Daily news update , Real odisha local news

SPECIAL TIPS – ମାତ୍ର ୫ ମିନିଟ୍ ରେ ମଶା-ମାଛି-ମୂଷା-ଅସରପା ଘରୁ ପଳେଇବେ ଗ୍ୟାରେଣ୍ଟି

0 753

ବନ୍ଧୁମାନେ ଆମ ଘର ଭିତରେ ଅନେକ କୀଟ ପତଙ୍ଗ ରହିଥାନ୍ତି ଯେଉଁ ମାନଙ୍କ ଯୋଗୁ ଆମେ ବହୁତ ହଇରାଣ ହେଇଥାଉ ।ତେବେ ମୂଷା,ମଶା, ମାଛି, ଓ ଅସରପା ଏମାନେ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ ।ମୁସହାଘରେ ରହି ଯାହା କ୍ଷତି କରିଥାଏ ତ ଦୂରର କଥା ମୂଷା କାମୁଡ଼ିଲେ ପ୍ଲେଗ ପରି ଭୟଙ୍କର ରୋଗ ହେଇଥାଏ ।

ଠିକ ସେହିପରି ମଶା କାମୁଡ଼ିଲେ ମ୍ୟାଲେରିଆ, ଡେଙ୍ଗୁ ପରି ରୋଗ ରୋଗ ହେଇଥାଏ ।ତେବେ ଏହି କୀଟ ମାନଙ୍କୁ ଆପଣ ଘରୁ କେମିତି ବାହାର କରିବେ ସେ ନେଇ ଚିନ୍ତାରେ ରହିଥାନ୍ତି, ତେବେ ଆମେ ଆଜି ଆପଣଙ୍କୁ ଏହାର ଦୁଇଟି ଭଲ ସମାଧାନ ଜଣାଇବୁ ।
ତେବେ ଆଜିର ଦୁଇଟି ରିମେଡି ଯାହାକୁ ଆପଣ ନିଜ ଘରେ ବ୍ୟବହାର କରି ଖୁବ ସହଜରେ ମୂଷା,ମଶା, ମାଛି, ଓ ଅସରପା ଙ୍କୁ ଘୃପୁର ସଫା କରିପାରିବେ ।ତେବେ ଆସନ୍ତୁ ସେହି ରିମେଡି ଦୁଇଟି ବିଷୟରେ ଜାଣିବା ।

ପ୍ରଥମ ରିମେଡି:-

ଆବଶ୍ୟକ ସାମଗ୍ରୀ:-ତେଜପତ୍ର, କର୍ପୁର, ନିମ୍ବତେଲ / ସୋରିଷ ତେଲ

ରିମେଡି ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର:-

-ଏହି ରିମେଡି ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମେ ଗୋଟିଏ ପାତ୍ର ନେବାକୁ ପଡିବ ସେଥିରେ କିଛି ନିମ୍ୱ ତେଲ ବା ସୋରିଷ ତେଲ ନିଅନ୍ତୁ ।ତାପରେ ସେହି ପାତ୍ରରେ ଅଳ୍ପ କିଛି କର୍ପୂର ଗୁଣ୍ଡ ପକାନ୍ତୁ ।ଏବେ ସେହି ତେଲରେ 5ଟି ତେଜ ପତ୍ର କୁ ଚିଡାଇ ପକାନ୍ତୁ, କିନ୍ତୁ ସୋରିଷ ତେଲ ନେଇଥିଲେ ସେଥିରେ 4ଟି ନିମ୍ବ ପତ୍ର ପକାଇବେ ।

-ଏବେ ଏହି ରିମେଡି ରେ ଥିବା ତେଜ ପତ୍ରରେ ନିଆ ଲଗାଇ ଲିଭାଇ ଦିଅନ୍ତୁ ଯେଉଥରୁ ଧୂଆଁ ବାହାରିବ ଆଉ ତାହାକୁ ଆପଣ ସନ୍ଧ୍ୟା ସମୟରେ ଘର ର ଭିତରେ ସବୁ ଜାଗାରେ ବୁଲେଇ ଆଣନ୍ତୁ ଦେଖିବେ ମଶା ମାଛି ଆଉ ଘରେ ରହିବେ ନାହିଁ ।ତେବେ ସେହି ସମୟରେ ଘରେ କୌଣସି ଖାଦ୍ୟ ଖୋଲା ରଖିବେ ନାହିଁ ।

ଦ୍ଵିତୀୟ ରିମେଡି:-

ଆବଶ୍ୟକ ସାମଗ୍ରୀ:-ଲୁଣ,କର୍ପୂର,ଭିନେଗାର,ଡେଟଲ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ତିଆରି କରିବା ପାଇଁ ଗୋଟିଏ ସ୍ପ୍ରେ ବୋତଲ ନେଇ ସେଥିରେ ଅଧା ଗ୍ଲାସ ପାଣି ନିଅନ୍ତୁ ।ଏବେ ସେହି ପାଣିରେ ଗୋଟିଏ ଚାମୁଚ ଲୁଣ, ଅଳ୍ପ କର୍ପୁର ଗୁଣ୍ଡ, ଦୁଇ ଚାମଚ ଭିନେଗାର ଓ 2 ରୁ 3 ଚାମଚ ଡେଟଲ ପକାଇ ଭଲ ଭାବରେ ମିଶାଇ ନିଅନ୍ତୁ ।ଏବେ ଆପଣଙ୍କ ଏହି ରିମେଡି ତିଆରି ହେଇଯିବ ।

-ତେବେ ଏହି ରିମେଡି ରେ ଆପଣ ଯେଉଁ ପାଣି ତିଆରି କରିଛନ୍ତି ସେହି ପାଣିରେ କିଛି ତୁଳା ଭିଜେଇ ନିଅନ୍ତୁ ଆଉସେହି ତୁଳାକୁ ନେଇ ମୂଷା ରହୁଥିବା ଜାଗାରେ ରଖି ଦିଅନ୍ତୁ ।ଆଉ ଏମିତି କଲେ ମୂଷା ସେହି ଦୁର୍ଗନ୍ଧ ରେ ଘର ଛାଡ଼ି ପଳାଇବେ ଆଉ ପିମ୍ପୁଡ଼ି ଓ ଅସରପା ବି ରହିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.