ଶ୍ମଶାନରୁ Live – ଗୋଟିଏ ଦିନର ଗୋଟିଏ ଜୁଇରେ ଜଳିଲେ 3ସାଙ୍ଗ ସମାନ ସମୟର ର 3 ଜଣଙ୍କ ର ଜୁଇ….ଭିଡିଓ ଦେଖିଲେ ଆଖିରୁ ଲୁହ ଆସିଯିବ
ବନ୍ଧୁମାନେ ବନ୍ଧୁତା ଏକ ଏମିତି ବନ୍ଧନ ଯାହା କେବେ କୌଣସି ବୟସ ଦେଖାନା, କେତେବେଳେ ବୁଡ଼ା ଲୋକଟେ ବି ଛୋଟ ପିଲାର ବନ୍ଧୁ ସାଜିଥାଏ ତ କେତେବେଳେ ଯୁବତୀ କୁନି ପିଲାର ବନ୍ଧୁ ସାଜିଥାଏ ।କିନ୍ତୁ ଏହି ସମ୍ପର୍କ ଦୁନିଆର ସବୁ ସମ୍ପର୍କ ଠାରୁ ଭିନ୍ନ କୌଣସି ରକ୍ତ ସମ୍ପର୍କ ନଥାଇ ବି ବନ୍ଧୁ ଟିଏ ନିଜ ବନ୍ଧୁ ପାଇଁ ବହୁତ କିଛି କରିପାରେ ।ତେବେ ଆଜି ଆମେ ଏମିତି ଏକ ବନ୍ଧୁତ୍ୱ ର କଥା ଜଣାଇବୁ ଯେଉଁଠି ବୟସର ବ୍ୟବଧାନ ବହୁତ ଥିଲା କିନ୍ତୁ ମୃତ୍ୟୁ ବି ତାଙ୍କ ବନ୍ଧୁତ୍ୱ କୁ ଅଲଗା କରି ପାରିଲା ନାହିଁ ।
ଆପଣ ମାନେ ଦେଖୁଥିବେ ବର୍ଷା ଘଡଘଡି ସମୟରେ ବେଳେ ବେଳେ ଏମିତି ଭୟଙ୍କର ବଜ୍ରପାତ ହୁଏ ଯେ ବାହାରକୁ ବାହାରିବା ମୁସ୍କିଲ ହେଇପଡ଼େ ।
ଆଉ ଯେତେବେଳେ ସେହି ବଜ୍ରପାତ କାହା ଉପରେ ପଡିଥାଏ ତେବେ ସେ ଆଉ ଜୀବିତ ରହେନା ।ତେବେ ଏମିତି ଏକ ବଜ୍ରପାତରେ ଆଜି ଏକା ସାଙ୍ଗରେ ଚାଲି ଯାଇଛି 3 3ଟି ଜୀବନ ।ହେଲେ ଆଶ୍ଚର୍ଯ୍ୟ କଥା ହେଉଛି ତିନି ଜଣଙ୍କ ଭିତରେ ଏମିତି ଘନିଷ୍ଠ ବନ୍ଧୁତା ଥିଲା ଯେ ମୃତ୍ୟୁ ବି ଆଜି ଅଲଗା କରିପାରିଲାଣି ।ତେବେ ଘଟଣା ହେଉଛି ବଲାଙ୍ଗୀର ଜିଲ୍ଲାର ବୈଶିଙ୍ଗା ଅଞ୍ଚଳର, ତେବେ ସେହି ଅଞ୍ଚଳର ତିନି ଜଣ ପିଲା ପ୍ରଶାନ୍ତ,କାହ୍ନୁ ଓ ଚନ୍ଦନ ଆଜି ନାହାନ୍ତି ।
ବୁଧବାର ଦିନ ଝଡ଼ ବର୍ଷା ଭିତରେ ବଜ୍ରପାତରେ ତିନି ଜଣ ଏକାଠି ଜୀବନ ହରେଇ ଦେଇଛନ୍ତି ।ତେବେ ସୂଚନା ଅନୁଯାୟୀ ବୁଧବାର ସକାଳେ ଏହି ତିନି ସାଙ୍ଗ ନଦୀ କୂଳକୁ ବୁଲିବାକୁ ଯାଇଥିଲେ ଆଉ ସେହି ସମୟରେ ଜୋର ଘଡଘଡି ବର୍ଷା ମାଡି ଆସିଥିଲା ।ତେବେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ସେମାନେ ନଦୀ ପାଖ ଏକ ଗଛ ମୂଳକୁ ଚାଲି ଯାଇଥିଲେ କିନ୍ତୁ ଠିକ ସେତିକି ବେଳେ ତାଙ୍କ ଉପରେ ବଜ୍ରପାତ ହେଇ ଯାଇଥିଲା ।
ଆଉ ଯେତେବେଳେ ସେମାନଙ୍କୁ ଖୋଜି ଆଉ ଜଣେ ସାଙ୍ଗ ଗଛ ମୂଳରେ ପହଁଚିଥିଲା ସେତେବେଳେ ତାଙ୍କୁ ଦେଖି ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା ଆଉ ଡାକ୍ତର ତିନି ଜଣକୁ ମୃତ ବୋଲି ଘୋଷଣା କରିଥିଲେ ।ତେବେ ପରିବାର ଲୋକ ଆଜି ଭେଣ୍ଡିଆ ପୁଅକୁ ହରେଇ କାନ୍ଦ ବୋବାଳି ରେ ଭାଙ୍ଗି ପଡୁଥିବା ବେଳେ ଗାଁ ମଶାଣିରେ ଗୋଟିଏ ଜୁଇରେ 3 ଜଣକ ଙ୍କର ଶବ ଜଳୁଛି ।ତେବେ ଏହି ବନ୍ଧୁତା ବି ଖୁବ ନିଆରା ଥିଲା କାରଣ ଏଠି କେହି ସମାନ ବୟସର ନଥିଲେ କେହି 27 ବର୍ଷର ତ କେହି 22 ଆଉ କେହି 12 ବର୍ଷର ।ତେବେ ଏହି ବନ୍ଧୁତା ନିଆରା ଥିଲେ ଯମ ବି ଏହି ବନ୍ଧୁତା କୁ ଭାଙ୍ଗି ପାରିଲା ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।