Daily news update , Real odisha local news

ଅଭିନୟ ଆରମ୍ଭ ହୋଇନି ସରିଗଲା ଦୃଶ୍ୟ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ କୃଷ୍ଣଙ୍କୁ ଛାଡ଼ି ଚାଲିଗଲେ ‘ବଳରାମ’

0 64

ବନ୍ଧୁମାନେ ମୃତ୍ୟୁ ଯେ ଏକ ନିରାଟ ସତ୍ୟ ଯାହାକୁ ଗ୍ରହଣ କରିବା ଖୁବ କଷ୍ଟ ।ଆଉ ଏହି ମୃତ୍ୟୁ ଯେ କେତେବେଳେ କାହାକୁ ନିଜ ଆୟତରେ ନେଇଯାଏ ତାହା କହିହୁଏ ନାହିଁ ।

ତେବେ ଏହି ମୃତ୍ୟୁ ଏବେ ବଡ଼ଗଡ଼ ଧନୁଯାତ୍ରାରେ ବିରାଟ ଦୁଃଖର ଲହରୀ ଖେଳେଇ ଦେଇଛି ।ଆଉ କିଛିଦିନ ପରେ ଯିଏ ଧନୁଯାତ୍ରା ରେ ବଳରାମ ଭୂମିକା ନିଭେଇ ଥାନ୍ତେ ସେ ଆଜି ହଠାତ ଆଖି ବୁଜି ଦେଇଛନ୍ତି ।ଆଉ ଏହି ଖବର ଶୁଣିବା ପରେ ପୁରା ବରଗଡ଼ ରେ ଦୁଃଖର ଛାୟା ଖେଳେଇ ଯାଇଛି ।

ତେବେ ଆପଣ ମାନେ ଜାଣିଛନ୍ତି ବରଗଡ଼ ଧନୁଯାତ୍ରା ଯାହା ବିଶ୍ୱପ୍ରସିଦ୍ଧ, ଆଉ ଆଉ କିଛିଦିନ ପରେ ଏହି ଧନୁଯାତ୍ରା ଆୟୋଜିତ ହେବାକୁ ଯାଉଛି ଯାହାକୁ ନେଇ ଚଳଚଞ୍ଚଳ ହେଇ ଉଠୁଛି ପୁରା ବରଗଡ଼ ଜିଲ୍ଲା ।ଆଉ ଏହି ଧନୁଯାତ୍ରା ଦେଖିବା ପାଇଁ ଲୋକ ମାନଙ୍କ ଭିତରେ ବି ଖୁବ ଆଗ୍ରହ ଦେଖିବାକୁ ମିଳୁଛି ।ହେଲେ ଏହି ଭିତରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସମସ୍ତ ଙ୍କୁ ମର୍ମାହତ କରିଦେଇଛି ।ତେବେ ଏହି ଧନୁଯାତ୍ରା ରେ କୃଷ୍ଣଙ୍କ ବାଲ୍ୟଲୀଳା ଓ କଂସ ଵଧ ଆଦି ମୁଖ୍ୟ ଆକର୍ଷଣ ହେଇଥାଏ, କିନ୍ତୁ ଏହି ଧନୁଯାତ୍ରାରେ ବଳରାମ ଭୂମିକା କରିବାକୁ ଯାଉଥିବା ଶ୍ରେୟସ ହଠାତ ଆଖି ବୁଜି ଦେଇଛନ୍ତି ।

ତେବେ ପ୍ରଥମ ଥର ପାଇଁ 12 ବର୍ଷର ଶ୍ରେୟସ ପୂଜାରୀ ବରଗଡ଼ ଧନୁଯାତ୍ରା ରେ ବଳରାମ ଭୂମିକା ପାଇଁ ମନୋନୀତ ହେଇଥିବା ଯୋଗୁ ପରିବାର ଲୋକ ବହୁତ ଖୁସିଥିଲେ ।ଏହା ପରେ ଶ୍ରେୟସ ନିଜର ସଂଳାପ କୁ ପ୍ରାକ୍ଟିସ ବି ଆରମ୍ଭ କରିଦେଇଥିଲେ ।ଆଉ ସେଦିନ ବି ଶ୍ରେୟସ ସଂଳାପ ପ୍ରାକ୍ଟିସ କରିବା ପରେ ନିଜ ଘର ବାହାରେ ଖେଳୁ ଖେଳୁ ହଠାତ ତଳେ ପଡି ବେହସ ହେଇ ଯାଇଥିଲେ ।ତାପରେ ପରିବାର ଲୋକ ଶ୍ରେୟସ ଙ୍କୁ ବରଗଡ଼ ହସ୍ପିଟାଲ କୁ ନେଇ ଯାଇଥିଲେ ଆଉ ସେଠାରେ ଡାକ୍ତର ଶ୍ରେୟସ ଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ତେବେ 12 ବର୍ଷର ଶ୍ରେୟସ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ରେ ସପ୍ତମ ଶ୍ରେଣୀ ର ହିନ୍ଦୀ ବିଭାଗରେ ପାଠ ପଡୁଥିଲେ ।ତେବେ ଏବେ ତାଙ୍କର ଆକସ୍ମିକ ମୃତ୍ୟୁ କଥା ଶୁଣି ପରିବାର ସହିତ ପୁରା ବରଗଡ଼ ବାସୀ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତୁ ।ଆଉ ଏପଟେ ଧନୁଯାତ୍ରା କୁ ନେଇ ଜୋରଦାର ପ୍ରାକ୍ଟିସ ହେଉଥିବା ବେଳେ ଧନୁଯାତ୍ରା ର ସମୟ ବି ପାଖେଇ ଆସୁଛି ।ତେବେ ଆଗାମୀ ଡିସେମ୍ବର 27 ତାରିଖରୁ ଏହି ଯାତ୍ରା ଆରମ୍ଭ ହେଇ ଜାନୁଆରୀ 6 ରେ ଶେଷ ହେବ ।ତେବେ ହାତରେ ଆଉ ସମୟ ନାହିଁ ଆଉ ଏହି ମୁହୂର୍ତ୍ତରେ ଏମିତି ଏକ ଘଟଣା ସାଙ୍ଗକୁ ଏବେ କେମିତି କିଏ ବଳରାମ ଭୂମିକା କରିବେ ସେ ନେଇ କିଛି ନିଷ୍ପତି ନିଆଯାଇ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.