Daily news update , Real odisha local news

ରାଣୀ ପଣ୍ଡା କହିଲେ ଯଦି ମୁଁ Sukant କୁ ମାରିଛି ତାହେଲେ ମୁଁ ବି ପୋଷିବି,ଆଉ ତାପରେ ଲୋକ ଯାହା କହିଲେ…ଦେଖନ୍ତୁ ଭିଡିଓ

0 207

ଯଦି ମୋ ପାଇଁ ସୁକାନ୍ତ ଙ୍କ ମୃତ୍ୟୁ ହୋଇଛି କିମ୍ବା ଯଦି ତୁମେ ସବୁ କହୁଛ କି ମୁଁ ସୁକାନ୍ତ କୁ ମାରି ଦେଇଛି ବୋଲି। ତେବେ ସୁଶାନ୍ତ ଙ୍କ ପରିବାର ଓ ପିଲା ଙ୍କ ଦାୟିତ୍ୱ ମୁଁ ନେବି। ଶୁକାନ୍ତ ଙ୍କ ପରିବାର ପୋଷିବି, ତାଙ୍କ ପିଲା ଙ୍କୁ ପାଠ ପଢେଇବି ଆଉ ପୁରା ପରିବାର ର ଦାୟିତ୍ୱ ନେବି।

ବନ୍ଧୁଗଣ ଏହା ଆମେ କହୁ ନାହୁଁ ଏହା କହିଛନ୍ତି ଆମ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା। ତେବେ ଆପଣ ମାନେ ଜଣାଇଥିବେ କି ଗତକାଲି ରାନୀ ପଣ୍ଡା ଙ୍କ ର କାର ଏକ ବାଇକ ଵାଲା ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏବଂ ଏହି ଦୁର୍ଘଟଣା ରେ ବାଇକ ଚାଳକ ଶୁକାନ୍ତ ଙ୍କ ର ମୃତ୍ୟୁ ହୋଇଥିଲା ଏବଂ ରାନୀ ପଣ୍ଡା ମଧ୍ୟ ଆହାତ ହୋଇଛନ୍ତି।

ତେବେ କିନ୍ତୁ ବର୍ତ୍ତମାନ ସୂଚନା ରହିଛି କି, ଗତକାଲି ରାନୀ ପଣ୍ଡା ବିଳମ୍ବିତ ରାତି ରେ ଏକ ବିବାହ ଉତ୍ସବ ରୁ ଫେରିବା ସମୟ ରେ ଆଠଗଡ଼ ଥାନା ଅଞ୍ଚଳ ରେ ରାନୀ ଙ୍କ କାର ଏକ ବାଇକ ଆରୋହି ଙ୍କୁ ଧକ୍କା ଦେଇଥିଲା। ତେବେ କାର ଧକ୍କା ଫଳରେ ଯୁବକ ଜଣଙ୍କ ଯିଏକି ସେହି ଆଠଗଡ଼ ଅଞ୍ଚଳ ର ସୁକାନ୍ତ କୁମାର ଦୂରକୁ ଛିଟକି ପଡିଥିଲେ। ତେବେ ସଂଗେ ସଂଗେ ଯୁବକ ଜଣ ଙ୍କୁ ଆଠଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା ମାତ୍ର ସେଠାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଏହି ଦୁର୍ଘଟଣା ପରେ ରାନୀ ପଣ୍ଡା ମଧ୍ୟ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ କିନ୍ତୁ ଶୁକାନ୍ତ ଙ୍କ ର ସ୍ଥାନୀୟ ଲୋକେ ରାନୀ ପଣ୍ଡା ଙ୍କୁ ଗିରଫ ଦାବି କରିଥିଲେ। ମାତ୍ର ବର୍ତ୍ତମାନ ଶୁକାନ୍ତ ଙ୍କ ଘରେ ପହଂଚି ଛନ୍ତି ଆଉ ପ୍ରତିଶୃତି ଦେଇଛନ୍ତି କି ସୁକାନ୍ତ ଙ୍କ ପୁରା ପରିବାର କୁ ସହାୟତା ର ହାତ ବଢ଼ାଇ ଛନ୍ତି। ତେବେ ରାନୀ ପଣ୍ଡା ଙ୍କ ଭାଇ ଯାଇ ସୁକାନ୍ତ ଙ୍କ ଘରେ ପହଁଚି ଥିଲେ ଆଉ ତାଙ୍କୁ ସହାୟତା ସ୍ୱରୂପ ୩୫ ହଜାର ଟଙ୍କା ଦାନ ଦେଇଥିଲେ। ଆଉ ସୁକାନ୍ତ ଙ୍କ ପରିବାର ଲୋକେ ଏହି ରାଶି କୁ ଗ୍ରହଣ ମଧ୍ୟ କରିଥିଲେ।

ତେବେ ରାନୀ ପଣ୍ଡା ଙ୍କ ଭାଇ କହିଛନ୍ତି କି , ଏହି ଦୁର୍ଘଟଣା ରେ ରାନୀ ପଣ୍ଡା ମଧ୍ୟ ଗୁରୁତ୍ୱ ର ଆହାତ ହୋଇଛନ୍ତି ଏବଂ ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତେବେ ସେ ସୁସ୍ଥ ହେବା ପରେ ନିଶ୍ଚିତ ଭାବରେ ଆପଣ ଙ୍କ ପାଖକୁ ଆସିବେ ଏବଂ ଆପଣ ଙ୍କ ର ପୁରା ପରିବାର ଓ ପିଲା ମାନ ଙ୍କ ର ପାଠ ପଢିବା ର ଦାୟିତ୍ୱ ମଧ୍ୟ ସେ ଉଠେଇବେ। ତେବେ ସୋସିଆଲ ମିଡ଼ିଆ ରେ ଏହି ଘଟଣା ଟି ଆସିବା ପରେ ସମସ୍ତେ ରାନୀ ପଣ୍ଡା ଙ୍କୁ ଖୁବ ପ୍ରଶଂସା କରିଛନ୍ତି। ତେବେ ଆଶା କରୁଛନ୍ତି କି ରାନୀ ପଣ୍ଡା ମଧ୍ୟ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.