ଆଜି ବି ମନେ ପଡେ ୨୬ ବର୍ଷ ତଳର ମୟୁରଭଞ୍ଜ ର ସେହି କରୁଣ ଦାୟକ ଦୃଶ୍ୟ, ଯେଉଁ ଠାରେ ଦେଖୁ ଦେଖୁ ଚାଲିଗଲା ଶହ ଶହ ଭକ୍ତ ଙ୍କ ଜୀବନ। ଦେଖୁ ଦେଖୁ ଆକାଶ ରେ ଖେଳିଗଲା ଧୂଆଁ ଆଉ କିଛି ମୁହୂର୍ତ୍ତରେ ହଜାର ହଜାର ଭକ୍ତ ଜଳି ପୋଡି ପାଉଁଶ ହୋଇ ଯାଇଥିଲେ। ଏହାର କଥା ଆଜି ବି କହିଲେ ଲୋକଙ୍କ ଆଖିରେ ଲୁହ ଆସି ଯାଉଛି ,
ଆଉ ପ୍ରତ୍ୟେକ ଦର୍ଶୀ ମାନେ ଆବି ବି ସେହି ଛାତି ଥରା ଦୃଶ୍ୟ କୁ ଭୁଲି ପାରୁ ନାହାନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହୁଚୁ ୧୯୯୭ ମସିହା ର ମୟୁରଭଞ୍ଜ ଜିଲ୍ଲାର ମଧୁସୂଦନପୁର ର ଭୟଭୀତ ଅଗ୍ନିକାଣ୍ଡ ବିଷୟ ରେ।
ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ଟି କଣ ଥିଲା ତାହା ବିଷୟ ରେ ସବୁ ତଥ୍ୟ। ତେବେ ସୂଚନା ଅନୁଯାୟୀ, ୧୯୯୭ ମସିହା ଫେବୃଆରୀ ୨୩ ତାରିଖ ଥିଲା। ଆଉ ମୟୁରଭଞ୍ଜ ଜିଲ୍ଲା ର ମଧୁସୂଦନ ପୁର ଠାରେ ଥିଲା ବାବା ନିଗମାନନ୍ଦ ଙ୍କ ର ବାର୍ଷିକ ଉତ୍ସବ।ତେବେ ବାବା ନିଗମାନନ୍ଦ ଙ୍କ ର ବାର୍ଷିକ ଉତ୍ସବ ପାଇଁ ହଜାର ହଜାର ଲୋକେ ସେଠାରେ ଏକାଠି ହୋଇଥିଲେ। ଆଉ ଲୋକଙ୍କ ରହିବା ପାଇଁ ସେଠାରେ ଚାଲ ଘର ପ୍ରସ୍ତୁତି କରାଯାଇଥିଲା ଯେଉଁ ଥିରେ ଗୋଟିଏ ପୁରୁଷ ଏବଂ ଗୋଟିଏ ମହିଳା ଙ୍କ ପାଇଁ ଥିଲା।
ତେବେ ସେଦିନ ଥିଲା ବାବା ନିଗମାନନ୍ଦ ଙ୍କ ର ଶେଷ ପୂଜା ଆଉ ଲକ୍ଷ ଲକ୍ଷ ଲୋକେ ସେଠାରେ ଋଣ୍ଡ ହୋଇଥିଲେ। ମାତ୍ର ଦେଖୁ ଦେଖୁ ହଠାତ କେମିତି କେଜାଣି ପୁରୁଷ ମାନେ ରହୁଥିବା ଚାଲ ବଖରା ଘର ଲାଗିଗଲା ନିଆଁ ଆଉ ଦେଖୁ ଦେଖୁ ହୁ ହୁ କରି ଚାରିଆଡେ ମାତିଗଲା ନିଆଁ। କେହି କିଛି ଭାବିବା ଓ କରିବା ଆଗରୁ ସବୁକିଛି ଜଳି ପୋଡି ଛାରଖର ହୋଇଗଲା ଆଉ ଏହି ନିଆଁ ମହିଳା ଙ୍କ ଘର କୁ ମାଡ଼ିବା ଆଗରୁ ତାହାକୁ ଅଟକାଇ ଦିଆଗଲା ମାତ୍ର ପୁରୁଷ ଙ୍କ ର ପୁରା ଜଳି ଯାଇଥିଲେ। ଆଉ ସରକାର ଙ୍କ ମତ ଅନୁସାରେ ପ୍ରାୟ ୨୧୫ ରୁ ଅଧିକ ଭକ୍ତ ଙ୍କ ର ମୃତ୍ୟୁ ହୋଇଯାଇଥିଲା।
କିଛି ସମୟ ପରେ ନିଆଁ ଲିଭିବା ପରେ ଚାରିଆଡେ ହାହାକାର ସୃଷ୍ଟି ହୋଇଥିଲା ଆଉ ଚାରିଆଡେ ଶବ ପଡି ରହିଥିଲା , କାନ୍ଦ ବୋବାଳି ରେ ପୁରା ଅଞ୍ଚଳ ଫାଟି ପଡୁଥାଏ ଆଉ ତା ଭିତରେ କାନ୍ଦି କାନ୍ଦି ନିଜ ପ୍ରିୟଜନ ଙ୍କୁ ଖୋଜୁ ଥାନ୍ତି ଲୋକେ। ଯାହାର ଦୃଶ୍ୟ ଟି ଏତେ କରୁଣ ଦାୟକ ଥିଲା କି ତାହାକୁ ଦେଖିଲେ ହୃଦୟ କାନ୍ଦି ଉଠିବ। ତେବେ ଆଜି କୁ ବିତିଗଲା ୨୬ ବର୍ଷ ଏହି ଅଗ୍ନିକାଣ୍ଡ କୁ ମାତ୍ର ଆଜି ବି ଦେଖେଣା ହାରି ଙ୍କ ଆଖି ଆଗରେ ସେହି ଦୃଶ୍ୟ ଆସିଯାଏ ବୋଲି ସେମାନେ କହିଛନ୍ତି। ତେବେ ଏହିପରି ଘଟଣା ଆଉ କେବେ ଦେଖିବା କୁ ନମିଳୁ ବୋଲି ଆମେ ଆଶା କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।