Daily news update , Real odisha local news

ଶୁଣନ୍ତୁ Viral Call ରେକର୍ଡ : “108କୁ Call କରି ଡାର୍ଲିଂ ଚାଲ ପଳେଇବା” ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରାଲ ହେଉଛି…ଦେଖନ୍ତୁ ଭିଡ଼ିଓ

0 195

ବନ୍ଧୁଗଣ ବର୍ତ୍ତମାନ ର ଅତ୍ୟାଧୁନିକ ଯୁଗର ମଣିଷ ମାନେ ଏହିପରି ହୋଇଗଲେଣି କି ଜରୁରୀକାଳୀନ ସେବା ୧୦୮ କୁ କଲ କରି ଥଟ୍ଟା ମଜା କରୁଛନ୍ତି ଆଉ ବିନା କାରଣ ରେ ଜରୁରୀକାଳୀନ ସେବା ର ଲାଇନ କୁ ବିଜି ରଖୁଛନ୍ତି। ଆଉ କେହି କେହି ଫୋନ କରି ଏହିପରି କଥା ହେଉଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ କିଛି ଅସାମାଜିକ ବ୍ୟକ୍ତି ଙ୍କ ର ଏହି କାରନାମା ରେ ନାକେଦାମ ହୋଇ ସାରିଲେଣି ଜରୁରୀକାଳୀନ ସେବା ର କର୍ମଚାରୀ ମାନେ। ତେବେ ଆସନ୍ତୁ ଜାଣିବା ଏହି ଫେକ କଲ ଗୁଡିକ ବିଷୟରେ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ରାଜ୍ୟ ରେ ଲୋକ ଙ୍କୁ ମେଡ଼ିକାଲ ର ସୁବିଧା ଯୋଗେଇ ଦେବା ଲାଗି ସରକାର ଙ୍କ ପକ୍ଷରୁ ୧୦୮ ଗାଡି ସବୁ ଚଲା ଯାଇଛି। ତେବେ କେଉଁ ସ୍ଥାନରେ ବି କିଛି ବି ଅସୁବିଧା ହେଲେ କିମ୍ବା କିଛି ଜରୁରୀକାଳୀନ ମେଡ଼ିକାଲ ର ଜରୁରୀ ହେଲେ ଲୋକେ ସଂଗେ ସଂଗେ ୧୦୮ କୁ କଲ କରିଥାନ୍ତି। ଆଉ କିଛି ସମୟ ମଧ୍ୟରେ ଗାଡି ଆସି ପହଁଚି ଯାଏ ଆଉ ବ୍ୟକ୍ତି ଙ୍କ ଜୀବନ ରକ୍ଷା କରେ। ମାତ୍ର ବର୍ତ୍ତମାନ ଓଡ଼ିଶା ରେ କିଛି ଏହିପରି ଯୁବ ଗୋଷ୍ଠୀ ବାହାରିଛନ୍ତି ଯେଉଁ ମାନେ କି ବିନା କାରଣ ରେ ୧୦୮ କୁ କଲ କରୁଛନ୍ତି ଆଉ ଏହିପରି ସବୁ କଥା ହେଉଛନ୍ତି ଯାହା ଜାଣିଲେ ଚକିତ ହୋଇଯିବେ।

??????

ତେବେ ବର୍ତ୍ତମାନ ସେହି କଲ ଗୁଡିକ ମଧ୍ୟରୁ କେତେକ କଲ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଯାହା ଶୁଣିଲେ ଆପଣ ମଧ୍ୟ ଆବାକ ହୋଇଯିବେ।ତେବେ ପ୍ରଥମ କଲ ରେ ଦେଖା ଯାଇଛି ଯେ , ୧୦୮ କୁ କଲ କରି ଜଣେ ବ୍ୟକ୍ତି ଅତ୍ୟନ୍ତ ଅଶୀଳ ଭାଷା ପ୍ରୟୋଗ କରୁଛନ୍ତି ଆଉ ସେ କର୍ମଚାରୀ ଙ୍କୁ ଏହିଭଳି ଖରାପ କଥା କହୁଛନ୍ତି ଯେ ତାହା ଆମେ ଆପଣ ଙ୍କୁ ସ୍ପଷ୍ଟ ଭାବରେ କହି ପାରିବୁ ନାହିଁ। ଠିକ ସେହିପରି ଅନ୍ୟ ଏକ କଲ ରେ ଦେଖା ଯାଇଛି କି ଜଣେ ଯୁବକ ୧୦୮ କୁ କଲ କରିଛନ୍ତି ଆଉ ମହିଳା କର୍ମଚାରୀ ଜଣଙ୍କ ଫୋନ ଉଠେଇବା ପରେ ସେ ତାଙ୍କୁ କହୁଛନ୍ତି କି ଡାର୍ଲିଂ ଚାଲ ପଳେଇବା।

ଖାଲି ଏତିକି ନୁହେଁ ବରଂ ଅନ୍ୟ ଏକ କଲ ରେ ଦେଖା ଯାଇଛି କି ଜଣେ ଯୁବକ କଲ କରି ମିଛ ରେ କହୁଛନ୍ତି ତାଙ୍କ ଦେହ ଖରାପ ବୋଲି ଆଉ ପରେ ମଜା କରୁଛନ୍ତି। ତେବେ ଏହି ସବୁ କଲ କୁ ନେଇ ଜଣେ କର୍ମଚାରୀ କହିଛନ୍ତି କି ପ୍ରତିଦିନ ତାଙ୍କୁ ୧୦ ହଜାର ରୁ ଅଧିକ କଲ ଆସିଥାଏ ମାତ୍ର ତା ମଧ୍ୟରୁ ୭ ହଜାର କଲ ଫେକ ଥାଏ। ଆଉ ଏହିପରି କରିବା ଦ୍ୱାରା ଅନେକ ସମୟ ରେ ପ୍ରକୃତ ରୋଗୀ ଳ ପାଖକୁ ଗାଡି ପହଂଚିବାରେ ବିଳମ୍ବ ହେଉଛି। ତେବେ ଏହି ଫେକ କଲ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.