Daily news update , Real odisha local news

ଦେଖନ୍ତୁ Shocking ଭିଡ଼ିଓ : ଏମିତି ବି ଆସେ ମୃତ୍ୟୁ ! ଖେଳ_ଖେଳରେ_ଚାଲିଗଲା_କୁନି_ଜୀବନ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ…ଦେଖନ୍ତୁ ଭିଡ଼ିଓ

0 3,167

ବେଶ ହସ ଖୁସିରେ ଖେଳୁ ଥିଲେ ତିନି ଭାଇ ଭଉଣୀ, ବିଲ୍ଡିଂ ର ଲିଫ୍ଟ ରେ ଚାଲିଥିଲା ଖେଳ କୁଦ , ମଜାମସ୍ତି ।କିନ୍ତୁ କିଏ ଜାଣିଥିଲା ହଠାତ ଏହି ହସ ହସ ମୁଁହ କାନ୍ଦ ରେ ପରିବର୍ତ୍ତନ ହୋଇଯିବ ଆଉ ଖେଳୁ ଖେଳୁ କୁନି ପିଲା ର ଜୀବନ ଚାଲିଯିବ ବୋଲି। ତେବେ ଏହି କଥା ଶୁଣିବା ବେଳକୁ ଆମ କୁ କେମିତି ଲାଗୁଛି ,

ତେବେ ଭାବନ୍ତୁ କଣ ହୋଇଥିବ ସେହି ଛୋଟ ପିଲାଙ୍କ ସହ। ତେବେ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି ମୁମ୍ବାଇ ରେ ,ଯାହା ସମସ୍ତ ଙ୍କ ଆଖିରେ ଲୁହ ଆଣି ଦେଇଛି। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ହୃଦୟ ବିଦାରକ ଘଟଣା ଟି ବିଷୟ ରେ।

ତେବେ ଘଟଣା ଟି କିଛି ଏହିପରି ଥିଲା କି , ମୁମ୍ବାଇ ର ଏକ ବିଲ୍ଡିଂ ର ଲିଫ୍ଟ ରେ ତିନି ଜଣ ଛୋଟ ପିଲା ଖେଳୁ ଥିଲେ। ତେବେ ସେମାନେ ତିନି ଜଣ ଭାଇ ଭଉଣୀ ଥିଲେ ଆଉ ସେମାନେ ଲିଫ୍ଟ ରେ ଉପର କୁ ଆଉ ତଳକୁ ଆସୁଥିଲେ। ତେବେ ଏହି ସବୁ କରିବା ରେ ତାଙ୍କୁ ମଜା ଲାଗୁଥିଲା। ମାତ୍ର ଛୋଟ ପିଲା ମାନେ ଏହିପରି ଖେଳ କୁଦ କରୁଥିବା ବେଳେ ତାଙ୍କ ପାଖରେ କେହି ବି ନଥିଲେ କିମ୍ବା ସେହି ପିଲା ମାନଙ୍କ ର ବାପା ମା ଙ୍କୁ ମଧ୍ୟ ଏ ବିଷୟ ରେ ଜଣା ନଥିଲା। ତେବେ ସେମାନେ ଛୋଟ ପିଲା , କଣ ଠିକ କଣ ଭୁଲ ତାହା ସେମାନେ ଜାଣି ନଥିଲେ ତେଣୁ ସେହି ମଜା ମସ୍ତି ର ଖେଳ ଜଣଙ୍କ ର ଜୀବନ ନେଇଗଲା।

ତେବେ ଛୋଟ ପିଲା ତିନି ଜଣ ଏହିପରି ମଜାମସ୍ତି କରି ଖେଳୁ ଥିଲେ, ଲିଫ୍ଟ ର ଗ୍ରୀଲ ବନ୍ଦ କରି ଥରେ ଉପର କୁ ଆଉ ତଳକୁ ଆସୁଥିଲେ। ତେବେ ଏହା ମଧ୍ୟରେ କିନ୍ତୁ ମହମ୍ମଦ ନାମକ କୁନି ପିଲା ଟି ଲିଫ୍ଟ ର ଗ୍ରୀଲ ଆଉ ତାର କବାଟ ମଧ୍ୟରେ ରହି ଯାଇଥିଲେ। ମାତ୍ର ଏହାକୁ ଧ୍ୟାନ ରେ ନରଖି ଅନ୍ୟ ପିଲା ଦୁଇ ଜଣ ଲିଫ୍ଟ କୁ ଚଳାଇ ଦେଇଥିଲେ। ଯାହା ଫଳରେ ଲିଫ୍ଟ ର ଗ୍ରୀଲ ଏବଂ କବାଟ ମଧ୍ୟରେ ମହମ୍ମଦ ଫସି ଯାଇଥିଲେ ଆଉ ତାଙ୍କ ମୁଣ୍ଡ ରେ ବଡ଼ ଆଘାତ ଲାଗିଥିଲା।

ତେବେ ଛୋଟ ପିଲାଟି ର ମୁଣ୍ଡ ରେ ଆଘାତ ଗଭୀର ହେବା କାରଣ ରୁ ପିଲା ଟିର ମୃତ୍ୟୁ ହୋଇଥିଲା ଆଉ ଖେଳୁ ଖେଳୁ ତାର ଜୀବନ ଚାଲି ଯାଇଥିଲେ। ତେବେ ଏହି ଘଟଣା ଟିର ସମ୍ପୂର୍ଣ୍ଣ ଭିଡ଼ିଓ ଟି ସେଠାରେ ଲାଗିଥିବା ସିସିଟିଭି ରେ ରେକର୍ଡ ହୋଇଥିଲା ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। ତେବେ ବନ୍ଧୁଗଣ ଛୋଟ ପିଲା ମାନେ ଠିକ କଣ ଭୁଲ କଣ ଜାଣି ନାହାନ୍ତି, ତେଣୁ ଯଦି ଆପଣ ଙ୍କ ଘରେ ଛୋଟ ପିଲା ଅଛନ୍ତି ତେବେ ଆପଣ ମାନେ ତାଙ୍କୁ ନଜର ରେ ରଖନ୍ତୁ ଏବଂ ତାଙ୍କର ସୁରକ୍ଷା ନିଜର ଦାୟିତ୍ୱ ଭାବରେ ଗ୍ରହଣ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.