ଦେଖୁ ଦେଖୁ ବିତିଗଲା ୧୨ ଦିନ ଆଉ ଆଜି ହେଉଛି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦ୍ଵାଦଶୀ।ମିଛ ଲାଗୁଥିଲେ ବି ଏହା ସତ୍ୟ ଅଟେ , ଆମେ ସମସ୍ତେ ଜଣେ ବରିଷ୍ଠ ଅଭିନେତା ଙ୍କୁ ସବୁଦିନ ପାଇଁ ହରେଇ ଦେଉଛୁ। ସେ ଏହିପରି ଜଣେ ବ୍ୟକ୍ତିତ୍ୱ ଥିଲେ ଯାହାଙ୍କୁ ଭୁଲିବା ସାଧାରଣ ଲୋକଙ୍କ ପକ୍ଷ ରେ କେବେ ବି ସମ୍ଭବ ନୁହେଁ।
ତେବେ ଭାବନ୍ତୁ ତାଙ୍କର ପରିବାର, ଦୁଇ ଛୋଟ ପୁଅ ଏବଂ ସ୍ତ୍ରୀ ଓ ବୁଢା ବାପା ମା ଙ୍କ ର କଣ ପରିସ୍ଥିତି ହୋଇଥିବ ବୋଲି। ତେବେ ବର୍ତ୍ତମାନ ପିଣ୍ଟୁ ଙ୍କ ପୁଅ ଓ ସ୍ତ୍ରୀ ଏବଂ ପରିବାର ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ କାନ୍ଦି ପକେଇବେ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ଆଜି କୁ ୧୨ ଦିନ ତଳେ ଓଲିଉଡ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ହାଇଦ୍ରାବାଦ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଦୀର୍ଘଦିନ ଧରି ସେ ଲିଭର ସିରୋସିସ୍ ରୋଗ ରେ ଆକ୍ରାନ୍ତ ଥିଲେ। ତେବେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ବାଧକ ସାଯିବା ବେଳେ ସବୁ କଳାକାର ତଥା ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ସେ ଚିକିତ୍ସା ପାଇଁ ଦିଲ୍ଲୀ ରେ ପହଁଚି ଥିଲେ। ତେବେ ପ୍ରଥମେ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ କୁ ଚିକିତ୍ସା ପାଇଁ ନେଇଥିଲେ ଆଉ ପରେ ହାଇଦ୍ରାବାଦ।
କିନ୍ତୁ ଭଗବାନ ଙ୍କ ଇଚ୍ଛା ଆଗରେ ସବୁକିଛି ତୁଚ୍ଛ ହୋଇଥାଏ, ଠିକ ସେହିପରି ସମସ୍ତ ଙ୍କ ର ଏତେ ଚେଷ୍ଟା ପ୍ରଚେଷ୍ଟା ପରେ ମଧ୍ୟ ଠିକ ସମୟ ରେ ପିଣ୍ଟୁ ଙ୍କ ର ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇ ପାରିଲା ନାହିଁ। ଆଉ ସେ ଏହିପରି ଏକ ଅଫେରା ଦୁନିଆଁ କୁ ଚାଲିଗଲେ। ତାଙ୍କର ମୃତ୍ୟୁ ରେ ତାଙ୍କର ପରିବାର ପୁରା ଭାଙ୍ଗି ପଡିଥିଲା , ଆଉ ତାଙ୍କର ପୁଅ ଓ ସ୍ତ୍ରୀ ଆଖିରେ ଆଜି ବି ଲୁହ ଶୁଖୁ ନାହିଁ। ତେବେ ଆଜି ତାଙ୍କର ଦ୍ଵାଦଶ କର୍ମ ଯେଉଁ ଥିରେ ଅନେକ କଳାକାର ମାନେ ତାଙ୍କ ଘରକୁ ଆସିଥିଲେ ଆଉ ତାଙ୍କ ଫୋଟ ପାଖରେ ପୁଷ୍ପ ଅର୍ପଣ କରି କୃତଜ୍ଞତା ଜଣାଇଥିଲେ।
ତେବେ କିନ୍ତୁ ତାଙ୍କର ପରିବାର ଲୋକଙ୍କ ଆଖିରେ ଏବେ ବି ଲୁହ ଝରି ଚାଲିଛି, ଯେତେ ବୁଝେଇଲେ ମଧ୍ୟ ଏହା ବୁଝୁନାହିଁ। ସ୍ତ୍ରୀ ଓ ଛୋଟ ପିଲା ମାନେ ମଧ୍ୟ ଖୁବ ଏକା ହୋଇଯାଇଛନ୍ତି ପିଣ୍ଟୁ ଯିବା ପରେ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଯେଉଁ ଥିରେ ଆପଣ ପିଣ୍ଟୁ ଙ୍କ ପୁଅ ଏବଂ ତାଙ୍କର ସ୍ତ୍ରୀ ଙ୍କ ର ସେହି କାନ୍ଦ କାନ୍ଦ ମୁଁହ କୁ ଦେଖିଲେ ,ଆପଣ ଙ୍କ ହୃଦୟ ଫାଟିଯିବ। ତେବେ ଭଗବାନ ପିଣ୍ଟୁ ଙ୍କ ପରିବାର କୁ ନିଜ ପରିସ୍ଥିତି ସହ ଲଢେ଼ଇ କରିବାର ଶକ୍ତି ଦିଅନ୍ତୁ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।