Daily news update , Real odisha local news

ଡାଲି ବନେଇବାର ଏକଦମ୍ ନୂଆଓଅଲଗା ଉପାୟ, ମାତ୍ରଗୋଟିଏଥର ଡାଲି ଏମିତିବନେଇଦେଖନ୍ତୁ ତରକାରୀଦରକାରପଡ଼ିବନି ହାତ ଚାଟି ଖାଇବେ 45 କୋଟିରୁ ଅଧିକ ଲୋକ ଦେଖିସାରିଲେଣି

0 601

ବନ୍ଧୁମାନେ ଆମେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଖାଦ୍ୟ ଖାଇଥାଉ, ତେବେ ଆପଣ ନୀତିଦିନ ଯେଉଁ ଖାଦ୍ୟ ଖାଉଛନ୍ତି ତାହାର ରୋଷେଇ କରିବା ର ତରିକା କୁ ଟିକିଏ ପତିବର୍ତନ କଲେ ସେହି ଖାଇବା ର ସ୍ଵାଦ ଆହୁରି ବଦଳିଯାଏ ।ତେବେ ଆପଣ ମାନେ ଡାଲି ତ ଖାଇଥିବେ ଆଉ ଡାଲି ର ସ୍ୱାଦ ସହିତ ବେଶ ଭଲ ପରିଚିତ ଥିବେ ।

ହେଲେ ଆମେ ଆପଣଂକୁ ଆଜି ଏହି ଡାଲି ବନେଇବାର ଏକ ନୂଆ ଉପାୟ ବିଷୟରେ ବତାଇବୁ, ଯେଉଁ ଉପାୟରେ ଆପଣ ଡାଲି ତିଆରି କରି ଖାଇଲେ କେବେ ଭୁଲି ପାରିବେ ନାହିଁ ।ତେବେ ଆସନ୍ତୁ ଡାଲି ତିଆରି ପ୍ରକ୍ରିୟା ବିଷୟରେ ଜାଣିବା ।

ଡାଲି ତିଆରି ପାଇଁ ସାମଗ୍ରୀ:-

ଡାଲି, ତେଜପତ୍ର, ଶୁଖିଲା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରଶୁଣ ପେଷ୍ଟ, ହେଙ୍ଗୁ,ଭୁର୍ଷୁଙ୍ଗା ପତ୍ର,ଲୁଣ,କଳା ଶୋରିଷ, ଜିରା,ତେଲ,ଟମାଟୋ, ପିଆଜ

ଡାଲି ତିଆରି ପ୍ରକ୍ରିୟା:-

-ଡାଲି ତିଆରି କରିବା ପାଇଁ ଆପଣ 200 ଗ୍ରାମ ର ହରଡ଼ ଡାଲି ନିଅନ୍ତୁ,ତାହାକୁ 2ରୁ 3 ଥର ଭଲ କରି ଧୋଇ ନିଅନ୍ତୁ ।ଏବେ ସେହି ଡାଲି ରେ ଆପଣ ଗୋଟିଏ ଟମାଟୋଓ ଗୋଟିଏ ପିଆଜ କୁ କାଟି ପକାନ୍ତୁ ।ତାପରେ ସେଥିରେ 2ଟି ତେଜପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରଶୁଣ ପେଷ୍ଟ କୁ ପକାଇ ଭଲ ଭାବରେ ସବୁକୁ ଡାଲି ରେ ଗୋଳେଇ ନିଅନ୍ତୁ ।

-ଏବେ ଆପଣ ଗୋଟିଏ ପ୍ରେସର କୁକର ନିଅନ୍ତୁ ସେଥିରେ ଗୋଲେଉ ଥିବା ଡାଲି କୁ ରଖନ୍ତୁ ଆଉ ସେଥିରେ 3 ତାଟିଆ ପାଣି ଦିଅନ୍ତୁ ।ଏହାପରେ ଆପଣ ପାଣି ଉପରେ ଅଳ୍ପ ରିଫାଇନ ତେଲ ପକାନ୍ତୁ, ଏହି ତେଲ ଦେଲେ ଆଉ ଡାଲି ଉତୁରି ପଡ଼ି ନଥାଏ ।ତାପରେ ପ୍ରେସର ବନ୍ଦ କରିଦିଅନ୍ତୁ, ପ୍ରେସର ଦୁଇଟି ସିଟି ମାରିବା ପରେ ଆପଣ ପ୍ରେସର ବନ୍ଦ କରିଦେବେ ।ଆଉ ଥଣ୍ଡା ହେବା ପ୍ରେସର ଖୋଲିବେ ଦେଖିବେ ଆପଣ ଙ୍କର ଡାଲି ପୁରା ତିଆରି ହେଇ ଯାଇଥିବ ।

-ଏବେ ଆପଣ ଅନ୍ୟ ଏକ କଡେଇ ନିଅନ୍ତୁ ସେଥିରେ ଅଳ୍ପ ତେଲ ପକାନ୍ତୁ ତାପରେ ଦୁଇଟି ଶୁଖିଲା ଲଙ୍କା,ଅଳ୍ପ ଜିରା ଓ ଅଳ୍ପ କଳା ଶୋରିଷ ପକାନ୍ତୁ ।ତାପରେ ସେଥିରେ ଅଳ୍ପ ହେଙ୍ଗୁ, ଟିକିଏ ଲୁଣ ଓ ଅଳ୍ପ ଭୁର୍ଷୁଙ୍ଗା ପତ୍ର ପକାଇ ଏକ ଛୁଙ୍କ ତିଆରି କରନ୍ତୁ, ଏବେ ପୂର୍ବରୁ ରଖିଥିବା ଡାଲି କୁ ସେହି କଡେଇ ରେ ରଖନ୍ତୁ ।ତାପରେ ଡାଲି ରେ ଦୁଇ ତାଟିଆ ଗରମ ପାଣି ଢାଳି ଡାଲି କୁ ଭଲ ଭାବରେ ଗୋଳେଇ ନିଅନ୍ତୁ ।ତେବେ ଥଣ୍ଡା ପାଣି ଡାଳିରେ ଦେବେ ନାହିଁ ନହେଲେ ଡାଲି ପାଣିଆ ଲାଗିବ, ଏହାପରେ ଆପଣଙ୍କ ର ଡାଲି ତିଆରି ହେଇଯିବ ।ଆଉ ଏହି ଡାଲି କୁ ଖାଇ ଦେଖନ୍ତୁ ତାହା ପୂର୍ବରୁ ରାନ୍ଧୁଥିବା ଡାଲି ଠାରୁ କେତେ ଭଲ ଲାଗିବ ଜାଣିପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.