ଆମ ଶରୀରକୁ କେତେବେଳେ କୋଉ ରୋଗ ଆକ୍ରମଣ କରିଥାଏ ତାହା ଆମକୁ ବି ଜଣ ନଥାଏ ।କେତେବେଳେ ବହୁତ ବଡ଼ ବଡ଼ ରୋଗ ଆକାରରେ ତ କେତେବେଳେ ଖୁବ ଛୋଟ ଛୋଟ ରୋଗ ଆକାରରେ ।ତେବେ ଆମେ ସଭ ରୋଗ ପାଇଁ ଆଜି ଡାକ୍ତରୀ ମେଡିସିନ ନେଇଥାଉ,
ତେବେ ବହୁତ ସମୟରେ ଆମ ହାତ ପାଖରେ ବି କିଛି ଉପଚାର ରହିଥାଏ ଯାହାକୁ ବ୍ୟବହାର କରି ଆପଣ ଅନେକ ରୋଗ ଭଲ କରିପାରିବେ ।ତେବେ କୋଣନଖ, ଏକ ଏମିତି ସମସ୍ୟା ଯାହା ପ୍ରାୟ ନାରୀ ପାଖରେ ଦେଖା ଯାଇଥାଏ ଆଉ ଏଥିରେ ନଖ ଘା ହେଇଥାଏ କିନ୍ତୁ ବହୁତ କମ ଲୋକ ଏହାର ଠିକରେ ଚିକିତ୍ସା କରିଥାନ୍ତି ।ତେବେ ଏହା କାହିଁକି ହୁଏ ଓ ଏହାର ଉଚିତ ଚିକିତ୍ସା କଣ ଆସନ୍ତୁ ସେ ବିଷୟରେ ଜାଣିବା ।
କୋଣନଖ କାହିଁକି ହୁଏ….
-ତେବେ ଯଦି ଆପଣଙ୍କ ଗୋଡ଼ ହାତ ଅଧିକ ସମୟ ଧରି ପାଣିରେ ରହିଲେ ନଖ କୋଣରେ ପାଣି ଜମା ହେଇ କୋଣନଖ ନଷ୍ଟ କରିଦିଏ ।
-ବହୁତ ସମୟରେ ଆପଣ ଗୋଟିଏ ସକ୍ସ କୁ ବାରମ୍ବାର ପିନ୍ଧୁଥିଲେ ସେତେବେଳେ ବି ଏମିତି ସମସ୍ୟା ଦେଖାଯାଏ ।
-ଖାଲି ପାଦରେ ଅପରିଷ୍କାର ଜାଗାକୁ ଗଲେ ବି ଇନଫେକସନ୍ ହେଇ କୋଣ ନଖ ସମସ୍ୟା ଦେଖାଯାଏ ।
-ଏସବୁ ବ୍ୟତୀତ ଯଦି କିଛି ଖରାପ ନେଲପଲିସ ବି ବ୍ୟବହାର କରୁଛନ୍ତି ତେବେ ତାହା ବି କୋଣ ନଖ କରିଥାଏ ।
କୋଣ ନଖ ହେବାର ଲକ୍ଷଣ କ’ଣ…
-କୋଣନଖ ହେଲେ ପ୍ରଥମେ ଆପଣଙ୍କ ଆଙ୍ଗୁଳି ଫୁଲିବାକୁ ଲାଗୁଥାଏ, ଆଉ ସେହି ସମୟରେ ଚାଲିବା ପାଇଁ ଖୁବ ଅସୁବିଧା ହୁଏ ।ଆଉ ଆପଣ ସେତେବେଳେ ତାହା ଠିକ ନକଲେ ନଖ କୋଣରେ ପୂଜ ଜମିଯାଏ ।ଆଉ ଏହାର ଠିକରେ ଚିକିତ୍ସା ନକଲେ ଧୀରେ ଧୀରେ ଖୁବ ଖରାପ ହେଇଯାଏ ।
କୋଣ ନଖ ର ଘରୋଇ ଚିକିତ୍ସା:-
-ତେବେ ଯେତେବେଳେ ବି ଆପଣଙ୍କ ର କୋଣ ନଖ ହେଉଛି ସେତେବେଳେ ଆପଣ ରାତିରେ ଶୋଇବା ପୂର୍ବରୁ ଦେଶି ଗାଈର ଗୋମୂତ୍ର ନିଅନ୍ତୁ ।ଆଉ ତାଙ୍କୁ ଯୋଉଠି କୋଣ ନଖ ହେଉଛି ସେହି ଜାଗାରେ ପକାଇ ଭଲରେ କୋଣନଖ କୁ ପରିଷ୍କାର କରନ୍ତୁ ।ତେବେ କୌଣସି ପ୍ରକାରର ଡେଟଲ ଆଦି ପକାଇବେ ନାହିଁ କୋଣ ନଖରେ ।
-ତାପରେ ଆପଣ ଗୋଟିଏ ଗେଣ୍ଡୁଫୁଲ ନେବେ ତେବେ ତାହାର ପାଖୁଡା ଗୁଡା ବାହାର କରି ସେଥିରେ ଗୋଟିଏ ଚାମୁଚ ହଳଦୀ ଗୁଣ୍ଡ ଓ କିଛି ଗୋମୂତ୍ର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।ଆଉ ନଖ ପରିଷ୍କାର କରି ସେଥିରେ ଏହି ପେଷ୍ଟ କୁ ଲଗାନ୍ତୁ ।ଏମିତି ଦିନକୁ 32 ଥର ବ୍ୟବହାର କରନ୍ତୁ ତେବେ ଥରେ ତିଆରି କରିଥିବା ପେଷ୍ଟ ମାତ୍ର ଥରେ ହିଁ ବ୍ୟବହାର କରିବେ ।ଆଉ ଏହିପରି 15 ଦିନ କଲାପରେ ଦେଖିବେ ଆପଣଙ୍କ ର କୋଣ ନଖ ପୁରା ଭଲ ହେଇ ଯାଇଥିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।