Daily news update , Real odisha local news

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରନ କ୍ୟାମେରା ସାମନ୍ନାକୁ ଆସିଲା ଭିଡିଓ. .. ପ୍ରଭୁ ଜଗନ୍ନାଥ ! ମତେ କ୍ଷମା କରିଦିଅ

0 114

ବନ୍ଧୁଗଣ ବର୍ତ୍ତମାନ ସବୁଠାରୁ ବଡ଼ ସୂଚନା ରହିଛି କି, ଓଡ଼ିଶାର ଗର୍ଵ ଗୌରବ ପ୍ରଭୁ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ଉପରେ ଜଣେ ବ୍ୟକ୍ତି ଉଡାଇଛନ୍ତି ଡ୍ରନ କ୍ୟାମେରା। ଖାଲି ଏତିକି ନୁହେଁ ବରଂ ସେ ଏହାର ଭିଡ଼ିଓ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିବା ସହ ଅନଲାଇନ ୱେବସାଇଟ ରେ ଏହାର ବ୍ୟବସାୟ ମଧ୍ୟ କରିବାକୁ ଚେଷ୍ଟା କରୁଥିଲେ।

ଖାଲି ଏତିକି ନୁହେଁ ବରଂ ଜଣେ ପୋଲିସ ଅଧିକାରୀ ଙ୍କ ଅନୁମତି ପରେ ସେ ଏହିଭଳି ଡ୍ରନ ରେ ଭିଡ଼ିଓ ରେକର୍ଡ କରିଥିବା କହିଛନ୍ତି।ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ପୁରୀ ସିଂହଦ୍ଵାର ଥାନା ରେ ଏତେଲା ଦିଆଯିବା ସହ ଘଟଣା ବିରୋଧ ରେ କଡା ତଦନ୍ତ ଚାଲିଛି।

ତେବେ ଆପଣ ମାନେ ଜାଣିଥିବେ କି , ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ହେଉଛି ବିଶ୍ଵ ର ଚତୁର୍ଧାମ ର ଏକ ଧାମ ଅଟେ। ତେବେ ଏହି ଜଗନ୍ନାଥ ଙ୍କ ମନ୍ଦିର ଉପରେ କେହି ଭିଡ଼ିଓ କରି ପାରିବେ ନାହିଁ ବୋଲି ଏକ ନ ଫ୍ଲାଇ ଜୁନ ମଧ୍ୟ ରହିଛି। ଏମିତି କି ଯେତେବେଳେ ଆପଣ ଭଗବାନ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଯିବା ସମୟ ରେ ମୋବାଇଲ କିମ୍ବା କ୍ୟାମେରା ର ଅନୁମତି ନଥାଏ।ମାତ୍ର ଏହା ଭିତରେ କିଛି ଦିନ ପୂର୍ବରୁ ଅନିକେଶ ଚକ୍ରବର୍ତ୍ତୀ ନାମକ ଜଣେ ବଯୁବକ ଶ୍ରୀ ମନ୍ଦିର ଉପରେ ଡ୍ରନ କ୍ୟାମେରା ଉଡାଇ ତାର ଭିଡ଼ିଓ ବନାଇ ଥିଲେ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କଥା ଏହା କି ସେ ନିଜ ୱେବସାଇଟ ରେ ଏହି ମନ୍ଦିର ଉପର ଭାଗର ଫୋଟ ଓ ୫ ମିନିଟ ୪୨ ସେକେଣ୍ଡ ର ଭିଡ଼ିଓ କୁ ସେୟାର କରିବା ସହ ଏହାକୁ ବିକ୍ରି କରିବା ପାଇଁ ଅଫର ମଧ୍ୟ ଲୋକଙ୍କୁ ଦେଇଥିଲେ। ତେବେ ଯେତେବେଳେ ଏହା ବିଷୟ ରେ ଜଣା ପଡିଲା ସେତେବେଳେ ସେ କହିଥିଲେ କି ଜଣେ ପୋଲିସ କର୍ମଚାରୀ ଙ୍କ ଅନୁମତି ପରେ ସେ ଶ୍ରୀମନ୍ଦିର ର ଉପର ଭାଗ ର ଭିଡ଼ିଓ ବନାଇବା ପାଇଁ ।ତେବେ କିନ୍ତୁ ବର୍ତ୍ତମାନ ସେ ଏହାର ବ୍ୟତିକ୍ରମ କରିଛନ୍ତି ଆଉ କହିଛନ୍ତି କି କାଲି ସେ ମିଛ କହିଥିଲେ ବୋଲି।

ପ୍ରକୃତ ରେ ସେ ଜାଣି ନାହାନ୍ତି କି ଏହା ନ ଫ୍ଲାଇ ଜନ ବୋଲି , ଆଉ ଭୁଲ ରେ ସେ ଏହାର ଭିଡ଼ିଓ ରେକର୍ଡ କରି ଦେଇଥିଲେ ।ଏବଂ ପରେ ହାତ ଯୋଡ଼ି କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ।ତେବେ କିନ୍ତୁ ତାଙ୍କର ପ୍ରଥମ କଥା କୁ ନେଇ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ତେବେ କିନ୍ତୁ କୁହା ଯାଇଛି କି ଆଗରୁ ମଧ୍ୟ ଆକାଶ ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ର ଉପର ଭାଗର ଭିଡ଼ିଓ ବନାଇ ଥିଲେ, ମାତ୍ର ପୋଲିସ ତାଙ୍କୁ ପଚାରିବା ପରେ ସେ ନଜାଣି କରିଥିବା କହି କ୍ଷମା ମାଗିବା ପରେ ତାଙ୍କୁ ଛାଡି ଦିଆଯାଇଥିଲା। ମାତ୍ର ଅନିକେଶ ଙ୍କ ଘଟଣା କିଛି ଅଲଗା ଥିବା ରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଶ୍ରୀମନ୍ଦିର ଆଇନ ରେ ପରିବର୍ତ୍ତନ କରିବା ଜରୁରୀ ରହିଛି ବୋଲି ଦାବି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.