Daily news update , Real odisha local news

ଲୋକାର୍ପିତ ହେଲା ବିଜୁ ବାବୁଙ୍କ ପ୍ରିୟ ଡାକୋଟା, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ…

0 137

ବନ୍ଧୁଗଣ ବର୍ତ୍ତମାନ ର ସବୁଠାରୁ ବଡ଼ ସୂଚନା ରହିଛି କି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ଉପଲକ୍ଷେ ବିଜୁ ବାବୁ ଙ୍କ ଅତି ପ୍ରିୟ ଡାକୋଟା କୁ ଲୋକାର୍ପଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ବର୍ତ୍ତମାନ ଭୁବନେଶ୍ୱର ର ବିମାନ ବନ୍ଦର ପରିସର ରେ ବିଜୁ ବାବୁ ଙ୍କ ପ୍ରିୟ ଡାକଟା କୁ ଜନ ସାଧାରଣ ଙ୍କ ଉଦେଶ୍ୟ ର ସଂସ୍ଥାପନ କରାଯାଇଛି। ତେବେ ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି, ତେବେ ଆମେ ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଏହି ବିମାନ ଏବଂ ବିଜୁ ବାବୁ ଙ୍କ ଏହା ସହ ସମ୍ପର୍କ ବିଷୟ ରେ ଜଣେଇବାକୁ ଯାଉଛୁ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ବିଜୁ ବାବୁ ଜଣେ ଲୋକପ୍ରିୟ ନେତା ଥିଲେ ଆଉ ଲୋକଙ୍କ ପାଇଁ ଅନେକ କାମ ମଧ୍ୟ ସେ କରିଥିଲେ। ତେବେ ବିଜୁ ବାବୁ ଙ୍କ ର ସବୁଠାରୁ ପ୍ରିୟ ଥିଲା ଏହି ଡାକୋଟା ବିମାନ। ତେବେ ଏହି ଡାକୋଟା ବିମାନ ଟି ୩୦ ମିଟର ପରିଧି ର ମାର୍ବଲ ଏବଂ ଗ୍ରାନାଇଟ ଖଚିତ ପ୍ଲାଟଫର୍ମ ଉପରେ ଦଣ୍ଡାୟମାନ ରହିଛି। ତେବେ ଏହି ଡାକୋଟା ର ଇଞ୍ଜିନ ଓ ତାର ଆକାର ବହୁତ ବିଶାଳ ହେବା ସହ ଏହା ଗ୍ରେ ରଙ୍ଗର ରହିଛି। ତେବେ ଏହି ଡାକୋଟା ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ର ଅତ୍ୟନ୍ତ ପ୍ରିୟ ଥିଲା ।

ତେବେ ଆପଣ ମାନେ ଜାଣିଥିବେ କି, ଦ୍ୱିତୀୟ ବିଶ୍ୱଯୁଦ୍ଧ, ସ୍ୱାଧୀନତା ମୁକ୍ତି ସଂଗ୍ରାମ, କାଶ୍ମୀର ରେ ଅନୁ ପ୍ରବେଶ କୁ ପ୍ରତିହତ କରିବା ପାଇଁ ବିଜୁ ବାବୁ ଯେପରି ଅଦମ୍ୟ ସାହାସ ଦେଖାଇ ଥିଲେ ଏବଂ ବର୍ତ୍ତମାନ ଏହି ବିମାନ କୁ ସୁଯୋଗ ପାଇବେ ଜନ ସାଧାରଣ।ତେବେ ଏହି ବିମାନ ଟିକୁ କଲକତା ରୁ ଭୁବନେଶ୍ୱର କୁ ଅଣାଯାଇ ଥିଲା। ଆଉ ପରେ ଏହାକୁ କ୍ରେନ ସାହାଯ୍ୟ ରେ ବେଶ ଉପରେ ରଖା ଯାଇଥିଲା। ତେବେ ଡ଼ାକୋଟା କୁ ଆଣିବା ପରେ ଏହାର କିଛି ଅଂଶ ନଷ୍ଟ ହୋଇଯାଇ ଥିଲା। ତେବେ ଏହାକୁ ପ୍ରାୟ ୧୫୦ ଇଞ୍ଜିନିୟର ଲାଗିକରି ମରାମତି କରିଥିଲେ।

ତେବେ ଏହା ପରେ ବିଜୁ ବାବୁ ଙ୍କ ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଡାକୋଟା କୁ ଜନ ସାଧାରଣ ଙ୍କ ପାଇଁ ଉଦଘାଟିତ କରିଥିଲେ। ତେବେ ଭୁବନେଶ୍ୱର ର ବିମାନ ବନ୍ଦର ର ପରିସର ରେ ଏହାକୁ ସମସ୍ତେ ଦେଖିବା କୁ ପାଇବେ। ତେବେ ଯାହା ସୂଚନା ରହିଛି କି ବିଜୁ ବାବୁ ଓ ତାଙ୍କର ପତ୍ନୀ ଏହି ବିମାନ ରେ ଇଣ୍ଡୋନେସିଆ ରୁ ଓଡିଶା ର ସ୍ୱାଧୀନତା ସଂଗ୍ରାମୀ ଙ୍କୁ ଡ଼ଚ ମାନଙ୍କ ଠାରୁ ରକ୍ଷା କରି ଉଦ୍ଧାର କରି ଆଣିଥିଲେ ବୋଲି। ତେବେ ବର୍ତ୍ତମାନ ତାଙ୍କର ପୁଅ ନବୀନ ବାବୁ ଏହାକୁ ମାର୍ଚ୍ଚ ୫ ତାରିଖ ତଥା ବିଜୁ ବାବୁ ଙ୍କ ଜୟନ୍ତୀ ରେ ଲୋକାର୍ପଣ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.