Daily news update , Real odisha local news

“ତୁମକୁ ହାତ ଯୋଡୁଛି ବର୍ଷା ,ତୁମେ ଦୁରେଇ ଯାଅ ..ICUରେ ମୋ ବାପା ” ହାତ ଯୋଡିଲେ ଅନୁଭବ

0 680

“ମୁଁ ତୁମ କୁ ହାତ ଯୋଡି କହୁଛି ଦୟାକରି ମୋ ବାପା ଙ୍କୁ ଶାନ୍ତି ରେ ନିଶ୍ୱାସ ନେବାକୁ ଦିଅନ୍ତି। ମୋ ବାପା ଗୁରୁତ୍ୱର ଅବସ୍ଥା ରେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଶାନ୍ତି ରେ ରହିବା କୁ ଦିଅନ୍ତୁ ,ଶେଷ ସମୟ ରେ ଆମ ପରିବାର କୁ ଆଉ ହଇରାଣ କର ନାହିଁ। ଦୟାକରି ଆଇନଗତ ଭାବରେ ଚାଲିଥିବା ମାମଲା ର ସମାଧାନ କରି ଦିଅ”।

ବନ୍ଧୁଗଣ ଏହା ଆମେ କହୁ ନାହାନ୍ତି ଏହା କହିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜେ, ଯିଏକି ଟୁଇଟ କରି ବର୍ଷା ଙ୍କୁ ଏହିପରି କହିଛନ୍ତି।

 

ତେବେ ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଷ୍ଟାର ବିବାହ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ବୌବହିକ ସମ୍ପର୍କ ର ବିବାଦ ବିଷୟ ରେ ଜାଣିଥିବେ ନିଶ୍ଚିତ। ତେବେ ଅନେକ ଦିନ ଧରି ଏହି ବିବାଦ ଫ୍ୟାମିଲି କୋର୍ଟ ରେ ଚାଲିଥିଲା ଆଉ ବର୍ତ୍ତମାନ ଏହି ବିବାଦ ଟି ଧୀରେ ଧୀରେ ସାମାଧାନ ର ରାସ୍ତା ଆଡ଼କୁ ଯାଉଥିବା ଜଣା ପଡ଼ିଛି ।ତେବେ କିନ୍ତୁ କିଛି ଦିନ ତଳେ କୋର୍ଟ ର ରାୟ ପରେ ବର୍ଷା ଅନୁଭବ ମହାନ୍ତି ଙ୍କ ର ଘର ଛାଡ଼ି ଦେଇଛନ୍ତି।କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଙ୍କ ବିବାଦ ର ଅନ୍ତ ହୋଇ ନାହିଁ।

 

ତେବେ ବର୍ତ୍ତମାନ ଯାହା ସୂଚନା ରହିଛି କି, ଅଭିନେତା ଅନୁଭବ ମହାନ୍ତି ଙ୍କ ର ବାପା ଙ୍କ ର ଦେହ ବର୍ତ୍ତମାନ ବହୁତ ଖରାପ ରହିଛି ଆଉ ଅତ୍ୟନ୍ତ ଗୁରୁତ୍ୱର ଅବସ୍ଥା ରେ ଅନୁଭବ ଙ୍କ ବାପା ଙ୍କୁ କଟକ ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ତେବେ ବାପା ଙ୍କ ର ଦେହ ଅସୁସ୍ଥ କଥା ଜାଣିବା ପରେ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ରୁ କଟକ ଆସି ବାପା ଙ୍କ ପାଖରେ ପହଁଚି ଛନ୍ତି। ତେବେ କିନ୍ତୁ ଏହା ପରେ ସେ ଅଭିନେତ୍ରୀ ବର୍ଷା ଙ୍କୁ ଏକ ଟୁଇଟ କରି ଆଇନଗତ ଭାବରେ ତାଙ୍କର ବିବାଦ କୁ ଶେଷ କରିବା ପାଇଁ କହିଛନ୍ତି।

ତେବେ ଅନୁଭବ ଟୁଇଟ ରେ ଲେଖିଛନ୍ତି କି,ମୁଁ ତୁମ କୁ ହାତ ଯୋଡି କହୁଛି ଦୟାକରି ମୋ ବାପା ଙ୍କୁ ଶାନ୍ତି ରେ ନିଶ୍ୱାସ ନେବାକୁ ଦିଅନ୍ତି। ମୋ ବାପା ଗୁରୁତ୍ୱର ଅବସ୍ଥା ରେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଶାନ୍ତି ରେ ରହିବା କୁ ଦିଅନ୍ତୁ ,ଶେଷ ସମୟ ରେ ଆମ ପରିବାର କୁ ଆଉ ହଇରାଣ କର ନାହିଁ। ଦୟାକରି ଆଇନଗତ ଭାବରେ ଚାଲିଥିବା ମାମଲା ର ସମାଧାନ କରି ଦିଅ।ତେବେ ଅନୁଭବ ମହାନ୍ତି ଙ୍କ ର ଏହି ଟୁଇଟ ଟି ଭାଇରାଲ ହେବା ପରେ ସମସ୍ତେ ବର୍ଷା ଙ୍କୁ ମାନବିକତା ଦେଖାଇ ଏହାର ସମାଧାନ କରିଦେବାକୁ ମତ ଦେଇଥିବା ଜଣାପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.