Daily news update , Real odisha local news

Vastu Shastra – 2022 ର ବଡ଼ ସୂର୍ଯ୍ୟ ପରାଗ, ୮ଟି ରାଶି ସାବଧାନ, ନଚେତ ଘଟିପାରେ ଅଘଟଣ

0 3,348

ବନ୍ଧୁମାନେ ଆପଣ ସମସ୍ତେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଆଦି ବିଷୟରେ ଖୁବ ଭଲ ଭାବରେ ଜାଣିଥିବେ ।ପ୍ରତିବର୍ଷ ଏହି ସମୟ ଆସିଥାଏ କିନ୍ତୁ କେବେ ହୁଏ ତାହାର ତାରିଖ ସମାନ ନଥାଏ ।ତେବେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ହେବାକୁ ଯାଉଛି, ଯାହା ଆଗାମୀ ଅକ୍ଟୋବର 25 ତାରିଖ ରେ ହେବ ।

ତେବେ ଏହିଦିନ ପବିତ୍ର ଦୀପାବଳି ହେବା ସହିତ ଅମାବାସ୍ୟା ବି ତେଣୁ ଏହି ସୂର୍ଯ୍ୟପରାଗ ଖୁବ ଭୟଙ୍କର ଅଟେ ।ଆଉ ଏଆହର ପ୍ରଭାବରେ ବହୁତ କିଛି ଘଟିପାରେ ତେଣୁ ସୂର୍ଯ୍ୟପରାଗ ସମୟରେ ସମସ୍ତେ ବହୁତ କିଛି ନିୟମ ମାନିବା ସହିତ 8 ରାଶିର ବ୍ୟକ୍ତି ପୁରା ସତର୍କ ରୁହନ୍ତୁ ନହେଲେ ବହୁତ ବଡ଼ ବିପଦ ଆସିବ ଜୀବନରେ ।

ସୂର୍ଯ୍ୟପରାଗ ର ସମୟ:-

-ସୂର୍ଯ୍ୟପରାଗ ଅକ୍ଟୋବର 25 ମଙ୍ଗଳବାର ଦିନ 12.21 ମିନିଟରେ ଆରମ୍ଭ ହେଇ 1.21 ମିନିଟରେ ଶେଷ ହେବ ।ଆଉ ଏହା ମାତ୍ର 34 ସେକେଣ୍ଡ ଆକାଶରେ ଦୃଶ୍ୟମାନ ହେବ ।

ସୂର୍ଯ୍ୟପରାଗ ର ସମୟରେ ଜରୁରୀ ନିୟମ:-

-ତେବେ ମନେ ରଖନ୍ତୁ ସୂର୍ଯ୍ୟପରାଗ ଲାଗିବାର 9 ଘଂଟା ବା 3 ପ୍ରହର ପୂର୍ବରୁ ଓ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୁରା ପାକ ନିଷେଧ ଅଟେ ।ତେବେ ପାକ ନିଷେଧ ର ସମୟ ଅକ୍ଟୋବର 24 ସୋମବାର ରାତି 9.25 ମିନିଟ ରୁ ଅକ୍ଟୋବର 25 ମଙ୍ଗଳବାର 2.31 ମିନିଟ ପ୍ରଯ୍ୟନ୍ତ ।
-ସୂର୍ଯ୍ୟପରାଗ ସମୟରେ କୌଣସି ଖାଦ୍ୟ ଖାଇବା ଉଚିତ ନୁହେଁ ତା ଛଡା ଏହି ସମୟରେ କୌଣସି ଖାଦ୍ୟ ତିଆରି କରନ୍ତୁ ନାହିଁ ।ଆଉ ଆଗରୁ ଥିବା ଖାଦ୍ୟ ବି ଖନ୍ତୁ ନାହିଁ ।
-ଏହି ସମୟରେ ଠାକୁର ପୂଜା ବା ମନ୍ଦିର ଆଡି ଯାଇ ପୂଜାର୍ଚ୍ଚନା କରନ୍ତୁ ନାହିଁ ।ଏହି ସମୟରେ ଧୀରେ ବଶି କେବଳ ଠାକୁରଙ୍କର ଆରାଧନା କରନ୍ତୁ ।
-ପରାଗ ସମୟର ସୂର୍ଯ୍ୟ କିରଣ ଅଶୁଭ ଅଟେ ତେଣୁ ଏହାକୁ ଘର ଭିତରକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ ।
-ପରାଗ ପରେ ଘରକୁ ଗଙ୍ଗା ପାଣି ଚିଂଛି ପବିତ୍ର ନିଶ୍ଚିତ କରନ୍ତୁ ।

ସୂର୍ଯ୍ୟପରାଗ ର ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ ନିୟମ:-

-ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସେମାନେ ସୂର୍ଯ୍ୟପରାଗ ସମୟରେ ବାହାରକୁ ବହାରନ୍ତୁ ନାହିଁ କାରଣ ଏହା ସେମାନଙ୍କ ପାଇଁ ଅଶୁଭ ଅଟେ ।
-ପରାଗ ବେଳେ କୌଣସି ଜିନିଷ କଟାକଟି କରନ୍ତୁ ନାହିଁ ଓ ସିଲେଇ ଆଦି କାର୍ଯ୍ୟ ବି କରନ୍ତୁ ନାହିଁ ।
-ତେବେ ଶାସ୍ତ୍ର ଅନୁସାରେ ଗର୍ଭବତୀ ମହିଳା ମାନେ ଏହି ସମୟରେ କୌଣସି କାର୍ଯ୍ୟ କରିବା ଅନୁଚିତ ଓ କଳା ବସ୍ତ୍ର ବି ଏହି ସମୟରେ ପିନ୍ଧନ୍ତୁ ନାହିଁ ।ଏସବୁରୁ ଖରାପ ପ୍ରଭାବ ପିଲା ଉପରେ ପଡିଥାଏ ।

କୋଉ 8ଟି ରାଶି ଉପରେ ସୂର୍ଯ୍ୟପରାଗର ପ୍ରଭାବ ପଡିବ:-

-ତେବେ ସୂର୍ଯ୍ୟପରାଗର ପ୍ରଭାବ ଗ୍ରହ ନକ୍ଷତ୍ର ଉପରେ ବି ପଡିଥାଏ ତେବେ ସେଥିପାଇଁ ଏଥର ସୂର୍ଯ୍ୟପରାଗର ଶୁଭ ପ୍ରଭାବ ଏହି 8ଟି ରାଶି ଉପରେ ପଡିବାକୁ ଯାଉଛି ମେଷ, ମିଥୁନ,ସିଂହ,ବିଛା, ମକର, କୁମ୍ଭ ଓ କର୍କଟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.