ବନ୍ଧୁମାନେ ଆଜିକାଲି ଆପଣ ମାନେ ଦେଖୁଥିବେ କି ଖୁବ ଅଳ୍ପ ବୟସରୁ ଅନେକ ପ୍ରକାର ରୋଗ ଆମ ପାଖରେ ଦେଖିବାକୁ ମିଳୁଛି ।ବିଶେଷ କରି କିଡନୀ ଜନିତ, ହାର୍ଟ ପ୍ରବ୍ଲେମ ଓ ଲିଭର କୁ ନେଇ ଅନେକ ରୋଗ ଉତ୍ପତ୍ତି ହେଉଛି ।ତେବେ ଶରୀର ଏହି ମୁଖ୍ୟ ଅଙ୍ଗ ଗୁଡ଼ିକ ଯେତେବେଳେ ଖରାପ ହେଇଯାଏ ସେତେବେଳେ ମଣିଷ ର ବଞ୍ଚିବା ମୁସ୍କିଲ ହେଇପଡ଼େ ।ତେବେ ଶରୀର ଏହି ଅଙ୍ଗ ଗୁଡିକୁ କେମିତି ସୁରକ୍ଷିତ ରଖିବେ ସେହି ବିଷୟରେ ଆସନ୍ତୁ ଜାଣିବା ।
ଲିଭର:-
ଲିଭର ଆମ ଶରୀର ଏକ ଏମିତି ଅଙ୍ଗ ଯିଏ ଶରୀର କୁ ସବୁବେଳେ ସୁରକ୍ଷିତ ରଖିଥାଏ ।ଆମେ ଯେତେ ପ୍ରକାର ଖାଦ୍ୟ ପଦାର୍ଥ ଖାଇଥାଉ ସେଥିରୁ ଠିକ ପୋଷକ ତତ୍ତ୍ୱ ବାହାର କରି ଶରୀର କୁ ଯୋଗାଇ ଥାଏ ।ହେଲେ ଯେତେବେଳେ କେହି ବ୍ୟକ୍ତି ଅଧିକ ଆଲକହଲ ନେଇଥାନ୍ତି ତେବେ ସେହି ବ୍ୟକ୍ତି ର ଲିଭର ଡାଉନ ହେବା ଆରମ୍ଭ ହେଇଯାଏ ।ଆଉ ତାପରେ ଲିଭର ଫେଲୀୟର ଓ ଲିଭର ସିରସିସ ପରି ଅସୁବିଧା ଆରମ୍ଭ ହୁଏ ।
ଲିଭର କୁ କେମିତି ସୁରକ୍ଷିତ ରଖିବେ:-
ତେବେ ଲିଭର କୁ ସୁସ୍ଥ ରଖିବା ପାଇଁ ହେକେ ଆପଣ ଅଧିକ ତେଲ ମସଲା ଯୁକ୍ତ ଖାଇବା କୁ ବନ୍ଦ କରନ୍ତୁ ।ପ୍ରତ୍ୟେକ ଦିନ ଖାଦ୍ୟ ସହିତ କିଛି ଏକ୍ସାସାଇଜ କରିବା ସହଁ ହାଇଟ ଅନୁସାରେ ୱେଟ ମେଣ୍ଟେନ କରିବା ଖୁବ ଜରୁରୀ ଅଟେ,ଏହାଛଡ଼ା ଆଲକହଲ ଠାରୁ ଦୂରେଇ ରୁହନ୍ତୁ ।
କିଡନୀ:-
କିଡନୀ ଆମ ଶରୀର ଛାଣିବ ଯନ୍ତ୍ର, ତେବେ କିଡନୀ ମେରୁଦଣ୍ଡ ର ଦୁଇ ପାଖରେ ରହିଥାଏ ।କିଡନି ରେ ଖରାପ ଜିନିଷ କୁ ମଳ ,ମୂତ୍ର ଓ ଝାଳ ଆକାରରେ ବାହାରକୁ ବାହାର କରିଦିଏ ।ତେବେ ଯେତେବେଳେ ଆପଣ ଅଧିକ ଜଙ୍ଗ ଫୁଡ଼ ଖାଉଛନ୍ତି ସେତେବେଳେ ଏହି ଖାଦ୍ୟ ଗୁଡିକର ପ୍ରଭାବରେ କିଡନୀ ଧୀରେ ଧୀରେ ଖରାଓ ହେଇଥାଏ ।
କିଡନୀ କୁ କେମିତି ସୁରକ୍ଷିତ ରଖିବେ:-
ତେବେ କିଡନୀ କୁ ସୁରକ୍ଷିତ ରଖିବା ପାଇଁ ଆପଣ ରେଗୁଲାର ଏକ୍ସାସାଇଜ କରନ୍ତୁ, ଲଗାତାର ବିନା ପ୍ରେସକ୍ରିପସନ କୌଣସି ମେଡ଼ିସିନ ଖାଆନ୍ତୁ ନାହିଁ ।ପ୍ରତ୍ୟେକ ଦିନ 3 ରୁ 4 ଲିଭର ପାଣି ପିଇବା ସହିତ ଏକ ପ୍ରପ୍ରାର ଡାଏଟ ମେଣ୍ଟେନ କରନ୍ତୁ ।
ହାର୍ଟ:-
ଦେଖିବାକୁ ଗଲେ ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଭାରତରେ ହାର୍ଟ ପ୍ରବ୍ଲେମ ଅଧିକ ଦେଖିବେକୁ ମିଳିଥାଏ ।ଏସବୁର କାରଣ ହେଉଛି କି ଭାରତ ର ଲୋକ ମାନଙ୍କର ଜୀବନଶୈଳୀ, ଆମ ଖାଦ୍ୟରେ ଅଧିକ ତେଲ ଏଡ଼େ ହେଉଛି ।ଅଧିକ ଷ୍ଟ୍ରେସ ଓ ଚିନ୍ତା, ଡାଇବେଟିସ ଥିବା ଲୋକ ମାନଙ୍କ ପାଖରେ ହାର୍ଟ ସମସ୍ୟା ଦେଖାଯାଏ ।ଏହା ବ୍ୟତୀତ ଅଧିକ ଓଜନ ଥିବା ଲୋକମାନେ ବି ହାର୍ଟ ସମସ୍ୟା ଦେଇ ଗତି କରିଥାନ୍ତି ।
ହାର୍ଟ କୁ କେମିତି ସୁରକ୍ଷିତ ରଖିବେ:-
ହାର୍ଟ କୁ ଠିକ ରଖିବା ପାଇଁ ହେଲେ ଆପଣଂକୁ ଉପଯୁକ୍ତ ଖାଦ୍ୟ ନେବା ସହିତ ଏକ ଷ୍ଟ୍ରେସ କମ କରିବାକୁ ପଡିବ ।ଉପଯୁକ୍ତ ଖାଦ୍ୟ ନେବା ସହିତ ରେଗୁଲାର ଏକ୍ସାସାଇଜ ନିହାତି କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।