Daily news update , Real odisha local news

ଗ୍ୟାଷ୍ଟ୍ରିକ ସମସ୍ୟା କାରଣ ଓ ନିରାକରଣ (GASTRITIS)ACIDITY, ଗ୍ୟାସ PROBLEM

0 5,485

ବନ୍ଧୁମାନେ ବର୍ତ୍ତମାନ ସମୟରେ ଗ୍ୟାସ ଏସିଡ଼ିଟି ପରି ସମସ୍ୟା ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି ।ବହୁତ ସମୟରେ ଲୋକମାନେ କହନ୍ତି କି ଅଳ୍ପ ଖାଇଲେ ପେଟ ପୁରିଲା ପୁରିଲା ଲାଗିବା,ଛାତିରେ ଜଳାପୋଡା ହେବା,ପେଟ ଫଂପେଇବା,ଆମ୍ବିଲା ହାକୁଟି ଆସିବା,ବାନ୍ତି ହେବା,ବଦ ହଜମୀ ହେବା ।ଏସବୁ ଗ୍ୟାସ ଓ ଏସିଡ଼ିଟି ର ଲକ୍ଷଣ ଅଟେ, ଏହି ଏସିଡ଼ିଟି କୁ ଠିକରେ ଚିକିତ୍ସା ନକଲେ ବହୁତ ବଡ଼ ବଡ଼ ବିପଦର ସମ୍ମୁଖୀନ ହେବାକୁ ପଡିଥାଏ ।ତେବେ ଆଜି ଆସନ୍ତୁ ଏହି
ଗ୍ୟାଷ୍ଟ୍ରିକ ଓ ଏସିଡ଼ିଟି କାହିଁକି ହୁଏ ଓ ଏହାର ଚିକିତ୍ସା ବିଷୟରେ ଜାଣିବା ।

ଗ୍ୟାଷ୍ଟ୍ରିକ ର କାରଣ:-

– ଗ୍ୟାସ ପ୍ରଥମେ ଏସିଡ଼ିଟି ରୁ ଆରମ୍ଭ ହେଇଥାଏ, ତେବେ ଆମ ଶରୀର ରେ ଥିବା ପାକସ୍ଥଳୀ ରେ HCL ଏସିଡ ନିର୍ଗତ ହେଇଥାଏ ଯାହା ଖାଦ୍ୟ ହଜମରେ ସାହାଯ୍ୟ କରେ ।ତେବେ ଯେତେବେଳେ ଆମେ ଖରାପ ଖାଦ୍ୟ ବା ପାନୀୟ ନେଇଥାଉ ସେଥିରେ ଏକ H Pilore ନାମକ ବ୍ୟାକ୍ଟେରିଆ ରହିଥାଏ ।ଆଉ ଏହା ପାକସ୍ଥଳୀ ଓ ଖାଦ୍ୟ ନଳୀରେ ଘା ତିଆରି କରିଥାଏ ଯାହାକୁ ଅଳସର କୁହାଯାଏ ।

-ଯଦି ଅଧିକ ପ୍ରସେସ ଖାଦ୍ୟ,ଫାଷ୍ଟ ଫୁଡ଼ ଓ ଜଙ୍ଗ ଫୁଡ଼ ଖାଉଛନ୍ତି ତାହେଲେ ପାକସ୍ଥଳୀ ଓ ଖାଦ୍ୟ ନଳୀ ଢିଲା ହେଇଯାଏ ।ଯେଉଁ କାରଣ ପାଇଁ ଖାଦ୍ୟ ଉପରକୁ ଉଠିଯାଇ ଆମ୍ବିଳା ହାକୁଟି ହୁଏ ।
-ଅଧିକ ଚା, କଫି,କଲଡ଼ ଡ୍ରିଙ୍କ ପିଇବା ଦ୍ୱାରା ବି ଗ୍ୟାଷ୍ଟ୍ରିକ ସମସ୍ୟା ଦେଖା ଦେଇଥାଏ ।
-ଅନେକ ସମୟରେ ଖାଦ୍ୟକୁ ଜଳଦି ଜଳଦି ଖାଇଲେ, ଉପବାସ କଲେ ଓ ଏକା ସାଙ୍ଗରେ ବହୁତ ଖାଦ୍ୟ ଖାଇବା ଦ୍ୱାରା ବି ଗ୍ୟାଷ୍ଟ୍ରିକ ଅସୁବିଧା ହେଇଥାଏ ।
-ପେନ କିଲର ଅଫହିକ ନେଲେ,ଧୂମ୍ରପାନ କଲେ ବି ଗ୍ୟାସ ସମସ୍ୟା ଦେଖାଯାଏ, ଆଉ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଦ୍ଵାରା ଖାଦ୍ୟ ଠିକରେ ହଜମ ହେଇ ନଥାଏ ।ତେଣୁ ସେତେବେଳେ ଆମ୍ବିଳା ହାକୁଟି ହେଇଥାଏ ।
-ଅଧିକ ଷ୍ଟ୍ରେସ ନେଉଥିଲେ ଓ ନିଦ ଠିକରେ ନହେଲେ ବି ଗ୍ୟାସ ସମସ୍ୟା ଦେଖା ଯାଇଥାଏ ।

ଗ୍ୟାଷ୍ଟ୍ରିକ ର ଚିକିତ୍ସା:-

-ଗ୍ୟାସ ନହେବା ପାଇଁ ଆପଣ Omeprazole,Pantoprazole,Lansoprazole ପରି ମେଡ଼ିସିନ ଗୁଡିକ ନେଇ ପାରିବେ,ଏସବୁ ଏସିଡ ସିକ୍ରେଟ କରିବାକୁ ଦିଏ ନାହିଁ ।ଏହି teblet ଗୁଡିକ ଆପଣ ଦିନରେ ଥରେ ଖାଲି ପେଟରେ ନେଇ ପାରିବେ ।
-ଯଦି କିଛି ମାତ୍ରାରେ ଏସିଡ ହେଇ ସାରିଥିବ ସେତେବେଳେ ଆପଣ ଏସିଡ କୁ ନିୟନ୍ତ୍ରିତ କରିବା ପାଇଁ Antacid teblet ବା syrup ନେଇ ପାରିବେ ।
-ଏହି ସବୁ ମେଡ଼ିସିନ ପରେ ଯଦି ଏସିଡ ଭଲ ନହୁଏ ତାହେଲେ ଇଞ୍ଜେକ୍ସନ ନେବାକୁ ପଡିଥାଏ ।

ଗ୍ୟାଷ୍ଟ୍ରିକ ନହେବା ପାଇଁ କଣ କରିବେ:-

ପ୍ରଥମେ ଆପଣ ପ୍ରତ୍ୟେକ ଦିନ କିଛି ଏକ୍ସାସାଇଜ କରନ୍ତୁ, ନିଜର ଡାଏଟ ଠିକ ରଖନ୍ତୁ ।ତେଲ ମସଲା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ, ପ୍ରତ୍ୟେକ ଦିନ 6 ତୁ 7 ଘଂଟା ନିଦ ନିଅନ୍ତୁ ।ସକାଳୁ ମୁହଁ ନ ଧୋଇ କିଛି ପାଣି ପିଅନ୍ତୁ, ଆଉ ଚିନ୍ତା ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.