ବନ୍ଧୁମାନେ ବର୍ତ୍ତମାନ ସମୟ ଯେମିତି ହେଲାଣି ଏବେ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡିବ, ନହେଲେ କେତେବେଳେ ଯେ ଜୀବନ ରୁ ପ୍ରାଣ ଚାଲିଯିବ ତାହା କହିବା ମୁସ୍କିଲ ।ଏବେ ଦେଖୁ ନାହାନ୍ତି କୋଉଠି ମାରକାଟ ହନାହାଣୀ ପରି ଅପରାଧ ବଡିବାରେ ଲାଗୁଛି ।ଆଉ ସେହି ଘଟଣା ଗୁଡିକ ଦେଖିବା ପରେ ପଦା କୁ ଗୋଡ଼ କାଡିବା ମୁସ୍କିଲ ହେଇଯାଉଛି ।
ତେବେ ଦେଖୁ ନାହାଁନ୍ତି ଏହି ସିସିଟିଭି ଭିଡ଼ିଓ ଟିକୁ, କେମିତି ରାସ୍ତା ଉପରେ ଲୋକ ଟିକୁ ଗଡ଼େଇ ଗଡ଼େଇ ଆକ୍ରମଣ କରାଯାଉଛି ।ଯେଉଁ ଘଟଣା ଶୁଣିଲେ ଦେଶ ଶୀତେଇ ଯାଉଛି ଆଉ ସେହି ଘଟଣା ଟି କେମିତି ଘଟୁଛି ତାହା ଦେଖିବା ଆସନ୍ତୁ ।
ଦିନକୁ ଦିନ ସମାଜରେ ମଣିଷ ଭିତରେ ପଶୁ ଠାରୁ ବି ହୀନ ହେଇ ଯାଉଛନ୍ତି, ଛୋଟ ମୋଟ କଥା ପାଇଁ କେହି କାହାର ଜୀବନ ନେବାକୁ ଟିକିଏ ବି କୁଣ୍ଠାବୋଧ କ୍ରୁ ନାହାନ୍ତି ।ଯେମିତି ମଣିଷ ମାରିବା କୋଉ ପୋକ ବିଛା ମାରିବା ପରି ହେଇଗଲାଣି, ତେବେ ଯେତେବେଳେ ଏମିତି ସବୁ ଭୟଙ୍କର ଘଟଣା ଗୁଡିକ ସୋସିଆଲ ମେଡିଆରେ ଦେଖିବାକୁ ମିଳେ ସେତେବେଳେ ସାଧାରଣ ଲୋକଙ୍କ ପାଇଁ ବାଟରେ ଚାଲିବା କଷ୍ଟ ହେଇଯାଏ ।ତେବେ ବଲାଙ୍ଗୀର ର ଏହି ଦୃଶ୍ୟ କୁ ଦେଖନ୍ତୁ ଯାହା ସିସିଟିଭି ରେ ରେକର୍ଡ ହେଉଛି ।ରାସ୍ତା ଉପରେ ଜଣେ ବ୍ୟକ୍ତି ଙ୍କୁ ମାରିବା ପାଇଁ 7 ଜଣ ଦୁର୍ବୁତ୍ତ ଖଣ୍ଡା ଧରି ଗୋଡ଼ାଇଛନ୍ତି ।
ତେବେ ଘଟଣା କିଛି ଏମିତି ଅଟେ କି ବଲାଙ୍ଗିର ର ରେଲୱେ ଷ୍ଟେସନ ନିକଟରେ ପ୍ରେମ ପ୍ରକାଶ ନାୟକ ନିଜର ପାନ ଦୋକାନ କରିଥିଲେ ।କିନ୍ତୁ କୌଣସି କାରଣ ପାଇଁ ତାଙ୍କୁ ଦିନ ଦିପହରରେ 7 ଜଣ ଲୋକ ଖଣ୍ଡା ଧରି ଆକ୍ରମଣ କରିବାକୁ ଲାଗିଥିଲେ ।ତେବେ ଏହି ଘଟଣା ବିଚ ରାସ୍ତା ଉପରେ ଘଟୁଥିଲା କିନ୍ତୁ କେହି ବି ପାଖକୁ ଆସି ଦୁର୍ବୁତ୍ତ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ନଥିଲେ ।ଅନ୍ୟପଟେ ଆକ୍ରମଣ କାରଣ ରୁ ପ୍ରେମ ପ୍ରକାଶ ଙ୍କର ଅବସ୍ଥା ଗମ୍ଭୀର ହେବାରେ ଲାଗିଥିଲା କିନ୍ତୁ ତା ଭିତରେ ବି ସେ ଜୀବନ ବିକଳରେ ଦୌଡ଼ି ବୁଲିଥିଲେ ।
Few students in a govt school in Bageshwar dist of #Uttarakhand on Wednesday suddenly started screaming and shouting. Some beleieve it’s a “mass hysteria” phenomenon. A team of doctors will visit school today. pic.twitter.com/htsFjrcC0Y
— Anupam Trivedi (@AnupamTrivedi26) July 28, 2022
ହେଲେ କଥାରେ କୁହାଯାଏ କି ଯାହାକୁ ବଞ୍ଚାନ୍ତି ଅନନ୍ତ କି କରି ପାରେ ବଳବନ୍ତ, ଠିକ ସେମିତି ଏହି ଆକ୍ରମଣ ର ଦୃଶ୍ୟ ଯେତେବେଳେ ସିସିଟିଭି ରେ ପୋଲିସ ଦେଖିଲେ ସେତେବେଳେ ସେମାନେ ତୁରନ୍ତ ଘଟଣା ସ୍ଥାନରେ ପହଁଚି ଯାଇଥିଲେ ।ଆଉ ଏହାପରେ ପୋଲିସ ପ୍ରେମ କୁମାର ଙ୍କୁ ଦୁର୍ବୁତ୍ତ ମାନଙ୍କ ପାଖରୁ ଉଦ୍ଧାର କରି ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ପଠେଇ ଥିଲେ ଆଉ ସେହି ଦୁର୍ବୁତ୍ତ ମାନଙ୍କୁ ଗିରଫ କରିଥିଲେ ।ତେବେ ଜଣା ପଡ଼ିଛି କି ପରେ ପ୍ରେମ କୁମାର ଙ୍କର ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲ କୁ ନିଆଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।