ଗୀତା, ଭାଗବତ ପରି ଅନେକ ପବିତ୍ର ଗ୍ରନ୍ଥ ରହିଛି, ଯେଉଁଥିରେ ଏମିତି ଅମୂଲ୍ୟ ବାswamiଣୀ ରହିଛି ଯାହାକୁ ପ୍ରତ୍ୟେକ ମଣିଷ ପାଳନ କରିବା ଉଚିତ ।ତେବେ ଏହି ସେମିତି ଏହି ଭାଗବତ ଗୋଟିଏ ବାର୍ତ୍ତା ରହିଛି ପ୍ରତ୍ୟେକ ନାରୀ ମାନଙ୍କ ପାଇଁ, ଯାହା ବିଷୟରେ ଖୁବ କମ ନାରୀ ଅବଗତ ଥିବେ ।
ଜଣେ ବିବାହିତ ନାରୀ ପାଇଁ ସ୍ୱାମୀ ଦେବତା ହେଇଥାଏ, ଆଉ ଯଦି ସେହି ସ୍ୱାମୀର ସ୍ତ୍ରୀ ଅପମାନ କରିଥାଏ ତାହେଲେ ସ୍ତ୍ରୀ ବହୁତ ବଡ଼ ପାପ ଅଧିକାରୀ ହୁଏ ।ତେବେ ସେହି ପାପ କଣ ଆସନ୍ତୁ ଆଜିର ଏହି ପ୍ରବଚନ ରୁ ଜାଣିବା ।
ତେବେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ରେ ଉଭୟ ସମାନ ହେଲେ ବି ଜଣେ ସ୍ତ୍ରୀ ପାଇଁ ସ୍ୱାମୀ ସବୁ ଦେବତା ଠାରୁ ବଡ଼ ହେଇଥାଏ ।ଆଉ ବିବାହିତା ନାରୀ ସ୍ୱାମୀ ର ସବୁବେଳେ ସମ୍ମାନ କରିବା ଉଚିତ ।ତେବେ ଶ୍ରୀମଦ ବାୟାବାବା ନିଜର ଏକ ପ୍ରବଚନ ରେ ଶ୍ରୀମଦ ଭାଗବତ ଆଲୋଚନା କରୁଥିବା ବେଳେ କହିଥିଲେ କି ଯେଉଁ ନାରୀ ସ୍ୱାମୀର ଅପମାନ କରିଥାଏ ତା ଠାରୁ ଅଭାଗା କେହି ନୁହେଁ ।ତେବେ ବାବା ଏହି କଥା ଭଗବତ ରେ ରହିଛି କହିଥିବା ବେଳେ ଆହୁରି ଅନେକ କଥାର ଖୁବ ସୁନ୍ଦର ଭାବରେ ଆଲୋଚନା କରୁଥିବାର ନଜର ଆସିଛନ୍ତି ।
ବାବା କହିଛନ୍ତି ଭଗବତ ର ଏକ ଶ୍ଳୋକ ରେ କୁହାଯାଇଛି କି ଯେଉଁ ନାରୀ ସ୍ୱାମୀ କୁ କଟୁ କଥା କହିଥାଏ ସେହି ନାରୀ ଖୁବ ଅଭାଗା ଅଟେ ।ସ୍ୱାମୀ ଦେବତା ଅଟନ୍ତି, ବିବାହିତ ନାରୀଙ୍କ ପାଇଁ ଦେବାଦେବୀ ଠାରୁ ବଡ଼ ତାଙ୍କ ସ୍ୱାମୀ ଆଉ ଏହି ସ୍ୱାମୀ ର କେବେ ଅନାଦର ହତାଦର କରିବା ଉଚିତ ନୁହେଁ ।ଏହାଛଡ଼ା ଦୁହିତା ଦୁଇ କୂଳକୁ ହିତା, ତେଣୁ ଏହି ଦୁହିତା ଜୀବନରେ କେବେ ସୁଖ ନଥାଏ ସବୁବେଳେ ଦୁଃଖରେ ରହିବାକୁ ପଡିଥାଏ ।ତେଣୁ ନାରୀ ର ଜୀବନ ସବୁବେଳେ ପରିବର୍ତ୍ତନ ହେଇଥାଏ ଆଉ ସେହି ଅନୁସାରେ ତାଙ୍କୁ ପାଦ ପକେଇ ଚାଲିବାକୁ ପଡେ ।
ତେବେ ବାବା ନାରୀ ମାନଙ୍କ ପାଇଁ ଏହି କଥା ରଖି ଥିବା ବେଳେ ଅନେକ ବାର୍ତା ସାଧାରଣ ଲୋକଙ୍କୁ ଦେଇଛନ୍ତି ।ତେବେ ଭଗବାନ ସେହି ବ୍ୟକ୍ତି କୁ ନିଜ ସଭାରେ ସାମିଲ କରିଥାନ୍ତି ଯେଉଁମାନେ ମନ ଭିତରୁ କିଛି ଆଶା ରଖି ନଥାନ୍ତି ।ଏହାଛଡା ଯେଉଁ ବିଦ୍ୟା ନର୍କରୁ ତରିବାର ରାସ୍ତା ଦେଖାଇଥାଏ, ଆଉ ଭଗବାନ ସେତେବେଳେ ଆପଣଙ୍କ କଥା ଶୁଣିଥାନ୍ତି ଯେତେବେଳେ ଆପଣ ହସ ହସ ମୁହଁରେ ତାଙ୍କୁ କିଛି କହିଥାନ୍ତି ।ତେବେ ଶ୍ରୀମଦ ବାୟାବାବା ଏହିପରି କିଛି ସମାଜ କଲ୍ୟାଣ କଥା ଗୁଡିକ ନିଜ ପ୍ରବଚନ ରେ ଶୁଣାଇଛନ୍ତି ।ତେବେ ଏତେ ଅଳ୍ପ ବୟସରୁ ବାବା ଙ୍କର ଏମିତି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ସମସ୍ତଙ୍କ ପାଇଁ ପ୍ରେରଣା। ଦେଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।