Daily news update , Real odisha local news

ଭାରତର ବର୍ତମାନ ରାଷ୍ଟ୍ରପତି DROUPADI MURMU ଙ୍କର ଏମିତି କିଛି ଫୋଟୋ,ଏମିତି ରହିଛି ତାଙ୍କ ଯିବନି ଆଗରୁ ଦେଖି ନଥିବେ..

0 1,261

ବନ୍ଧୁମାନେ ବର୍ତ୍ତମାନ ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି ।ତେବେ ସେ ପ୍ରଥମ ରାଷ୍ଟ୍ରପତି ଯିଏ ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଛନ୍ତି, ଏହାଛଡ଼ା ଦ୍ରୌପଦୀ ମୂର୍ମୁ ଦ୍ଵିତୀୟ ମହିଳା ରାଷ୍ଟ୍ରପତି ଓ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଅଟନ୍ତି ।

 

ତେବେ ଦ୍ରୌପଦୀ ମୁର୍ମୁ ଭାରତର 15 ତମ ରାଷ୍ଟ୍ରପତି ଓ 25 ଜୁଲାଇ 2022 ମସିହାରେ ସେ ଭାରତର ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ ।ତେବେ ଏହି କଥା ଗୁଡିକ ଆପଣ ଜାଣିଥିବେ କିନ୍ତୁ ରାଷ୍ଟ୍ରପତି ହେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ଙ୍କର ଜୀବନ କେମିତି ଥିଲା ଓ ତାଙ୍କ ପରିବାର ରେ କିଏ ଅଛନ୍ତି ସେ ବିଷୟରେ ଆସନ୍ତୁ ଜାଣିବା ।

ଦ୍ରୌପଦୀ ମୁର୍ମୁ, ଯିଏ 20 ଜୁନ 1958 ମସିହାରେ ଓଡ଼ିଆ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାର ଏକ ଆଦିବାସୀ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ।ଯେତେବେଳେ ଆଦିବାସୀ ଜନଜାତି ର ଲୋକମାନେ ଦୁନିଆ ବିଷୟରେ ସେତେଟା ଜାଣି ନଥିଲେ ସେହି ସମୟରେ ଦ୍ରୌପଦୀ ଥିଲେ ନିଆରା ।କାରଣ ଖୁବ କମ ବୟସ ରୁ ତାଙ୍କ ଭିତରେ ଥିବା ପ୍ରତିଭା ଦେଖିବାକୁ ମିଳିଥିଲା ।

ଛୋଟ ବେଳୁ ପାଠ ପଡିବା ପାଇଁ ବହୁତ ସଂଘର୍ଷ କରିଥିଲେ, ଆଦିବାସୀ ହଷ୍ଟେଲ ରେ ରହି ପାଠ ପଡା ।ତାପରେ ରମାଦେବୀ କଲେଜ ରେ ଗ୍ରାଜୁଏସ ଆଉ ପରେ ଷ୍ଟେଟ ଇରୀଗେସନ ଓ ପାୱାର ଡିପାର୍ଟ ମେଣ୍ଟ ରେ କ୍ଳର୍କ ଭାବେ କାମ କରିଥିଲେ ଦ୍ରୌପଦୀ ମୁର୍ମୁ ।

ତେବେ ଦ୍ରୌପଦୀ ଙ୍କ ପାଇଁ ସମୟ ଖୁବ ବଡ଼ ବଡ଼ ପରୀକ୍ଷା ନେଇଛି, ବିବାହ ପରେ ଦୁଇ ପୁଅ ଓ ଜଣେ ଝିଅକୁ ନେଇ ଖୁବ ଖୁସିରେ ସଂସାର ଚାଲିଥିଲା ।ତେବେ ହଠାତ କୌଣସି ଦୁର୍ଘଟଣା ରେ ଲଗାତାର ଦୁଇ ଦୁଇ ପୁଅ ଙ୍କର ମୃତ୍ୟୁ ପରେ ସ୍ୱାମୀ ଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ଶ୍ରୀମତି ମୁର୍ମୁ ।ତେବେ ଏହା ପରେ ସେ ବ୍ରହ୍ମ କୁମାରୀ ସମାଜ ରେ ସାମିଲ ହେଇଥିଲେ ଓ ନିଜକୁ ଆହୁରି ମଜବୁତ କରି ଉଠିଥିଲେ ।ତେବେ ତାଙ୍କର ବର୍ତ୍ତମାନ ପରିବାର କହିଲେ ତାଙ୍କର ଝିଅ ଟିଏ ଅଛନ୍ତି ଯିଏ ବିବାହିତ ଆଉ ତାଙ୍କର ଦୁଇଟି ପିଲା ରହିଛି ।

ତେବେ ଯିଏ ଦିନେ ଦୁନିଆରେ ମୋତି ପରି ଚମଇକିବାକୁ ଥିଲେ ତାଙ୍କୁ କିଏ ବା ଅଟକାଇ ପାରିବ ।ଏହାପରେ ଧୀରେ ଧୀରେ ଦ୍ରୌପଦୀ ମୁର୍ମୁ ରାଜନୀତି ରେ ପାଦ ଦେଲେ ରାଇରଙ୍ଗପୁର ରୁ ସ୍ୱାଧୀନ ପାର୍ଟି ରେ କାଉନସିଲର ଭାବେ ନିର୍ବାଚିତ ହେବା ପରେ ସେ BJP ରେ ଯୋଗ ଦେଇଥିଲେ ।

ଏହା ପର ଠାରୁ ସେ ଆଉ ପଛକୁ ଅନେଇ ନଥିଲେ ଅନେଇ ଇଲେକ୍ସନ ଜିତିବା ସହିତ ବହୁତ ବଡ଼ ବଡ଼ ଦାୟିତ୍ୱ ବି ତୁଲାଇ ଥିଲେ ।ତେବେ ଯେତେବେଳେ ସେ ଝାଡ଼ଖଣ୍ଡ ଗଭରନର ଥିବା ବେଳେ ସ ରାଷ୍ଟ୍ରପତି ନିର୍ବାଚନ ପାଇଁ ନମିନେଟ ହେଇଥିଲା ।ଆଉ ଶେଷରେ ସେ ଇଲେକ୍ସନ ଜିତିବା ସହିତ ଭାରତର ରାଷ୍ଟ୍ରପତି ହେଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.