ବନ୍ଧୁମାନେ ଏହି ସମାଜରେ କେତେ ପ୍ରକାର ଲୋକ ଅଛନ୍ତି, ତେବେ ଭଗବାନ କାହାକୁ ସବୁକିଛି ଦେଇଥିବା ବେଳେ କାହାକୁ କିଛି ବି ଦେଇ ନାହାନ୍ତି ।ସେଥିପାଇଁ ଏହି ଦୁନିଆ ଭିତରେ ମଣିଷ ମାନଙ୍କ ଭିତରେ ବି ତାରତମ୍ୟ ଦେଖିବାକୁ ମିଳୁଛି ।ଟ୍ରବେ ଦେଖୁ ନଗନ୍ତି କେମିତି ଆଖି ନଥିବା ବ୍ୟକ୍ତି ଆଜକୁ 40 ବର୍ଷ ହେଲାଣି ଘର ଖଣ୍ଡିଏ ପାଇଁ ସରକାରି ଅନୁଷ୍ଠାନ ଗୁଡିକରୁ ଘୁରି ବୁଲୁଛି ।ଆଉ ଶେଷରେ ନିଜ ଗୀତ ମାଧ୍ୟମରେ ଦୁଃଖ କୁ ଭଗବାନ ଙ୍କୁ ଜଣାଇବାକୁ ଚେଷ୍ଟା କରୁଛନ୍ତି ।
ତେବେ ଦର୍ଶକ ବନ୍ଧୁ ଆମ ଦୁନିଆରେ ଏମିତି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କର ଶାରୀରିକ ଗଠିନ କିଛି ଭିନ୍ନ ହେଇଥାଏ ।
ଆଉ ସେହିପରି ମଣିଷ ମାଙ୍କୁ ଆମ ଦୁନିଆ ଭିନ୍ନକ୍ଷମ ବୋଲି କହିଥାଏ, ହେଲେ ସେହି ଭିନ୍ନକ୍ଷମ ମଣିଷ ର କଣ ଏହି ଦୁନିଆରେ କୌଣସି ମୂଲ୍ୟ ନାହିଁ ! ନା ଭିନ୍ନକ୍ଷମ ବୋଲି ସରକାର ବି ତାଙ୍କୁ ଅଣଦେଖା କରୁଛନ୍ତି କି, ତେବେ ଏମିତି କଥା କହିବାର ହରୁଛି ଆଜିର ଏହି ଭିଡ଼ିଓ ।ତେବେ ଆପଣ ବି ଦେଖୁ ନାହାଁନ୍ତି କେମିତି ଭିନ୍ନକ୍ଷମ ଭାଇ ଓ ଭଉଣୀ ମିଶି ଘର ଟିଏ ପାଇଁ କେମିତି ହନ୍ତସନ୍ତ ହେଉଛନ୍ତି ।
ଘଟଣା ହେଉଛି ଯାଜପୁର ଜିଲ୍ଲା କରେଇ ବ୍ଲକ ଅଞ୍ଚଳର, ତେବେ ସେଠାରେ ରହୁଥିବା ପ୍ରଫୁଲ୍ଲ ପ୍ରାୟ 40 ବର୍ଷ ହେଲା ଘର ଟିଏ ପାଇଁ ବାରମ୍ବାର ଜମି ପିତା ଧରି ସରକାରୀ କାର୍ଯ୍ୟାଳୟ ଗୁଡିକୁ ଦୌଡୁଛନ୍ତି ।ଆଉ ଏତେ ଦିନ ପରେ ତାଙ୍କୁ ଘର ଖଣ୍ଡିଏ ମିଳୁ ନାହିଁ, ଏପଟେ ଘରେ ତାଙ୍କର ଦୁଇ ଭଉଣୀ ଅଛନ୍ତି ।ଆଉ ଆଶ୍ଚର୍ଯ୍ୟ ର କଥା ହେଉଛି ଦୁଇ ଭଉଣୀ ପ୍ରଫୁଲ୍ଲ ଙ୍କର ନିଜର ନୁହଁନ୍ତି, ମାନବିକ ଦୃଷ୍ଟି ଆଜି ଏହି 3 ଜଣଙ୍କୁ ଭାଇ ଭଉଣୀ ସମ୍ପର୍କରେ ବାନ୍ଧି ଦେଇଛି ।ତେବେ ପ୍ରଫୁଲ୍ଲ ନିଜେ ଅନ୍ଧ ଥିବା ବେକେ ଅନ୍ୟ ଜଣେ ଭଉଣୀ ଚାଲି ପାରନ୍ତି ନାହିଁ କିନ୍ତୁ ଭାଇକୁ ଘର ଖଣ୍ଡିଏ ଦେବା ପାଇଁ ଉଭୟ ଭାଇ ଭଉଣୀ ଠେଲାରେ ବୋହି ହେଇ ବିଡ଼ିଓ ଅଫିସ ରେ ପହଁଚିଛନ୍ତି ।
ତେବେ ଭିନ୍ନକ୍ଷମ ଭଉଣୀ ର କହିବା ଅନୁସାରେ ସେ ଘରେ ସବୁ କାମ କରନ୍ତି ଆଉ ଭାଇ ଓ ଅନ୍ୟ ଜଣେ ଭଉଣୀ ବାହାରୁ କଣ କେମିତି ଆଣିଲେ ଘର ଚଳେ ।ତେବେ ଭାଇ କୁ ଘର ଟିଏ ମିଳିଗଲେ ତାଙ୍କ ଦୁଃଖ ଟିକେ ଦୂର ହୁଅନ୍ତା ।ଆଉ ଏପଟେ ପ୍ରଫୁଲ୍ଲ ବାରମ୍ବାର ସରକାରୀ ଅଫିସ ଯାଇ ଯାଇ ଶେଷରେ ନିଜ ଗୀତରେ ନିଜର ଦୁଃଖ କହିବାକୁ ଚେଷ୍ଟା ଚଳାଇଛନ୍ତି ।ତେବେ ଦେଖା ଯାଉ ଏହି ଭିନ୍ନକ୍ଷମ ଭାଇ ଭଉଣୀ ଉପରେ କେବେ ସରକାର ଙ୍କର ନଜର ପଡୁଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।