ଆପଣ ମାନେ ଜାଣିଥିବେ କି, ଆଜି ସକାଳେ ଓଡ଼ିଶାର ଲୋକପ୍ରିୟ ତଥା ଘରେ ଘରେ ପରିଚିତ DJ ଆଜେକ୍ସ ବା ଅକ୍ଷୟ କୁମାର ଙ୍କ ର ମୃତ୍ୟୁ ହୋଇଛି। ତେବେ ଭୁବନେଶ୍ୱର ସ୍ଥିତ ସେ ରହୁଥିବା ଘର ମଧ୍ୟରୁ ପୋଲିସ ଡିଜେ ଆଜେକ୍ସ ଙ୍କ ମୃତ ଦେହ କୁ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରିଛି। ତେବେ ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ପ୍ରଶ୍ନ ରହିଛି କି ତାଙ୍କର ମୃତ୍ୟୁ କିପରି ହୋଇଛି ବୋଲି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି।
ତେବେ ଆପଣ ମାନେ ଡ଼ିଜେ ଆଜେକ୍ସ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ସେ ଜଣେ ପରିଚିତ DJ ମିଜୁକସିଆନ ଅଟନ୍ତି ।ଆଉ ନିଜର ଡିଜେ କଳା କୁ ନେଇ ଘରେ ଘରେ ପରିଚିତ ଅଟନ୍ତି , ଛୋଟ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଡିଜେ ଆଜେକ୍ସ ଙ୍କୁ ସମସ୍ତେ ଜାଣିଛନ୍ତି ଏବଂ ତାଙ୍କର ଡିଜେ କୁ ସମସ୍ତେ ଖୁବ ପସନ୍ଦ କରନ୍ତି ମଧ୍ୟ। ତେବେ ସେ ଜଣେ ଲୋକପ୍ରିୟ ଡିଜେ ଵାଲା ଅଟନ୍ତି ଏବଂ ସେ ଭୁବନେଶ୍ୱର ରେ ଏକ ଭଡା ଘରେ ରହୁଥିଲେ। ତେବେ ହଠାତ ଆଜି ସକାଳେ ସୂଚନା ମିଳିଛି କି ତାଙ୍କର ମୃତ୍ୟୁ ହୋଇଯାଇଛି ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଡିଜେ ଆଜେକ୍ସ ଙ୍କ ର ମୃତ୍ୟୁ ପୂର୍ବ ର ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟି ହେଉଛି ଡିଜେ ଆଜେକ୍ସ ଙ୍କ ଗାର୍ଲଫ୍ରେଣ୍ଡ ଙ୍କ ଜନ୍ମ ଦିନ ର ଭିଡ଼ିଓ ଯାହାକି ଏହି କିଛି ଦିନ ତଳେ ସେ ସେଲିବ୍ରେଟ କରିଥିଲେ ।ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି, ଡିଜେ ଆଜେକ୍ସ ବା ଅକ୍ଷୟ କୁମାର ତାଙ୍କର ପ୍ରେମିକା ଙ୍କ ଜନ୍ମ ଦିନ ପାଇଁ ଗୋଟିଏ ରୁମ କୁ ଖୁବ ସୁନ୍ଦର ଭାବରେ ସଜେଇ ଥିଲେ। ଆଉ ଏକ ସୁନ୍ଦର ହାର୍ଟ ସେଭ ର କେକ ଆଣିଥିଲେ।
ତେବେ ଏହା ପରେ ବେଶ ଧୁମଧାମ ରେ କେଣ୍ଡେଲ ଲାଇଟ ଲଗାଇ ସଜେଇ ଥିଲେ। ଆଉ ଏହା ପରେ ତାଙ୍କ ପ୍ରେମିକା ଆସି କେକ ଟିକୁ ଦେଖି ବହୁତ ଖୁସି ହୋଇଥିଲେ ଏବଂ ପରେ କେକ ଟିକୁ କାଟି ଥିଲେ। ତେବେ ଏହା ପରେ ଦୁହେଁ ପରସ୍ପର କୁ କେକ ଖୁଆଇ ଥିଲେ। ଆଉ ଖୁବ ମଜାମସ୍ତି ମଧ୍ୟ କରିଥିଲେ। ତେବେ ବର୍ତ୍ତମାନ ତାଙ୍କର ମୃତ୍ୟୁ ପରେ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ କେହି କେହି ଏହିପରି ମଧ୍ୟ ମତ ଦେଇଛନ୍ତି କି, ଡିଜେ ଆଜେକ୍ସ ତାଙ୍କର ଗାର୍ଲଫ୍ରେଣ୍ଡ ବା ତାଙ୍କର ପ୍ରେମ କୁ ନେଇ କିଛି ସମସ୍ୟା ରେ ଥିଲେ ଆଉ ଆତ୍ମହତ୍ୟା କରିଛନ୍ତି ବୋଲି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ଜଣା ପଡି ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।