ବନ୍ଧୁମାନେ ଆମେ ଏକ ସମାଜ ଭିତରେ ବସବାସ କରୁଛୁ ଆଉ ଏହି ସମାଜ ଭିତରେ ଅନେକ ନୀତିନିୟମ ରହିଛି ଜହଃକୁ ମାନି ଚଳିବାକୁ ପଡିଥାଏ ।ତେବେ ଏହି ନିୟମ ଗୁଡିକ କୋଉ ପୂର୍ବ ପୁରୁଷ କାଳରୁ ତିଆରି ହେଇଥିବା ସହିତ ଏସବୁ ମାନିବା ପଛରେ ବି ଅନେକ ସତ୍ୟତା ରହିଛି ।
ତେବେ ବର୍ତ୍ତମାନ ଆଧୁନିକ ଯୁଗର ପ୍ରଭାବରେ ଅନେକ ଲୋକ ମାନେଏହି ନିୟମ ଗୁଡିକୁ ମାନିବାକୁ ରାଜି ହେଉ ନଥିବା ବେଳେ କେହି କେହି ଏହି ନୀୟମ କୁ ଅସ୍ବୀକାର କରୁଛନ୍ତି ।ତେବେ ଆପଣ ମାନେ କୌଣସି ନୀତି ନିୟମ କୁ ଅବିଜ୍ଞା କରିବା ପୂର୍ବରୁ ଜାଣିବା ଦରକାର କି ସେହି ନିୟମ ମାନିବା ଯୋଗୁ କଣ ଲାଭ ଓ କ୍ଷତି ହେଇଥାଏ ।
ତେବେ ଶାସ୍ତ୍ର ଅନୁସାରେ କିଛି ନିୟମ ରହିଛି ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଇଥିବା ବେଳେ କିଛି ଏମିତି ନିୟମ ରହିଛି ଯାହାର କିଛି ଅର୍ଥ ନାହିଁ ।ତେବେ ଯେମିତି ଶାସ୍ତ୍ର ରେ ରହିଛି କି ବିଧବା ନାରୀ ସହିତ ସମ୍ପର୍କ ରଖିବା ଉଚିତ ନୁହେଁ କିନ୍ତୁ ଅଜିତ ଲୋକମାନେ ଏହାକୁ ମାନୁ ନାହାନ୍ତି ଆଉ ଏହାର ବିପରୀତ କାମ କରୁଛନ୍ତି ।ବର୍ତ୍ତମାନ ବିଧବା ନାରୀ ମାନଙ୍କ ର ଦ୍ଵିତୀୟ ବିବାହ ହେଉଥିବାର ଦେଖିଥିବେ ଆଉ ଏନେଇ ସମାଜ ସବୁବେଳେ ବିରୋଧ କରିଥାଏ । ହେଲେ କାହିଁକି ବିରୋଧ କରାଯାଏ ଓ ଏମିତି କାମ କରିବା ଉଚିତ କି ନୁହେଁ ତାହା ଜାଣିବା ଦରକାର ।
ବହୁତ ସମୟ ପୂର୍ବରୁ ବାଲ୍ୟ ବିବାହ ପ୍ରଥା ଆଦି ରହିଥିଲା ଯେଉଁଥିରେ ଅନେକ ଝିଅ କମ ବୟସରୁ ବିଧବା ହେଇ ଯାଉଥିଲେ ।ଆଉ ସେତେବେଳେ ବିଧବା ନାରୀ ର କୌଣସି ଅସ୍ତିତ୍ବ ନଥିଲା କିନ୍ତୁ ସମୟ କ୍ରମେ ସେମାନେ ମଧ୍ୟ ଆଜି ସମାଜରେ ସମାନ ର ସହ ବଞ୍ଚି ପାରୁଛନ୍ତି ।ତେବେ ସେହି ନାରୀ ଦ୍ଵିତୀୟ ବିବାହ କରିବା ବି କିଛି ଭୁଲ ନୁହେଁ କାରଣ ଯଦି ଜଣେ ପୁରୁଷ ଦ୍ଵିତୀୟ ବିବାହ କରି ପାରୁଛି ତାହେଲେ ବିଧବା ନାରୀ ବିବାହ କରି ସମ୍ପର୍କ ରଖିବାରେ ଭୁଲ ତ କିଛି ନାହିଁ ।
ବହୁତ ସମୟରେ ନାରୀ ଓ ପୁରୁଷ ନିଜର ଶାରୀରିକ ସୁଖ ମେଣ୍ଟାଇବା ପାଇଁ ବହୁତ ଭୁଲ ରାସ୍ତା ଆପଣେଇ ନେଉଛନ୍ତି ।ତେବେ ସେହି ସମୟରେ ଯଦି ବିଧବା ନାରୀ ଟିଏ ବିବାହ କରି ସ୍ୱାମୀ ସହ ସମ୍ପର୍କ ରଖୁଛି ତେବେ ଏଥିରେ ସମାଜ ଉପରେ କିଛି ଖରାପ ପ୍ରଭାବ ପକାଇବ ନାହିଁ ।ଯେମିତି ପୁରୁଷ ଟିଏ ସମାଜରେ ସବୁବେଳେ ମୁଣ୍ଡ ଟେକି ଚାଲି ପାରୁଛି ଆଉ ନିଜ ଖୁସି ଓ ଇଚ୍ଛା ଅନୁସାରେ କାମ କରୁଛି ତେବେ ସେତେବେଳେ ବିଧବା ନାରୀ ଟିଏ ବି ସେମିତି ଜୀବନ ବଞ୍ଚିବାର ଅଧିକାର ରଖୁଛି ତେଣୁ ଏଥିରେ କୌଣସି ଭୁଲ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।