Daily news update , Real odisha local news

ସକାଳୁ ସକାଳୁ ମେଥିପାଣି ପିଇଲେ ମୂଳରୁ ଶେଷ ହୋଇଥାଇ ଏହି 10ଟି ଗମ୍ଭୀର ରୋଗ – Health Tips

0 1,360

ବନ୍ଧୁମାନେ ସମୟ ଅନୁଯାୟୀ ଅନେକ ପ୍ରକାରର ରୋଗ ଆମ ଶରୀରରେ ଦେଖିବାକୁ ମିଳିଥାଏ ।ତେବେ ଆମେ ଏହି ରୋଗ ପାଇଁ ବିଭିନ୍ନ ଔଷଧ ଖାଇଥାଉ କିନ୍ତୁ ଆମ ପାଖରେ ଏମିତି ଏକ ଜିନିଷ ରହୁଛି ଯାହା ଏକା ସାଙ୍ଗରେ 10 ଟି ରୋଗ ଭଲ କରି ପାରିବ ।ତେବେ ସେହି ଜିନିଷ ହେଉଛି ମେଥି,ତେବେ ମେଥି ଆମ ଶରୀରରେ କଣ କଣ ରୋଗ ଭଲ କରିଥାଏ ଆସନ୍ତୁ ସେ ବିଷୟରେ ଜାଣିବା ।

1.ଓଜନ କମାଇଥାଏ:-

-ନୀତିଦିନ ମେଥିପାଣି ପିଇବା ଯୋଗୁଁ ଆପଣଙ୍କ ଓଜନ କମିଥାଏ, କାରଣ ମେଥିପାଣି ଆପଣଙ୍କ ଭୋକୁ ନିୟନ୍ତ୍ରଣ କରିଥାଏ ।ଏସବୁ ବ୍ୟତୀତ ମେଥି ଆପଣଙ୍କ ଚର୍ବି କମାଇବାର ବି ବହୁତ ବଡ଼ ଭୂମିକା ନିଭେଇ ଥାଏ ।ତେଣୁ ଆପଣ ଯଦି ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ନୀତିଦିନ କିଛି ମେଥି ଖାଆନ୍ତୁ ।

2.ଗଣ୍ଠିଆ ରୋଗରୁ ମୁକ୍ତି:-

-ମେଥି ଆଣ୍ଠୁ ଗଣ୍ଠି ରୋଗ ପାଇଁ ଯାଦୁ ପରି କାମ କରିଥାଏ ।ମେଠୁରେ ଆଣ୍ଟିଆକ୍ସିଡେଣ୍ଟ ଓ ଆଣ୍ଟି ଇଂଫ୍ଲାମେଣ୍ଟାରୀ ଗୁଣ ରହିଥାଏ ତେଣୁ ମେଥିର ପାଣି ସେବନ କରିବା ଯୋଗୁଁ ଆଣ୍ଠୁ ଗଣ୍ଠିରେ ହେଉଥିବା ଯଂତ୍ରଣା ଭଲ ହେଇଥାଏ ।ଏହା ବ୍ୟତୀତ ନୀତିଦିନ ମେଥିପାଣି ପିଇଲେ ପୁରା ଗଣ୍ଠିଆ ରୋଗରୁ ମୁକ୍ତି ମିଳିଥାଏ ।

3.କଲେଷ୍ଟ୍ରଲ ହ୍ରାସ କରେ:-

-ନୀତିଦିନ ମେଥି ଖାଇବା ଦ୍ୱାରା ଶରୀରରୁ ଖରାପ କଲେଷ୍ଟ୍ରଲ ବାହାରି ଯାଇ ଭଲ କଲେଷ୍ଟ୍ରଲ ବଡାଇଥାଏ ଯେଉଁଥି ପାଇଁ ହୃଦ ରୋଗର ସମ୍ଭାବନା ବି ନଥାଏ ।

4.ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ:-

-ମେଥିରେ ପୋଟାସିୟମ ରହିଥାଏ ଯାହା ସବୁବେଳେ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରିତ କରି ରଖିଥାଏ ।

5.କ୍ୟାନ୍ସର ରୁ ରକ୍ଷା କରେ:-

-ତେବେ ମେଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ।ତେଣୁ କ୍ୟାନ୍ସର ହେବାର ଭୟ ବି ଦୂର ହେଇଥାଏ ।

6.କିଡନୀ ଷ୍ଟନ ଦୂରକରେ:-

-ଯେଉଁ ମାନଙ୍କ କିଡନୀରେ ପଥର ହେଇଥାଏ ସେମାନେ ପ୍ରତିଦିନ ସକାଳେ ମେଥିପାଣି ପିଇବା ଯୋଗୁଁ ଖୁବ ଜଲଦି ପଥର ଭଲ ହେଇଯାଏ ।

7.ଡାଇବେଟିସ ଭଲ କରେ:-

-ଯଦି ଆପଣଙ୍କ ର ଡାଇବେଟିସ ର ମାତ୍ର ଅଧିକ ଅଛି ତେବେ ଆପଣ ନୀତିଦିନ ସକାଳେ ମେଥିଗୁଣ୍ଡ କୁ ହାଲକା ଉଷୁମ ପାଣିରେ ମିଶାଇ ଖାଆନ୍ତୁ ଦେଖି ଡେଇବେଟିସ ନିୟନ୍ତ୍ରିତ ହେଇ ରହିବ

8.ତ୍ୱଚାର ଯତ୍ନ:-

-ମେଥି ତ୍ୱଚାରେ ହେଇଥିବା ଘା ବା ଜଳାପୋଡା ଆଦି ଖୁବ ଅଳ୍ପ ସମୟ ଭିତରେ ଭଲ କରିଦିଏ ।

9.ପାଚନ ପ୍ରକ୍ରିୟା ଠିକ ରଖେ:-

-ଖାଇବା କିଛି ସମୟ ଭିତରେ ଖାଦ୍ୟ ହଜମ ହେଉ ନଥିଲେ କିଛି ମେଥିଗୁଣ୍ଡ ଉଷୁମ ପାଣିରେ ମିଶାଇ ପିଇ ପାରିବେ ।ଆଉ ପ୍ରତିଦିନ ଖାଇବାରେ ମେଥି ମିଶାଇ ଖାଇଲେ ବି ଭଲ ଅଟେ ।

10.କେଶ ଝଡ଼ିବା ରୋକିଥାଏ:-

-କେଶ ସମସ୍ୟା ରୋକିବାର ମେଥି ବହୁତ ଭଲ କାମ କରିଥାଏ,ନଡ଼ିଆ ତେଲରେ ମେଥି ପକାଇ ଚୁଟିରେ ଲଗାଇ ପାରିବେ ।
ତେବେ ମେଥିପାଣି ତିଆରି ପାଇଁ ଆପଣ ଦୁଇ ଚାମୁଚ ମେଥି ଏକ ଗ୍ଲାସ ପାଣିରେ ପକାଇ ରଖି ଦିଅନ୍ତୁ ।ଆଉ ସକାଳେ ମେଥି ସହିତ ପାଣିକୁ ଫୁଟାଇ ପାଣିରୁ ମେଥି ଛାଣି ନିଅନ୍ତୁ ତାପରେ ସେଥିରେ ଦୁଇ ଚାମୁଚ ମହୁ ମିଶାଇ ଧୁରେ ଧୁରେ ପିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.