ବନ୍ଧୁମାନେ ବହୁତ ସମୟରେ ବାପାମାଆ ଖୁବ ଜଲଦି ପ୍ରେଗନେଣ୍ଟ ହେବାକୁ ଚାହାନ୍ତି ।କିନ୍ତୁ ବହୁତ ସମୟରେ ଯେତେ ଚେଷ୍ଟା କଲେ ବି ରିଲେଶନ ପରେ ନାରୀ ମାନେ ଗର୍ଭବତୀ ହେଇ ପାରନ୍ତି ନାହିଁ ।ତେବେ ଏସବୁ ପଛରେ ଅନେକ କାରଣ ରହିଥାଏ କିନ୍ତୁ ଉଭୟ ପୁରୁଷ ଓ ନାରୀ ଯଦି କିଛି ପ୍ରୟାସ କରିବେ ତେବେ ଆପଣ ଯେତେବେଳେ ଚାହିଁବେ ସେତେବେଳେ ପିଲା ପାଇଁ ଚେଷ୍ଟା କରି ପାରିବେ ।ତେବେ ବର୍ତ୍ତମାନ ବହୁତ ଡାକ୍ତରୀ ଔଷଧ ବାହାରିଲାଣି କିନ୍ତୁ ଆପଣ ଚାହିଁଲେ ନିଜ ଘରେ ରହି ନିଜର ଅଣ୍ଡାକୁ ବଡାଇ ପାରିବେ ଆଉ ଜଲଦି ଗର୍ଭଧାରଣ କରିପାରିବେ
ତେବେ ଆମେ ଆଜି ଗୋଟିଏ ଘରୋଇ ରିମେଡି ବିଷୟରେ ଜଣାଇବୁ ଯାହା ମାତ୍ର ଦୁଇଟି ଜିନିଷ ରେ ଆପଣ ତିଆରି କରି ପାରିବେ ।ତେବେ ଏହାକୁ ଯଦି ଆପଣ 2ରୁ 3 ମାସ ଯାଏ ନେଉଛନ୍ତି ତେବେ ଦେଖିବେ ଆପଣଙ୍କ ଅଣ୍ଡାର କ୍ବାଲିଟି ବଡିବା ସହିତ ଖୁବ ଜଲଦି ପିଲା ବି ରହି ପାରିବ ।ତେବେ ଆସନ୍ତୁ ସେହ ରିମେଡି ବିଷୟରେ ଟିକିନିଖି ଜାଣିବା ।
ଆବଶ୍ୟକ ସାମଗ୍ରୀ:-
-ଡାଲଚିନି
-କଳା ଜିରା
ରେମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ଆପଣ ଆପଣ ପ୍ରଥମେ ଡାଲିଚିନି ନିଅନ୍ତୁ ତେବେ ଏଥିରେ ଏତେ ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ ରହିଥାଏ ।ତେବେ ଏହି ଆଣ୍ଟିଆକ୍ସିଡେଣ୍ଟ ଗୁଡିକ ଆପଣ ଶରୀରକୁ ଡିଟକ୍ସ୍ କରି ଫ୍ରି ରାଡିକାଲ ବାହାର କରିଦେଇଥାଏ ଆଉ ଭଲ କ୍ବାଲିଟି ର ଅଣ୍ଡା ତିଆରି କରିଥାଏ ।ଆଉ କଳା ଜିରା ବି ଅଣ୍ଡା ତିଆରି ବଡାଇବାର ସାହାଯ୍ୟ କରିଥାଏ ।
-ତେବେ ଆପଣ ଗୋଟିଏ ପେନରେ କିଛି ଡାଲଚିନି କୁ ଅଳ୍ପ ଭାଜି ନିଅନ୍ତୁ ତାପରେ ତାକୁ ଭଲ କରି ଗୁଣ୍ଡ କରି ଚଳେଇ ନିଅନ୍ତୁ ।ଏବେ ଠିକ ସେହିପରି କଳା ଜିରା କୁ ବି ଭାଜି ଗୁଣ୍ଡ କରି ନିଅନ୍ତୁ ।ଆଉ ଏହି ଦୁଇଟି ଗୁଣ୍ଡକୁ ଡବାରେ ରଖି ଦିଅନ୍ତୁ, ତେବେ ରାତିରେ ଶୋଇବା ଆଗରୁ ଆପଣ ଏହି ଦୁତିରୁ ଅଧା ଚାମୁଚ ଲେଖାଏ ନେଇ ଉଷୁମ ପାଣିରେ ମିଶାଇ ପିଅନ୍ତୁ ।
-ତେବେ ଯେତେବେଳେ ଆପଣ ଯଦି ଭୁଲି ଯାଉଛନ୍ତି ଏହି ଡ୍ରିଙ୍କ ରାତିରେ ନେବାକୁ ତେବେ ଆପଣ ସକାଳେ ସେହି ଡ୍ରିଙ୍କ ନେଇ ପାରିବେ ।ତେବେ ଆପଣ ଚାହିଁଲେ ଏହି ଡ୍ରିଙ୍କରେ ମହୁ ଓ ଲେମ୍ଵ ରସ ମିଶେଇ ନେଇ ପାରିବେ କିନ୍ତୁ ଆପଣଙ୍କ ଡାଇବେଟିସ ନଥିବା ଦରକାର ।।ଆଉ ଦିନକୁ ଦୁଇ ଥର ନିହାତି ପିଅନ୍ତୁ ଲଗାତର 2ରୁ 3 ମାସ ଯାଏ ମଦେଖିବେ ଆପଣ ବହୁତ ଜଲଦି ଗର୍ଭବତୀ ହେଇ ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।