ଆମ ସମସ୍ତେ ପ୍ରଥା ପରମ୍ପରା ଅନୁସାରେ ଜୀବନ ବିତାଇ ଥାଉ, ପୂର୍ବରୁ ଯେଉଁ ପରମ୍ପରା ଚାଲି ହେଇ ଆସୁଛି ଆମେ ସମସ୍ତେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରି ଅସୁଛୁ ।ତେବେ ଏହି ପରମ୍ପରା ଭିତରେ ଏମିତି କିଛି ପରମ୍ପରା ରହିଛି ଯାହା ଆଜି ଯାଏ କୋଉଠି ଲେଖା ଯାଇ ନାହି କିନ୍ତୁ କିଛି ଭୁଲ ଧାରଣା ପାଇଁ ତାହାକୁ ମାନ ଯାଇଥାଏ ।
ତେବେ ସେହି ଭିତରୁ ଗୋଟିଏ ପରମ୍ପରା ରହିଛି କି ମହିଳା ମାନଙ୍କୁ ଶ୍ମଶାନ ଯିବା ମନା ଅଟେ ।ହେଲେ କାହିଁକି ମହିଳା ମାନେ ଶ୍ମଶାନ ଯାଇ ପାରିବେ ନାହିଁ ତାହାର କାରଣ ବୋଧେ ଆପଣ କେହି ଜାଣି ନଥିବେ ହେଲେ ଆଜି ଆମେ ଏ ବିଷୟରେ ଅନେକ ତଥ୍ୟ ଆପଣଂକୁ ଜଣାଇବୁ ।
ତେବେ ସତ କହିବାକୁ ଗଲେ କୋଉ ବିଜ୍ଞାନ ଓ ଶାସ୍ତ୍ର ରେ ଉଲ୍ଲେଖ ନାହିଁ କି ମହିଳା ମାନେ ଶ୍ମଶାନ କୁ ଯାଇ ପାରିବେ ନାହିଁ ।ପୂର୍ବ ସମୟରୁ ଏକ ପ୍ରଥା ରହି ଆସିଛି ଆଉ କିଛି ରୁଡ଼ିବାଦୀ ଲୋକମାନେ ଏହି ନିୟମ କୁ ଆଜିଯାଏ ମାନି ଆସୁଛନ୍ତି ।ଆଉ ଯେତେବେଳେ କେହି ଏହି ପ୍ରଥା ଗୁଡିକ ବିରୋଧରେ କାମ କରିଥାଏ ତାହେଲେ ତାହା ଖୁବ କଷ୍ଟ ହେଇଥାଏ ।ତେବେ ବହୁତ ସମୟରେ କୁହାଯାଏ କି ମହିଳା ମାନଙ୍କ ହୃଦୟ କୋମଳ ଅଟେ ସେଥିପାଇଁ ସେମାନେ ମୃତ୍ୟୁ ର କରାଳ ରୂପ କୁ ଦେଖି ପାରିବେ ନାହିଁ ।ହେଲେ ଆଜିର ନାରୀ ଏତେ ଦୁଃଖ କଷ୍ଟ ସହିବା ପରେ କଣ ଏହି ମୃତ୍ୟୁ ର ଦୃଶ୍ୟ ତା ପାଇଁ ଖୁବ ସାମାନ୍ୟ ଅଟେ ।
ଅନ୍ୟ ଏକ କାରଣ କୁହାଯାଏ କି ମହିଳା ମାନଙ୍କ ଋତୁସ୍ରାବ ହେଇଥାଏ ଯେଉଁଥି ପାଇଁ ସେମାନେ ଅଶୁଦ୍ଧ, ତେବେ ଆଜି ବି ଆମ ସମାଜରେ ଋତୁସ୍ରାବ ସମୟରେ ମହିଳା ଙ୍କୁ କୌଣସି ଶୁଭ କାମରେ ସାମିଲ କରାଯାଏ ନାହିଁ ହେଲେ ଏହା ତ ଠିକ କଥା ନୁହେଁ ଯେଉଁ ମହିଳା ପିଲା ଜନ୍ମ କରିବାର କ୍ଷମତା ରଖୁଛି ସେ କେମିତି ଅଶୁଦ୍ଧ ହେବ ।ଏହା ବ୍ୟତୀତ ଏହା ବି କୁହାଯାଏ କି ଯଦି ସମସ୍ତେ ଶ୍ମଶାନ କୁ ଯିବେ ତାହେଲେ ସେମାନେ ଫେରିଲେ ତାଙ୍କ ପାଇଁ ଖାଦ୍ୟପେୟ ର ବ୍ୟବସ୍ଥା କିଏ କରିବ ।ଏଥିପାଇଁ ମହିଳା ମାନେ ଘରେ ରହିଥାନ୍ତି ଓ ଶ୍ମଶାନ ରୁ ଫେରିବା ଲୋକଙ୍କ ପାଇଁ ସବୁକିଛି ବ୍ୟବସ୍ଥା କରିଥାନ୍ତି ।
ତେବେ ଏହି ସମାଜ ମହିଳା ଅନ୍ୟ ଏକ କାରଣ ପାଇଁ ଶ୍ମଶାନ ଯିବାକୁ ବିରୋଧ କରିଥାଏ କାରଣ କୁହାଯାଏ କି ଝିଅ ମାନେ ଚୁଟି ଦାନ କରି ପାରିବେ ନାହିଁ ଓ ପୁଅ ନିଆଁ ଦେଲେ ମୁକ୍ତି ମିଳିଥାଏ ।ହେଲେ ଏସବୁ ର କିଛି ଅର୍ଥ ନାହିଁ ଧୀରେ ଏସବୁ ବଦଳିବାରେ ଲାଗୁଛି, ତେବେ ଶଙ୍କରାଚାର୍ଯ୍ୟ, ରାଜା ରାମ ମୋହନ ରାୟ ଙ୍କ ପରି ବ୍ୟକ୍ତି ମାନେ ଏହି ମୂଲ୍ୟହୀନ ପରମ୍ପରା କୁ ଉଠେଇ ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।