Daily news update , Real odisha local news

ଡାକ୍ତରୀ ମା ଆଗରେ ଦୁଇ ଝିଅର ଶବ …ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

0 11

ବନ୍ଧୁମାନେ ମୃତ୍ୟୁ ଯେ କାହା ଜୀବନରେ କେମିତି ଓ କେତେବେଳେ ଆସିବ ତାହା କେହି ଚିନ୍ତା ବି କରି ନଥାଏ ।ହେଲେ ଯେତେବେଳେ ଜନ୍ମ କଲା ବାପାମାଆ ର ଆଖି ଆଗରେ ତାଙ୍କର ପିଲା ଆଖି ବୁଜି ଦିଏ ସେତେବେଳେ ସେହି ବାପାମାଆ ଙ୍କ ଦୁଃଖ କହିଲେ ନସରେ ।ତେବେ ଆଜିର ଏହି ଘଟଣା କୁ ଦେଖୁ ନାହାଁନ୍ତି, ଦିନେ ଯେଉଁ ମାଆ ହସ୍ପିଟାଲରେ ଅନେକ ରୋଗରୀ ଙ୍କ ସେବା ଓ ଚିକିତ୍ସା କରୁଥିଲେ ।ସେହି ନର୍ସ ମାଆ ର ଆଜି ତାଙ୍କରି ଆଖି ଆଗରେ ଚାଲିଗଲା ନିଜ ଝିଅର ଜୀବନ ।ଯେତେ ଚେଷ୍ଟା କଲେ ବି ବଞ୍ଚାଇ ପାରିଲେ ନାହିଁ ନିଜ ଝିଅକୁ ଆଉ ଏବେ ମାଆ ର ଦୁଃଖ କହିଲେ ନସରେ ।

ହଁ ବନ୍ଧୁମାନେ ଯେଉଁ ମାଆ ପିଲାଟିକୁ 10 ମାସ 10 ଦିନ ଗର୍ଭରେ ରଖି ଜନ୍ମ କରିଥାଏ ସେହି ମାଆ ଯଦି ନିଜ ପିଲାକୁ ହରେଇ ଦିଏ ତାହେଲେ ତାହାର ଦରଦ କଳ୍ପନା କରିବା ଅସମ୍ଭବ ।ସବୁଦିନ ପରି ସେଦିନ ବି ନର୍ସ ଅଲଗା ରୋଗୀ ଙ୍କ ସେବା ପାଇଁ ଜଳଦି ଚାଲି ଆସିଥିଲେ ହସ୍ପିଟାଲ କୁ ।ଆଉ ସେଠାରେ ରୋଗୀ ଙ୍କ ଚିକିତ୍ସା ଭିତରେ ହଠାତ ଦୁଇଟି ଛୋଟ ପିଲା ଗୁରୁତର ଅବସ୍ଥାରେ ଆସିଥିଲେ ।ଯେଉଁ ମାନଙ୍କ ଚିକିତ୍ସା ପାଇଁ ଦୌଡ଼ି ଯାଇଥିଲେ ନର୍ସ ଅଳକା କିନ୍ତୁ ସେଠି ଯାଇ ସେ ଯାହା ଦେଖିଲେ ତାହା ତାଙ୍କୁ ବାକ ଶୁନ୍ୟ କରିଦେଲା ।

ଘଟଣା ହେଉଛି ବିରମହାରାଜ ପୁର ର,ସେଠାରେ ଅଳକା ମିଶ୍ର ନାମକ ମହିଳା ବିରମହାରାଜ ପୁରର ସରକାରୀ ହସ୍ପିଟାଲରେ ଷ୍ଟାପ ନର୍ସ ଭାବେ କାର୍ଯ୍ୟରତ ଥିଲେ ।ତେବେ ମଙ୍ଗଳବାର ଦିନ ସେ ହସ୍ପିଟାଲ ଆସିବା ପରେ ଦୁଇଟି ପିଲା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ ।କିନ୍ତୁ ଯେତେବେଳେ ଅଳକା ପିଲା ଦୁଇ ଟିର ଚିକିତ୍ସା ପାଇଁ ସେଠାରେ ସେ ଦେଖିଲେ ସେହି ଦୁଇ ଝିଅ ଆଉ କେହି ନୁହଁନ୍ତି ବରଂ ତାଙ୍କର ଏକ ବର୍ଷର ଝିଅ ଶିଧିଶ୍ରୀ ଓ ତାଙ୍କ ବଡ଼ ଭାଇର ଦୁଇ ବର୍ଷର ଝିଅ ଦିଶା ।ଆଉ ନିଜର ଏହି ଦୁଇ ଝିଅକୁ ଏମିତି ଅବସ୍ଥାରେ ଦେଖି ଧୌର୍ୟ୍ଯ ହରେଇ ଦେଇଥିଲେ ଅଳକା ।

ତେବେ ଘର ପଛ ପଟେ ଦୁଇ ଝିଅ ଖେଳୁ ଥିବା ବେଳେ ହଠାତ ଘର ପଛରେ ଥିବା କୂଅ ଭିତରେ ପଡ଼ି ଯାଇଥିଲେ ।ଆଉ ବର୍ଷା ହେଉଥିବା ଯୋଗୁ ପିଲା ଦୁଇ ଜଣଙ୍କୁ ବହୁତ କଷ୍ଟରେ କୂଅ ଭିତରୁ ବାହାର କରାଯାଇଥିଲା ।ତାପରେ ତାଙ୍କ ହସ୍ପିଟାଲ ନିଆ ଯାଇଥିଲା କିନ୍ତୁ ବହୁତ ଚେଷ୍ଟା ପରେ ବି ପିଲା ଦୁଇ ଜଣଙ୍କୁ ବଞ୍ଚେଇ ପରି ନଥିଲେ ଡାକ୍ତର ।ଏହି ଖବର ଶୁଣିବା ପରେ ଅଳକା ସହିତ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଅନ୍ୟପଟେ ଏମିତି ଏକ ଘଟଣା ଘଟିବା ପରେ ପୁରା ବିରମହାରାଜ ପୁର ରେ ଶୋକ ର ଛାୟା ଖେଳିଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.