Daily news update , Real odisha local news

ସୁନ୍ଦରତା ଚାଲିଯିବା ପରେ ମୋ ସ୍ୱାମୀ ମୋତେ ଛାଡିଦେଲେ….ଭାଇରାଲ ହେଉଥିବା ଏହି ହାତଭାଗୀ ସ୍ତ୍ରୀ ଙ୍କ ବିଷୟରେ ଜାଣିଲେ ଆପଣ କାନ୍ଦି ପକେଇବେ…..

0 1,238

ବନ୍ଧୁଗଣ ବିବାହ ଏକ ପବିତ୍ର ଉତ୍ସବ ହୋଇଥାଏ ଏହି ପବିତ୍ର ଉତ୍ସବ ରେ ଜଣେ ସାରା ଜୀବନ ପାଇଁ ତାର ଜୀବନ ସାଥି କୁ ନିଜର କରିଥାଏ ଏବଂ ଏକ ଖୁସି ର ନୂଆ ସଂସାର ର ଆରମ୍ଭ ହୋଇଥାଏ। କେତେ ସ୍ୱପ୍ନ ନେଇ ଜଣେ ଝିଅ ସେହି ପୁଅ ର ହାତ ଧରିଥାଏ ଆଉ ସବୁଦିନ ସାଙ୍ଗରେ ରହିବା କୁ ଶପଥ କରିଥାଏ। ତେବେ ଠିକ ଏହିପରି ହଜାରେ ସ୍ୱପ୍ନ ନେଇ ଶିବଶକ୍ତି ଙ୍କୁ ବିବାହ କରିଥିଲେ ନବରଙ୍ଗପୁର ର ମୋନାଲିସ। ମାତ୍ର ମନାଲିଶା ଙ୍କ ର ସୁନ୍ଦରତା କମିଯିବା ପରେ ସେ ବର୍ତ୍ତମାନ ତାଙ୍କୁ ଅଧା ରାସ୍ତା ରେ ଛାଡି ଦେଇଛନ୍ତି।

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ହାତଭାଗୀ ସ୍ତ୍ରୀ ମନାଲିଶା ଙ୍କ କାହାଣୀ ବିଷୟରେ ଜାଣିଲେ ଆପଣ କାନ୍ଦି ପକେଇବେ।

ତେବେ ଘଟଣା କିଛି ଏହିପରି ଥିଲା କି ୨୦୧୩ ମସିହା ରେ ନବରଙ୍ଗପୁର ର ମୋନାଲିସା ଗଞ୍ଜାମ ର ଦିଗ ପହଣ୍ଡି ର ଶିବଶକ୍ତି ବସ୍କି ଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ସବୁ ଠିକ ଥିଲା , ମନାଲିଶା ସ୍ୱାମୀ ଙ୍କ ସହ ଯାଇ ଚେନ୍ନାଇ ରେ ରହୁଥିଲେ। ସବୁ କିଛି ଠିକ ଥିଲା ମାତ୍ର ଏହି ମଧ୍ୟରେ ମନାଲିଶା ଙ୍କ ର ଦୁଇ ଥର ଗର୍ଭ ନଷ୍ଟ ହୋଇ ଯାଇଥିଲା।

ଆଉ ଏହା ପରେ ପିଲା ପାଇଁ ମନାଲିଶା ଙ୍କୁ ତାଙ୍କର ସ୍ୱାମୀ ଓ ଶାଶୂ ଶଶୁର ଅତ୍ୟାଚାର କରିବା ଆରମ୍ଭ କରିଦେଲେ। ତେବେ ମନାଲିଶା ଯେତେବେଳେ ତୃତୀୟ ଥର ଗର୍ଭ ଧାରଣ କଲେ ସେତେବେଳେ ଡାକ୍ତର ତାଙ୍କୁ କହିଥିଲେ କଜ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି , ମାତ୍ର ଏ ସବୁ କିଛି ନଶୁଣି ଗୋଟିଏ କନ୍ୟା ସନ୍ତାନ କୁ ଜନ୍ମ ଦେଲେ। ମାତ୍ର ପିଲା ଟି ଜନ୍ମ ହେବା ପରେ ମନାଲିଶା ପକ୍ଷାଘାତ ବା ପରଲିସିସ୍ ରୋଗ ରେ ଆକ୍ରାନ୍ତ ହେଲେ ଆଉ ତାଙ୍କର ସୁନ୍ଦରତା ସବୁଦିନ ପାଇଁ ଚାଲିଗଲା।

ମନାଲିଶା ପିଲା ଜନ୍ମ କରିବା ପରେ ପକ୍ଷଘାତ ରୋଗ ରେ ଆକ୍ରାନ୍ତ ହୋଇଥିଲେ ମାତ୍ର ଏହା ପରେ ମଧ୍ୟ ତାଙ୍କ ଉପରେ ତାଙ୍କର ଶାଶୂ ଓ ଶଶୁର ସ୍ୱାମୀ ମିଶି ଅତ୍ୟାଚାର କରିବା ଆରମ୍ଭ କରିଥିଲେ। ତେବେ ତାଙ୍କୁ ଖାଇବା କୁ ଦେଉ ନଥିଲେ ଏପରି କି ଘରୁ ବାହାର କରି ଦେଇଥିଲେ ମଧ୍ୟ। ତେବେ ଯେତେବେଳେ ମନାଲିଶା ଙ୍କ ବାପା ମା ଏହା ଜାଣି ତାଙ୍କ ଘରେ ପହଁଚିଲେ ସେତେବେଳେ ତାଙ୍କର ଶଶୁର ତାଙ୍କୁ ମାର ପିଟ କରିଥିଲେ। ଆଉ ମନାଲିଶା ଙ୍କ ପିଲା କୁ ରଖିନେଇ ତାଙ୍କୁ ଘରୁ ବାହାର କରିଦେଇଥିଲେ। ତେବେ ଦୁଇ ବର୍ଷ ହେବ ସେ ନିଜ ବାପ ଘରେ ରହୁଛନ୍ତି।

ମାତ୍ର ବର୍ତ୍ତମାନ ତାଙ୍କର ସ୍ଵାମୀ ଶିବଶକ୍ତି ପୁଣି ଦ୍ୱିତୀୟ ବିବାହ କରିବା ପାଇଁ ପ୍ରସ୍ତୁତି ନେଉଛନ୍ତି ଏବଂ ମନାଲିଶା ଙ୍କ ପାଖକୁ ଡିଭର୍ସ ର ନୋଟିସ ପଠେଇଛନ୍ତି। ମାତ୍ର ମନାଲିଶା ତାଙ୍କ ସ୍ୱାମୀ ଙ୍କ ପାଖକୁ ଫେରିଯିବା ପାଇଁ ଚଂହୁଛନ୍ତି ବୋଲି ସୋସିଆଲ ମିଡ଼ିଆ ରେ କହିଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.