ରାମନବମୀ ପୂର୍ବରୁ ଅଘଟଣ…..୩୦ ମିନିଟ ରେ ଠୋ ଠୋ କରି ଏକା ସାଙ୍ଗେ ମାରିଲା ୫ହଜାର ବିଜୁଳି ଏକା ସାଙ୍ଗରେ ଚାଲିଗଲା 5ଜଣଙ୍କ ଜୀବନ
ପ୍ରକୃତି ଆମର ମା ଅଟେ, ସେ ସବୁବେଳେ ଆମକୁ ସୁରକ୍ଷା ତଥା ଜୀବନ ଯାପନ ରେ ସାହାଯ୍ୟ କରି ଆସୁଥାଏ।ମାତ୍ର ଯେତେବେଳେ ୟେ ଆସନ୍ତ ହୋଇଯାଏ ସେତେବେଳେ ତାର ଏହି ତାପ ରେ ସବୁ ଚୁରମାର ହୋଇଯାଇଥାଏ। ତେବେ ଏହା ମଧ୍ୟ ସତ୍ୟ ଘଟଣା ଅଟେ କି ପୂର୍ବ କାଳରେ ଏହିପରି କୌଣସି ପରିସ୍ଥିତି ଦେଖିବାକୁ ମିଳିନଥିଲା
ମାତ୍ର ବର୍ତ୍ତମାନ ଆମ ପରିବେଶ ଆଉ ଆମକୁ ସମର୍ଥନ କରୁ ନାହିଁ ।ଲୋକମାନେ ଆମ ପରିବେଶ କୁ ଲୁଟି ବାରେ ଜମାରୁ ପଛ ଘୁଞ୍ଚା ଦେଲେ ନାହିଁ ,ଆଉ ତାର ପରିଣାମ ବର୍ତ୍ତମାନ ଭୋଗିବା କୁ ହେଉଛି।ତେବେ ବର୍ତ୍ତମାନ ଏହା ଉପରେ ଏପରି ଏକ ସୂଚନା ରହିଛି ଯାହା ଜାଣିଲେ ଭୟ ରେ ଆପଣ ଙ୍କର ଛାତି ଥରି ଉଠିବ।
ତେବେ ବର୍ତ୍ତମାନ ର ସୂଚନା ଅନୁସାରେ ଗତକାଲି ଭଦ୍ରକ ଜିଲ୍ଲା ରେ ମାତ୍ର ୩୦ ମିନିଟ ମଧ୍ୟରେ ୫ ହଜାର ଥର ଘଡଘଡି ମାରିଥିଲେ। ସଂଗେ ସଂଗେ ଗୋଟେ ପରେ ଗୋଟେ ଠୋ ଠା କରି ଘଡଘଡି ଆଉ ତା ସାଂଗ ରେ ଭୟଙ୍କର ବିଜୁଳି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ତେବେ ରାତି ପାହିଲେ ଅଛି ରାମ ନବମୀ ଆଉ ରାମ ନବମୀ ପାଇଁ ସମସ୍ତେ ତତ୍ପରେ। କିନ୍ତୁ ଏହି ସମୟ ରେ ଏହି ପରି ଅଘଟଣ ଯାହାକି ଅନେକ ଲୋକଙ୍କ ମୁଣ୍ଡ ବି ନେଇ ଯାଇଛି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।
ତେବେ ସୂଚନାଯୋଗ୍ୟ ଯେ, ଗତକାଲି ଭଦ୍ରକ ଜିଲ୍ଲା ର ବାସୁଦେବ ପୁର ର ଆକାଶ ରେ ହଠାତ କଳା ବାଦଲ ମାଡି ଆସିଲା ଲୋକେ ବର୍ଷା କୁ ଦେଖି କେହି କୁଆଡେ ଥୟଥାନ ହେବା ପୂର୍ବରୁ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା ଆଉ ତା ସାଂଗ କୁ କୁଆ ପଥର ମାଡ଼।ଖାଲି ଏତିକି ନୁହେଁ ବରଂ ଦୀପାବଳି ରେ ବାଣ ଫୁଟେଇବା ଭଳି ଠୋ ଠୋ କରି ବିଜୁଳି ଘଡଘଡି ହେବା ଆରମ୍ଭ ହୋଇଗଲା। ଆଉ ମାତ୍ର ୩୦ ମିନିଟ ଭିତରେ ପ୍ରାୟ ୫ ହଜାର ରୁ ଅଧିକ ଘଡଘଡି ମାରିଲା ଆଉ ଦେଖୁ ଦେଖୁ ଗଡି ଗଲା ୫ ଟି ମୁଣ୍ଡ।
ପ୍ରକୃତି ମା ର ଏହି ପ୍ରକୋପ ରେ ଭଦ୍ରକ ବାସୁଦେବ ର ୫ ଜଣଙ୍କ ର ମୃତ୍ୟୁ ହୋଇଥିବା ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ରହିଛି। ତେବେ ରାତି ପାହିଲେ ହେବା କୁ ଅଛି ରାମ ନବମୀ ଭକ୍ତ ମାନେ ବି ପୁରା ତତ୍ପର ଅଛନ୍ତି ରାମ ନବମୀ ପାଳନ କରିବା ପାଇଁ ମାତ୍ର ଏହା ପୂର୍ବରୁ ଏହି ପରି ଅଘଟଣ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ପୁରା ଭଦ୍ରକ ବାସୀ ଙ୍କୁ ଭୟଭୀତ କରି ଦେଇଛି। ତେବେ ଏହାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ବି ଭୟ ରେ ଥରି ଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।