Daily news update , Real odisha local news

ଛିଃ.. ଛିଃ.. ପୁଣି ଓଡ଼ିଶାରେ ଲଜ୍ୟା ! ଶେଷରେ ପ୍ରେମିକ ପାଇଁ ନିଜ ଜନ୍ମ କଲା ମାଆକୁ ଲାତ ମାରି ଝିଅ କଲା ଏମିତି – ଦେଖନ୍ତୁ Video

0 1,282

ଆଜିକାଲି ର ପିଲା ମାନେ ଦିଦିନ ର ପ୍ରେମ କୁ ପାଇ ଏହିଭଳି ପାଗଳ ହୋଇ ଯାଉଛନ୍ତି ଯେ, ନିଜ ଜନ୍ମ କଲା ବାପା ମା ଙ୍କୁ ବି ଭୁଲି ଯାଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ସେହି ମା କୁ ଯିଏ ତାଙ୍କୁ ଦଶ ମାସ ଗର୍ଭ ରେ ଧରି କେତେ କଷ୍ଟ ସହି ଜନ୍ମ ଦେଇଥିଲା।

ଆଉ ଆଜି ଜଣେ ପୁଅ ର ପ୍ରେମ ରେ ପଡି ଜନ୍ମ କଲା ମା ଙ୍କୁ ପାଦରେ ଆଡେଇ ଦେଇ ପ୍ରେମିକ ପାଖକୁ ପଳେଇଛି ଝିଅ ଜଣଙ୍କ। ଆଉ ଝିଅ ର ଏହିପରି ବ୍ୟବହାର ଦେଖିବା ପରେ ସେହି ମା ଙ୍କ ମନର କୋହ ଏବଂ ଆଖିର ଲୁହ ଧାର ଧାର ହୋଇ ବୋହି ଯାଉଛି। ତେବେ ଆସନ୍ତୁ ଜାଣିବା ଏହିଭଳି ଏକ ଘଟଣା ବିଷୟ ରେ।

ତେବେ ଏହିପରି ଏକ ଘଟଣା ବର୍ତ୍ତମାନ ଦେଖିବା କୁ ମିଳିଛି ବଦ୍ରିନାଥ ଥାନା ବ୍ରହ୍ମପୁର ରେ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ , ଜଣେ ଯୁବତୀ ଙ୍କୁ ତାଙ୍କ ର ମା କୋଳେଇ ନେଉଛନ୍ତି ମାତ୍ର ଝିଅ ଜଣଙ୍କ ନିଜ ମା କୁ ଠେଲି ଦେଇ ତଳେ ପକେଇ ଦେଇ ଧାଇଁ ପଳୁଛନ୍ତି ନିଜ ପ୍ରେମିକ ପାଖକୁ ।କିନ୍ତୁ ଝିଅ କୁ ଟିକେ ଭଲରେ ଦେଖିବା ପାଇଁ କାନ୍ଦୁଛନ୍ତି ମା ଜଣଙ୍କ। ତେବେ ଏହାକୁ ନେଇ ଥାନା ଭିତରେ ଚାଲିଛି ହାଇ ଡ୍ରାମା।

ତେବେ ଯାହା ସୂଚନା ରହିଛି କି, ଯୁବତୀ ଜଣଙ୍କ ବ୍ରହ୍ମପୁର କଲେଜ ରେ ଇଞ୍ଜିନିୟରିଂ କରୁଥିଲେ ଆଉ ଏହି ସମୟ ରେ ସେ ଜଣେ ଯୁବକ ପ୍ରେମ କରି ବସିଥିଲେ। ତେବେ ଏହା ପରେ ୨୦୨୧ ମସିହା ରେ ମା ଙ୍କ ଅନୁପସ୍ଥିତ ରେ ଝିଅ ଜଣଙ୍କ ନିଜ ପ୍ରେମିକ ସହ ଘରୁ ପଳେଇ ଥିଲେ ଆଉ ଏହା ପରେ ସେ ଯାଇ ବ୍ରହ୍ମପୁର ରେ ଏକ ଆଶ୍ରମ ରେ ରହୁଥିଲେ। ଆଉ ସାତ ମାସ ସେଠାରେ ରହିବା ପରେ ସେ ଯୁବକ ଙ୍କ ସହ ତାଙ୍କ ଘରେ ରହୁଛନ୍ତି। ମାତ୍ର ଯେତେବେଳେ ବି ମା ଜଣଙ୍କ ତାଙ୍କୁ ଦେଖା କରିବା କୁ କୁହନ୍ତି ସେତେବେଳେ ଶଶୁର ଘର ଲୋକେ ତାଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥାନ୍ତି।


ତେବେ ଆଜି ଯେତେବେଳେ ଝିଅ କୁ ମା ଜଣଙ୍କ ସାମ୍ନା ରେ ପାଇଲେ ସେତେବେଳେ ତାଙ୍କୁ କୋଳେଇବା ପାଇଁ ଗଲେ ମାତ୍ର ଝିଅ ଟି ତାଙ୍କୁ ଧୋକା ଦେଇ ଠେଲି ତଳେ ପକେଇ ଦେଲେ ଏବଂ ସେଠାରୁ ଧାଇଁ ପଳେଇଲେ। ତେବେ ମା ଜଣଙ୍କ କାନ୍ଦି କାନ୍ଦି କହିଛନ୍ତି କି ମୋ ଝିଅ କୁ ଫସେଇ ନେଇ ଯାଇଛନ୍ତି। ଯଦି ସେ ତାର ନିଜ ଇଚ୍ଛାରେ ଯିବ ତେବେ ଯାଉ ମାତ୍ର ମୋ ଆଗରେ ସେ କୋର୍ଟ ମ୍ୟାରେଜ କରିବ ଏବଂ ମୋ ସମ୍ପତି ରେ ତାର କିଛି ଭାଗ ନାହିଁ କି ଆମେ ତାର ବାପା ମା ନୁହେଁ ବୋଲି ଲିଖିତ ଦେଇ ଗଲା ପରେ ମୁଁ ତାଙ୍କୁ ଛାଡ଼ିବି। ନହେଲେ କାଲି ପୁଣି କିଛି ସମସ୍ୟା ହେବ ଆଉ ସେ ଗୋଟେ ଛୁଆ ଧରି ମୋ ପାଖକୁ ଆସିବ ସେତେବେଳେ ମୁଁ ଗ୍ରହଣ କରିବି ନାହିଁ। ତେବେ ଭିଡ଼ିଓ ଟି ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.