ବନ୍ଧୁମାନେ ଆମ ମୁହଁ କୁ ଆମେ ସବୁବେଳେ ସୁନ୍ଦର କରିବାରେ ଲାଗିଥାଉ କିନ୍ତୁ ଜାଣିଛନ୍ତି ଦାନ୍ତ ମଧ୍ୟ ସୁନ୍ଦରତା ବଡିବାର କାମ କରିଥାଏ ।ଆପଣ ଯେତେବେଳେ ହସୁଛନ୍ତି କଥା ହେଉଛନ୍ତି ସେତେବେଳେ ସୁନ୍ଦର ଓ ଧଳା ଦାନ୍ତ ଆପଣଂକୁ ଆହୁରି ସୁନ୍ଦର କରିଥାଏ ।କିନ୍ତୁ ବହୁତ ଲୋକଙ୍କ ପାଖରେ ଧଳା ଦାନ୍ତ ଦେଖିବାକୁ ମିଳୁ ନାହିଁ, ଦାନ୍ତ ର ରଙ୍ଗ ବଦଳି ହଳଦିଆ ଦେଖା ଯାଉଛି ।ବହୁତ ସମୟରେ ଏହି ଦାନ୍ତ ପାଇଁ କାହା ଆଗରେ କଥା ହେବାକୁ ଖରାପ ବି ଲାଗିଥାଏ ।
ତେବେ ଏହି ସମସ୍ୟା ବ୍ୟତୀତ ଦାନ୍ତରୁ ରକ୍ତ ବାହାରିବା, ପାଇରିଆ ପରି ଅନେକ ଅସୁବିଧା ଦେଖା ଯାଇଥାଏ ।ତେବେ ବନ୍ଧୁମାନେ ଏହି ସବୁ ସମସ୍ୟାର ସମାଧାନ କରିବା ସହିତ କେମିତି ଧଳା ଦାନ୍ତ ପାଇବେ ତା ପାଇ ଆମେ ଦୁଇଟି ଏମିତି ଉପାୟ କହିବୁ ତାହା ଧ୍ୟାନରେ ଦେଖନ୍ତୁ ।
ପ୍ରଥମ ରିମେଡି
ଆବଶ୍ୟକ ସାମଗ୍ରୀ:-
-ହଳଦୀଗୁଣ୍ଡ
-ଲୁଣ
-ଲେମ୍ବୁ
-ନଡ଼ିଆ ତେଲ
-ଟୁଥ ପେଷ୍ଟ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
– ପ୍ରଥମ ରିମେଡି ଆପଣ ପ୍ରଥମେ ଗୋଟିଏ ପାତ୍ରରେ ଏକ ଚାମୁଚ ହଳଦୀଗୁଣ୍ଡ, ଏକ ଚାମୁଚ ଲୁଣ ,ଦୁଇ ଚାମୁଚ ଲେମ୍ବୁ ରସ ଓ ଏକ ଚାମୁଚ ନଡ଼ିଆ ତେଲ କୁ ନେଇ ଭଲ ଭାବରେ ଗୋଳାଇ ନିଅନ୍ତୁ ।ତାପରେ ବ୍ୟବହାର କରୁଥିବା ଟୁଥ ପେଷ୍ଟ ରୁ ଏକ ଚାମୁଚ ଟୁଥ ପେଷ୍ଟ ସେହି ମିଶ୍ରଣ ରେ ମିଶାଇ ଭଲ ଭାବରେ ଗୋଳାନ୍ତୁ ।ଏହା ପରେ ତାକୁ ଏକ କାଚ ଜାର ଭିତରେ ପୁରେଇ ଫ୍ରିଜରେ ରଖି ଦିଅନ୍ତୁ ଯାହା ଦ୍ୱାରା ରିମେଡି ଖରାପ ହେବ ନାହିଁ ।
-ତେବେ ସବୁଦିନ ସେହି ପେଷ୍ଟ ରୁ ଅଳ୍ପ ବ୍ରସରେ ନେଇ ଦିନକୁ 2 ଥର ବ୍ରସ କରନ୍ତୁ ।ଆଉ ବ୍ରସ କଲାବେଳେ ହଳଦିଆ ଦାନ୍ତ କୁ ଭଲ ଭାବରେ ଘଷନ୍ତୁ ଆଉ ଥରେ ବ୍ୟବହାର କରି ରେଜଲ୍ଟ ଦେଖନ୍ତୁ ।
ଦ୍ଵିତୀୟ ରିମେଡି
ଆବଶ୍ୟକ ସାମଗ୍ରୀ:-
-ରଶୁଣ
-ହଳଦୀଗୁଣ୍ଡ
-ଖାଇବା ସୋଡା
-ଟୁଥ ପେଷ୍ଟ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ପାଇଁ ଆପଣ ଗୋଟିଏ ପାଖୁଡା ରଶୁଣ କୁ ନେଇ ତାକୁ ଛୋଟ ଛୋଟ କୋରି ଦିଅନ୍ତୁ ।ଏବେ ସେହି ରଶୁଣ ସହିତ ଏକ ଚାମୁଚ ହଳଦୀଗୁଣ୍ଡ , ଏକ ଚାମୁଚ ଖାଇବା ସୋଡା ଓ ଏକ ଚାମୁଚ ଟୁଥ ପେଷ୍ଟ ପକାଇ ଭଲ ଭାବରେ ଶୁକୁ ମିଶାଇ ଦିଅନ୍ତୁ ।
-ଏବେ ଦିନକୁ ଥରେ ବ୍ରସ ରେ ସେହି ରିମେଡି ରୁ ନେଇ ବ୍ରସ କରନ୍ତୁ ।ତେବେ ଚେଷ୍ଟା କରନ୍ତୁ 5 ମିନିଟ ଯାଏ ବ୍ରସ କରିବାକୁ ।ଆଉ ଥରେ ବ୍ୟବହାର ପରେ ଦେଖି ଦାନ୍ତ କେତେ ସଫା ହେଇ ଯାଇଥିବ ।ତେବେ ଏହି ଦୁଇଟି ରିମେଡି ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତରେ ଥିବା ଅନ୍ୟ ପାଇରିଆ, ଯଂତ୍ରଣା ହେବା ସମସ୍ୟା ସବୁ ଦୂର ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।