରିଥାଉ, ଯେମିତି ଠାକୁର ପୂଜା ବେଳେ ଛଡ଼ା ଫୁଲ କେତେବେଳେ ବାହାର କରିବେ ।ଆଉ ଏମିତି ଅନେକ ନିୟମ ରହିଛି ଯାହା ସମସ୍ତେ ଜାଣିବା ଉଚିତ, ତେବେ ଆସନ୍ତୁ ଆଜି ଏମିତି କିଛି ପୂଜାର ନୀତି ନିୟମ ବିଷୟରେ ଜାଣିବା ।

ତେବେ ପୂଜା କରିବାର ଠିକ ସମୟ ହେଉଛି ପ୍ରାତଃ ସମୟ ଓ ସନ୍ଧ୍ୟା ସମୟ ।ଯଦି ଜଣେ ବ୍ୟକ୍ତି ଶାନ୍ତ ଚିତରେ ଠାକୁର ପୂଜା କରିଥାଏ ତାହେଲେ ତାଙ୍କ ଜୀବନରେ ଭଗବାନ ଙ୍କ ଆଶୀର୍ବାଦ ରହିଥାଏ ।ତେଣୁ ସନ୍ଧ୍ୟା ଓ ସକାଳ ସମୟ ଠାକୁର ପୂଜା ପାଇଁ ଉଚିତ ସମୟ ଅଟେ ।ତେବେ ମତ୍ସ୍ୟଶାସ୍ତ୍ର ଅନୁସାରେ କୁହାଯାଏ କି ଠାକୁର ପୂଜା କରିବା ରେ 5 ପ୍ରକାର ନୈବେଦ୍ୟ ଅର୍ପଣ କରାଯାଏ ।ଆଉ ସେହି ଭିତରେ ଫୁଲ ମୁଖ୍ୟ ଅଟେ, ଏହା ବ୍ୟତୀତ ଫୁଲ,ପତ୍ର ଓ ଫଳ ଅର୍ପଣ କରିବାର କିଛି ନିୟମ ରହିଛି ।ଯେମିତି କୁହା ଯାଇଛି କି ପତ୍ର ଟି ଯେମିତି ହେଇଥିବ ତାହାକୁ ସେମିତି ଠାକୁର ଙ୍କ ପାଖରେ ଅର୍ପଣ କରିବା ଉଚିତ ।ଠିକ ସେହିପରି ଫୁଲ ଟି ଯେମିତି ଫୁଟି ଥିବ ତାହାକୁ ଠିକ ସେହି ପରି ଠାକୁର ଙ୍କ ପାଖରେ ଦିଅନ୍ତୁ ।

 

ଫୁଲ କୁ କେମିତି ଠାକୁର ଙ୍କ ପାଖରେ ଅର୍ପଣ କରିବେ, ତେବେ ମନେ ରଖିବେ ହାତର ମଝି ଦୁଇ ଆଙ୍ଗୁଳି ଓ ବୁଡ଼ା ଆଙ୍ଗୁଳି ରେ ଫୁଲ ଧରି ଠାକୁର ଙ୍କ ପାଖରେ ଦେବେ ।ଆଉ ଫୁଲ କାଡ଼ିବା ବେଳେ ବିଶି ଆଙ୍ଗୁଳି ଓ ବୁଡ଼ା ଆଙ୍ଗୁଳି ରେ ଧରି ବାହାର କରିବେ ।ତେବେ କୋଉ ସମୟରେ ଏହି ଛଡା ଫୁଲ ବାହାର କରିବେ ତାହା ବିଷୟରେ ଅନେକ ଜାଣି ନାହାନ୍ତି ।ଅନେକ ଲୋକମାନେ କାଲି ଠାକୁର ଙ୍କୁ ଦେଇଥିବା ଫୁଲ କୁ ଆଜି ସକାଳେ ବାହାର କରିଥାନ୍ତି କିନ୍ତୁ ଏହା ଠିକ ନୁହେଁ, ତେବେ ଏ ନେଇ ଶାସ୍ତ୍ର ରେ ବି ନିୟମ ରହିଛି ।

 

ଶାସ୍ତ୍ର ନିୟମ ଅନୁଯାୟୀ ରାତିରେ ଶୋଇବା ସମୟରେ ଠାକୁର ଙ୍କ ପାଖରେ ଫୁଲ ରହିବ ଉଚିତ ନୁହେଁ ।ତେଣୁ ରାତିରେ ଶୋଇବା ପୂର୍ବରୁ ଠାକୁରଙ୍କୁ ଲଗେଇ ଥିବା ଫୁଲ ଫୁଲ ଓ ଚନ୍ଦନ କୁ ବାହାର କରିଦେବା ଉଚିତ ।ତେବେ ଆପଣ ମାନେ ଏହି ସବୁ ନିୟମ ବିଷୟରେ ଜାଣି ନଥିଲେ ଜଳଦି ଜାଣିବା ସହିତ ଏହି ନିୟମ ଗୁଡିକୁ ନିହାତି ପାଳନ କରନ୍ତୁ ପୂଜା ସମୟରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.