Daily news update , Real odisha local news

ଆତ୍ମହତ୍ୟା ପୂର୍ବରୁ ମା ଙ୍କ ପାଇଁ ଲେଖି ଯାଇଛନ୍ତି ଶେଷ ଚିଠି DJ ଆଜେକ୍ସ….. ଚିଠି ରେ ଯାହା ସେ ଲେଖିଛନ୍ତି ଜାଣିଲେ କାନ୍ଦି ପକେଇବେ

0 5,599

“ବୋଉ ମୋ କର୍ଣ୍ଣାଟକ ବ୍ୟାଙ୍କ ରେ କିଛି ଟଙ୍କା ଅଛି ତାର ପାସୱାଡ଼ ମୁଁ ଲେଖି ଦେଇଛି ସେହି ଟଙ୍କା କୁ ତୁ ଉଠେଇ ଆଣିବୁ। ମୋତେ ସମସ୍ତେ ବହୁତ ଭଲ ପାଇଥାନ୍ତି ଏବଂ ବହୁତ ଭଲ ପାଇବା ଦେଇଛନ୍ତି। କିନ୍ତୁ ମୁଁ ଯାହାକୁ ଭଲ ପାଉଥିଲି ସେ ମୋତେ ଧକ୍କା ଦେଲା ।ଏ ଜୀବନ ଆଉ ରଖିବା କୁ ଇଚ୍ଛା ନାହିଁ ମୋର”।ବନ୍ଧୁଗଣ ଏହା ଥିଲା ଡିଜେ ଆଜେକ୍ସ ଙ୍କ ଶେଷ ଚିଠି ଯାହା ସେ ନିଜ ମା ଙ୍କୁ ଲେଖି ଥିଲେ ଆଉ ଏହା ପରେ ସବୁଦିନ ପାଇଁ ଚିରା ନିଦ୍ରା ରେ ଶୋଇବାର ନିଷ୍ପତ୍ତି ନେଇଥିଲେ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ଆପଣ ମାନେ ଜାଣିଥିବେ କି,ଗତକାଲି ସକାଳେ ଓଡ଼ିଶାର ଲୋକପ୍ରିୟ ତଥା ଘରେ ଘରେ ପରିଚିତ DJ ଆଜେକ୍ସ ବା ଅକ୍ଷୟ କୁମାର ଙ୍କ ର ମୃତ୍ୟୁ ହୋଇଛି। ତେବେ ଭୁବନେଶ୍ୱର ସ୍ଥିତ ସେ ରହୁଥିବା ଘର ମଧ୍ୟରୁ ପୋଲିସ ଡିଜେ ଆଜେକ୍ସ ଙ୍କ ମୃତ ଦେହ କୁ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରିଛି। ତେବେ ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ପ୍ରଶ୍ନ ରହିଛି କି ତାଙ୍କର ମୃତ୍ୟୁ କିପରି ହୋଇଛି ବୋଲି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି। ତେବେ ବର୍ତ୍ତମାନ ଜଣା ପଡିଛି କି ତାଙ୍କର ଆତ୍ମହତ୍ୟା ପଛରେ ତାଙ୍କର ଡାକ୍ତରାଣୀ ପ୍ରେମିକା ର ହାତ ରହିଛି ବୋଲି।

ମାତ୍ର ଯେତେବେଳେ ପୋଲିସ ଡିଜେ ଆଜେକ୍ସ ଙ୍କ ରୁମ ରୁ ତାଙ୍କର ମୃତ ଦେହ କୁ ଉଦ୍ଧାର କରିଥିଲା ସେତେବେଳେ ତାଙ୍କ ରୁମ ରୁ ଏକ ଚିଠି ପୋଲିସ କୁ ମିଳିଥିଲା। ଯେଉଁ ଥିରେ ସେ ନିଜ ବୋଉ ଙ୍କୁ ଲେଖି ଯାଇଥିଲେ, “ବୋଉ ମୋ କର୍ଣ୍ଣାଟକ ବ୍ୟାଙ୍କ ରେ କିଛି ଟଙ୍କା ଅଛି ତାର ପାସୱାଡ଼ ମୁଁ ଲେଖି ଦେଇଛି ସେହି ଟଙ୍କା କୁ ତୁ ଉଠେଇ ଆଣିବୁ। ମୋତେ ସମସ୍ତେ ବହୁତ ଭଲ ପାଇଥାନ୍ତି ଏବଂ ବହୁତ ଭଲ ପାଇବା ଦେଇଛନ୍ତି। କିନ୍ତୁ ମୁଁ ଯାହାକୁ ଭଲ ପାଉଥିଲି ସେ ମୋତେ ଧକ୍କା ଦେଲା ।ଏ ଜୀବନ ଆଉ ରଖିବା କୁ ଇଚ୍ଛା ନାହିଁ ମୋର”।

ତେବେ ଏତିକି ସେହି ଶେଷ ଚିଠି ରେ ଲେଖିଦେଇ ଥିଲେ ଡିଜେ ଆଜେକ୍ସ। ମାତ୍ର ଏହାଛଡା ଆଉ କିଛି ବି ଲେଖି ନଥିଲେ କାହା ପାଇଁ ସେ ଆତ୍ମହତ୍ୟା କରୁଛନ୍ତି ବା ତାଙ୍କ ମୃତ୍ୟୁ ପଛରେ କଣ କାରଣ ରହିଛି ସେ ବିଷୟ ରେ ସେ କିଛି ବି କହି ନାହାନ୍ତି। ମାତ୍ର ତାଙ୍କର ଜଣେ ବନ୍ଧୁ ସ୍ପଷ୍ଟ କରିଛନ୍ତି କି , ତାଙ୍କର ଡାକ୍ତରାଣୀ ପ୍ରେମିକା ପାଇଁ ଡିଜେ ଆଜେକ୍ସ ଆତ୍ମହତ୍ୟା କରିଛନ୍ତି ବୋଲି। ତେବେ ପୋଲିସ ଏନେଇ ତାର ତଦନ୍ତ ଆରମ୍ଭ କରିବା ସହ ଆତ୍ମହତ୍ୟା ପଛରେ ଥିବା ବ୍ୟକ୍ତି ଙ୍କୁ ଉଚିତ ଦଣ୍ଡ ବିଧାନ କରାଯିବ ବୋଲି ସୂଚନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.