Daily news update , Real odisha local news

ପେଟରେ ଥିଲା ଝୁଆ ମା-ଛୁଆ ଚାଲିଗଲେ ଆରପାରି…କଷ୍ଟର ଏ ଘଟଣା ଆପଣଙ୍କୁ କନ୍ଦାଇ ଦେବ…ଦେଖନ୍ତୁ ଭିଡ଼ିଓ

0 244

କାନ୍ଥ ରୁ ଲିଭି ନାହିଁ ବାହାଘର ଚିତା , ବିବାହ କୁ ଏକ ବର୍ଷ ବି ହୋଇ ନାହିଁ ମାତ୍ର ଯୌତୁକ ର ଜୁଇ ରେ ସବୁ ଦିନ ପାଇଁ ଜଳି ଗଲା ଜଣେ ଗର୍ଭବତୀ ମହିଳା। ନିଜ ବାହାଘର କୁ ନେଇ ବେଶ ଖୁସି ରେ ଥିଲେ ଯୁବତୀ ଆଉ ଖୁବ ଶୀଘ୍ର ଘର କୁ କୁନି ପିଲା ମଧ୍ୟ ଆସିବାକୁ ଯାଉଥିଲା ।କିନ୍ତୁ ସବୁ ସ୍ୱପ୍ନ ଅଧା ରେ ରହିଗଲା , ଯୌତୁକ ସାଜିଲା କଣ୍ଟା ଆଉ ଶାଶୂ ଘର ଲୋକଙ୍କ ନିର୍ଯ୍ୟାତନା ରେ ଚାଲିଗଲା ଜୀବନ।

ତେବେ ଏହିଭଳି ଘଟଣା ଟି ଦେଖିବା କୁ ମିଳିଛି ଯାଜପୁର ଜିଲ୍ଲା ରେ ଯାହା ବିଷୟ ରେ ଜାଣିଲେ ଆପଣ କାନ୍ଦି ପକେଇବେ।ଉଲ୍ଲେଖ ଯୋଗ୍ୟ ଯେ , ବିବାହ ସମୟରେ ଯୌତୁକ ଦେବାର ପ୍ରଥା ପ୍ରାୟ ବହୁତ ଆଗରୁ ଥିଲା ।

ମାତ୍ର ଏବେ ମଧ୍ୟ ଭାରତୀୟ ଲୋକମାନେ ଏହାକୁ ମାନିଆସିଛନ୍ତି । ଯଦିଓ ଆମ ଭାରତ ସରକାର ନୂଆ ଆଇନ ଅନୁସାରେ ବିବାହ ସମୟରେ ଯୌତୁକ ଦେବା କିମ୍ବା ଯୌତୁକ ଗ୍ରହଣ କରିବା ଏକ ଆଇନ ଗତ ଅପରାଧ ଅଟେ । ତଥାପି ଲୋକମାନେ ଏହାକୁ ମାନିଆସିଛନ୍ତି ।କିନ୍ତୁ ଯେଉଁ କନ୍ୟା ର ପିତା ଏକ ଗରିବ ଶ୍ରେଣୀର ହୋଇଥାନ୍ତି ତାଙ୍କର ଝିଅ ପାଇଁ ଏହି ଯୌତୁକ ପ୍ରଥା କାଳ ସଜିଥାଏ ।ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାହାକି ଅତ୍ୟନ୍ତ ଦୁଃଖଦ ପୂର୍ଣ ଅଟେ ।

ତେବେ ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ର ମିଲି ନାମକ ଜଣେ ଯୁବତୀ ଙ୍କ ର ସେହି ପାଖ ଗ୍ରାମ ର ସନ୍ତଷ ନାମକ ଯୁବକ ଙ୍କ ସହ ବୈଦିକ ରୀତି ନୀତି ରେ ମେ ୧୧, ୨୦୨୨ ମସିହା ରେ ବିବାହ ହୋଇଥିଲା। ତେବେ ବିବାହ ରେ ବହୁତ ଜାନି ଯୌତୁକ ଦେଇ ମିଲି କୁ ଶାଶୁ ଘର କୁ ନୂଆ ଜୀବନ ଆରମ୍ଭ କରିବା ପାଇଁ ବାପା ମା କେତେ ସ୍ୱପ୍ନ ନେଇ ପଠେଇ ଥିଲେ। ତେବେ ବିବାହ ର ପ୍ରଥମେ ପ୍ରଥମେ ସବୁ କିଛି ଠିକ ଠାକ ଚାଲିଥିଲା, ଆଉ ଦୁଇ ମାସ ଯାଏ ବେଶ ଖୁସି ରେ ଥିଲା ମିଲି ଆଉ ଏହା ଭିତରେ ସେ ଗର୍ଭବତୀ ମଧ୍ୟ ହୋଇଗଲା।

ତେବେ ମିଲି ଗର୍ଭବତୀ ହେବା ପରେ ତାର ସ୍ୱାମୀ ଦୂରକୁ କାମ କରିବା ପାଇଁ ଚାଲିଗଲା , ତେବେ ଏହା ପର ଠାରୁ ଶାଶୁ ଓ ନଣନ୍ଦ ଙ୍କ ର ନିର୍ଯ୍ୟାତନା ବୋହୁ ଉପରେ ବଢିବା ରେ ଲାଗିଲା। ଏହିପରି ଘଟଣା ହୋଇଗଲା କି ଶାଶୁ ଓ ନଣନ୍ଦ ମିଶି ଖାଦ୍ୟରେ ମିଲି କୁ ବିଷ ଦେଇଦେଲେ। ଆଉ ଖାଦ୍ୟ ଖାଇବା ପରେ ମିଲି ର ଗର୍ଭ ନଷ୍ଟ ହେବା କୁ ଲାଗିଲା ଆଉ ଋତୁଶ୍ରାବ ହେଲା ତେବେ ଏହା ପରେ ମଧ୍ୟ ତାଙ୍କୁ କେହି ହସ୍ପିଟାଲ ନେଇ ନଥିଲେ। ବାପା ଘର ଲୋକେ ଏହା ଜାଣିବା ପରେ ଝିଅ କୁ ହସ୍ପିଟାଲ କୁ ନେଲେ ମାତ୍ର ସେତେବେଳେ କୁ ସବୁ ଶେଷ ହୋଇଯାଇଥିଲା। ମିଲି ତାର ପେଟ ରେ ଥିବା ଛୁଆ ସହ ଆରପାରିକୁ ଚାଲିଯାଇ ଥିଲା। ତେବେ ବର୍ତ୍ତମାନ ଝିଅ କୁ ନ୍ୟାୟ ଦେବା ଲାଗି , ଦାବି କରିଛନ୍ତି ପରିବାର ଲୋକେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.