Daily news update , Real odisha local news

ପୁଅ ହେଉ କି ଝିଅ ତୃତୀୟ ସନ୍ତାନ ହେଲେ ମିଳିବ ୫୦ ହଜାର ଟଙ୍କା ..ସେୟାର କରି ସମସ୍ତ ବାପା-ମା ଙ୍କୁ ଜଣାନ୍ତୁ

0 9

ବନ୍ଧୁମାନେ ବର୍ତ୍ତମାନ ଏକ ସୂଚନା ମିଳିଛି, ଯେଉଁ ସୂଚନା ଅନୁଯାୟୀ ଏଣିକି ଦୁଇ ରୁ ଅଧିକ ପିଲା ଜନ୍ମ କଲେ ମିଳିବ 50 ହଜାର ଫିକ୍ସ ଡିପୋଜିଟ ।ତେବେ ଏମିତି ଏକ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଅଟେ । ବର୍ତ୍ତମାନ ସମୟରେ ଯେଉଁଠି ଦେଶର ଜଣ ସଂଖ୍ୟା ଦିନକୁ ଦିନ ବଡିବାରେ ଲାଗିଛି ସେହି ଭିତରେ ଏମିତି ଏକ ସୂଚନା ଲୋକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଛି ।ତେବେ ଏମିତି ନିୟମ କଣ ପାଇଁ ଓ କାହିଁକି ଲାଗୁ ହେଇଚି ସେ କଥା ଜାଣିବା ପାଇଁ ଆଗକୁ ଚାଲନ୍ତୁ ପଡ଼ିବା ।

ତେବେ ଜନ ସଂଖ୍ୟା ବୃଦ୍ଧି ର ଗଣନା ଅନୁସାରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି, ତେଣୁ ଏମିତି ବଡୁ ଥିବା ଜନ ସଂଖ୍ୟା କୁ ଦୃଷ୍ଟିରେ ରଖି ସରକାର ଅନେକ ନିୟମ ଲାଗୁ କରିଛନ୍ତି ।କିଛି ବର୍ଷ ପୂର୍ବରୁ ଆମେ ଦୁଇ ଆମର ଦୁଇ ର ନାରା ଶୁଣିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଆମେ ଦୁଇ ଆମର ଏକ ର ନାରା ଶୁଣିବାକୁ ମିଳୁଛି ।ଏହା ବ୍ୟତୀତ ବହୁତ ସମୟରେ ସରକାର ଯେଉଁ ବାପାମାଆ ଙ୍କର ଦୁଇଟି ବା ଗୋଟିଏ ପିଲା ରହୁଛି ତାଙ୍କୁ ଅନର୍କ ସୁବିଧା ସୁଯୋଗ ଯୋଗାଇ ଦେଉଛି ।ହେଲେ ଏହି ଭିତରେ ଅଖିଳ ଭାରତୀୟ ମାହେଶ୍ୱରୀ ସମାଜ ପକ୍ଷରୁ ବଡ଼ ଘୋଷଣା ହେଇଛି କି,ଯେଉଁ ବି ବାପାମାଆ ଙ୍କର ଦୁଇ ରୁ ଅଧିକ ପିଲା ଜନ୍ମ ହେବ ତାଙ୍କୁ 50 ହଜାର ଟଙ୍କା ଫିକ୍ସ ଡିପୋଜିଟ ମିଳିବ ।

ସୂଚନା ଅନୁଯାୟୀ ଅଖିଳ ଭାରତୀୟ ମାହେଶ୍ୱରୀ ସମାଜର ଅଧ୍ୟକ୍ଷ ରାମକୁମାର ଭୁତଡ଼ା ପ୍ରତିକ୍ରିୟା ରଖିଛନ୍ତି ଯେ, ବର୍ତ୍ତମାନ ସମୟରେ ଦିନକୁ ଦିନ ଜନ ସଂଖ୍ୟା କମିବାରେ ଲାଗିଛି ।ଜନ ସଂଖ୍ୟା ଏମିତି କମୁ ଥିବାର ଦେଖି ଏହି ନିୟମ ଲାଗୁ ହେଇଛି ।ନିୟମ ଅନୁଯାୟୀ ଯେଉଁ ବି ଦମ୍ପତି ଦୁଇ ରୁ ଅଧିକ ଅର୍ଥାତ ତିନିଟି ବା ଚାରିଟି ପିଲା ଜନ୍ମ କରିବେ,ସେହି ପିଲାର ଜନ୍ମ ପରେ ତାଙ୍କୁ 50 ହଜାର ଟଙ୍କା ଫିକ୍ସ ଡିପୋଜିଟ ମିଳିବ ।ତେବେ ପୂର୍ବରୁ ଏହି ନିୟମ କେବଳ ଝିଅ ପିଲାଙ୍କ ପାଇଁ ଲାଗୁ ହେଇଥିଲା କିନ୍ତୁ ବର୍ତ୍ତମାନ ଜଣା ପଡ଼ିଛି କି ଉଭୟ ପୁଅ ଓ ଝିଅ ଜନ୍ମ ହେଲେ ବି ତାଙ୍କୁ ଏହି ଟଙ୍କା ମିଳିବ ।

ତେବେ ଅଖିଳ ଭାରତୀୟ ମାହେଶ୍ୱରୀ ସମାଜ ପକ୍ଷରୁ ଏମିତି ଏକ ସୂଚନା ମିଳିବା ପରେ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବା ବେଳେ ଦର୍ଶକ ଏହି ସୂଚନା କୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି ।କେହି କେହି ଏମିତି ନିଷ୍ପତି କୁ ଖୁବ ଖରାପ ବୋଲି କହୁଥିବା ବେଳେ କେହି କେହି ସମାଲୋଚନା ବି କରିଛନ୍ତି ।ତେବେ ସତରେ କଣ ଏମିତି ଏକ ପଦକ୍ଷେପ ନେବା ଦେଶ ପାଇଁ କେତେଟା ଯୁକ୍ତିଯୁକ୍ତ ତାହା ଆପଣ ହିଁ କହି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.