ବନ୍ଧୁଗଣ ବର୍ତ୍ତମାନ ମୋଟାପଣ ବା ମେଦ ବହୁଳତା ଏକ ବଡ଼ ସମସ୍ୟା ହୋଇଗଲାଣି ସମସ୍ତ ଙ୍କ ପାଇଁ। ଆଉ ମୋଟାପଣ ଠାରୁ ଆହୁରି ଅଧିକ ବଡ଼ ସମସ୍ୟା ହେଉଛି ପେଟ ବାହାରିବା ଯାହାକୁ ନେଇ ଯୁବପିଢ଼ି ମାନେ ବହୁତ ଚିନ୍ତା ରେ ରହିଥାନ୍ତି। ତେବେ ବର୍ତ୍ତମାନ ର ଘୋରଇ ଖାଦ୍ୟ ଅପେକ୍ଷା, ବାହାର ଖାଦ୍ୟ ଅଧିକ ସେବନ କରିବା ତଥା ଫାଷ୍ଟ ଫୁଡ଼ , ଜଙ୍କ ଫୁଡ଼ ଖାଦ୍ୟ ସେବନ କରିବା ଦ୍ୱାରା ପେଟ ବାହାରିବା ଦେଖିବା କୁ ମିଳୁଛି। ତେବେ ପେଟ କମେଇବା ପାଇଁ ଲୋକ ମାନେ ଅନେକ ପ୍ରକାରର ଉପାୟ ମଧ୍ୟ କରୁଥିବା ର ଆପଣ ଦେଖିବା କୁ ପାଇବେ।
ତେବେ କିନ୍ତୁ ଆମେ ଆଜି ଆପଣ ଙ୍କୁ ଏକ ସୁନ୍ଦର ଉପାୟ ଜଣେଇବୁ ଯାହା ଆପଣ ଙ୍କ ପେଟ ବାହାରିବା ତଥା ପେଟ ର ଚର୍ବି କୁ କମେଇ ଆପଣ ଙ୍କୁ ସ୍କିମ ଡ୍ରିମ କରିବାର ସୁନ୍ଦର ଉପାୟ ତଥା ୟୋଗା ବିଷୟ ରେ ଜଣେଇବୁ ଯାହାକୁ ସଠିକ ଭାବରେ ନିୟମିତ କରିବା ଦ୍ୱାରା ମାତ୍ର ଗୋଟିଏ ସପ୍ତାହ ରେ ଆପଣ ଙ୍କ ର ପେଟ ର ଚର୍ବି ଏହିପରି ଗାଏବ ହୋଇ ଯିବ ଆପଣ ବିଶ୍ୱାସ ବି କରି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ୟୋଗାସନ ବିଷୟ ରେ।
୧.ଏହି ୟୋଗାସନ କୁ ନୌକାସନ ବୋଲି କୁହାଯାଏ। ତେବେ ନୌକାସନ କରିବା ପାଇଁ ପ୍ରଥମେ ଆପଣ ସ୍ପଟ ଗଦି ରେ ପେଟ ଉପରକୁ କରି ଶୋଇ ଯାଆନ୍ତୁ ଏବଂ ଏହା ପରେ ନିଜର ଗୋଡ଼, ହାତ ଓ ମୁଣ୍ଡ କୁ ଗୋଟିଏ ସରଳ ରେଖା ରେ ରଖି ଦିଅନ୍ତି। ତେବେ ଗୋଟିଏ ସରଳ ରେଖା ରେ ରଖିବା ଆପଣ ଧୀରେ ଧୀରେ ଏକା ସାଙ୍ଗ ରେ ହାତ ଓ ଦୁଇ ଗୋଡ଼ କୁ ୧୫ ଇଂଚ ଉପର କୁ ଉଠାଇ ନିଅନ୍ତୁ ।ତେବେ ଏହା କରିବା ସଙ୍ଗେ ସଙ୍ଗେ ଆପଣ ନିଶ୍ୱାସ କୁ ଭିତର କୁ ନେଇ ଧୀରେ ଧୀରେ ତାହାକୁ ବାହାର କୁ ଛାଡ଼ନ୍ତୁ। ତେବେ ଏହିପରି ଆପଣ କିଛି ସମୟ କରନ୍ତୁ ନିୟମିତ ଭାବରେ।
୨.ଦ୍ୱିତୀୟ ଉପାୟ ଟିରେ ଆପଣ ସେହିପରି, ଆପଣ ଏକ ସ୍ପଟ ଗଦି ରେ ପେଟ ଉପରକୁ କରି ଶୋଇ ଯାଆନ୍ତୁ ଏବଂ ଏହା ପରେ ନିଜର ଗୋଡ଼, ହାତ ଓ ମୁଣ୍ଡ କୁ ଗୋଟିଏ ସରଳ ରେଖା ରେ ରଖି ଦିଅନ୍ତି। ମାତ୍ର ଏହା ପରେ ଆପଣ ନିଜ ଦୁଇ ଗୋଡ଼ କୁ ଏକା ସାଙ୍ଗରେ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଉପର କୁ ଉଠାଇ କିଛି ସମୟ ରଖନ୍ତୁ। ଆଉ ପରେ ତଳକୁ ନେଇ ଆସନ୍ତୁ, ତେବେ ଏହା କରୁଥିବା ସମୟ ରେ ମଧ୍ୟ ନିଶ୍ୱାସ କୁ ଭିତର କୁ ନେଇ ଧୀରେ ଧୀରେ ତାହାକୁ ବାହାର କୁ ଛାଡ଼ନ୍ତୁ। ଏହା ସହ ଦୁଇ ଗୋଡ଼ କୁ ଉପର କୁ ଉଠାଇବା ପରେ ତାହା ୩୬୦ ଡିଗ୍ରୀ ବୁଲେଇ ପାରିବେ।
ତେବେ ଏହି ୟୋଗାସନ ଆପଣ ନିୟମିତ ଏବଂ ସଠିକ ଭାବରେ ମାତ୍ର ଏକ ସପ୍ତାହ କରି ଦେଖନ୍ତୁ। ଆପଣ ଙ୍କ ମେଦ ବହୁଳତା ତଥା ପେଟ ର ଚର୍ବି କୁଆଡେ ଗାଏବ ହୋଇଯିବ ଏବଂ ଆପଣ ଏକ ସୁନ୍ଦର ପତଳା ଶରୀର ପାଇ ପାରିବେ। ତେବେ ଏହି ଉପାୟ ଟିକୁ ଥରେ ନିଶ୍ଚିତ କରି ଦେଖନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।