Daily news update , Real odisha local news

ଟଙ୍କା ଦେ ନହେଲେ Video ଭାଇରାଲ କରିଦେବୁ, ପୁଅ ଝିଅଙ୍କୁ ସମୁଦ୍ରରେ ଏକା ଦେଖି ଯାହା କଲେ ନା… ଦେଖନ୍ତୁ video

0 124

ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ଆଜି କାଲି ଆମ ସମାଜ ରେ କେଉଁ ଭଳି ଭାବରେ ଅସାମଜିକ ବ୍ୟକ୍ତି ମାନ ଙ୍କ ର କାର୍ଯ୍ୟ କଳାପ ଦିନ କୁ ଦିନ ବଢିବା ରେ ଲାଗିଛି। ଏହି ଅସାମଜିକ ବ୍ୟକ୍ତି ମାନଙ୍କ ପାଇଁ ନାହିଁ ନଥିବା ସମସ୍ୟା ରେ ପଡୁଛନ୍ତି ସାଧାରଣ ଲୋକେ, ଜନ ସାଧାରଣ ସ୍ଥାନ ରୁ ଆରମ୍ଭ କରି ପର୍ଯ୍ୟଟକ ସ୍ଥଳୀ ଚାରିଆଡେ ରହିଛି ଭୟ।

ତେବେ ବର୍ତ୍ତମାନ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯିବେ।

ତେବେ ଘଟଣା ଟି ହେଉଛି ବାଲେଶ୍ଵର ଜିଲ୍ଲା ର ବାଲିଆପାଳ ଜିଲ୍ଲା ର ଡଗରା ସମୁଦ୍ର କୂଳରେ ,ଯେଉଁ ଠାରେ ଜଣେ ପୁଅ ଓ ଝିଅ ପଡି ଯାଇଥିଲେ କିଛି ଅସାମଜିକ ବ୍ୟକ୍ତି ଙ୍କ ହାବୁଡ଼ ରେ ।ଆଉ ତା ପରେ ଯାହା ସବୁ ତାଙ୍କ ସହ ହୋଇଥିଲା ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।ତେବେ ସୂଚନା ଅନୁସାରେ ବାଲେଶ୍ଵର ରୁ ଜଣେ ଯୁବତୀ ତାଙ୍କର ପୁରୁଷ ବନ୍ଧୁ ଙ୍କ ସହ ଡ଼ଗରା ସମୁଦ୍ର କୁଳ କୁ ବୁଲିବା ପାଇଁ ଯାଇଥିଲେ। ତେବେ ସମୁଦ୍ର କୂଳରେ ବୁଲିବା ସମୟ ରେ ସେମାନେ ଫୋଟ ଉଠେଇବା ପାଇଁ ଟିକେ ଦୂର କୁ ଚାଲି ଯାଇଥିଲେ।

ଆଉ ଯୁବକ ଓ ଯୁବତୀ ଙ୍କୁ ଏହିପରି ଏକା ଦେଖି ପାଖ ଅଞ୍ଚଳ ର କିଛି ଅସାମଜିକ ବ୍ୟକ୍ତି ତାଙ୍କୁ ଘେରି ପକେଇ ଥିଲେ। ଏହା ପରେ ସେମାନେ ତାଙ୍କୁ ଅନେକ ପ୍ରକାରର କଥାବାର୍ତ୍ତା କରିଥିଲେ ,ଏପଟେ ଏକୁଟିଆ ଝିଅ ଟିଏ ବହୁତ ଭୟଭୀତ ହୋଇ ଯାଇଥିଲା କେତେବେଳେ କିଏ ତା ସହ କଣ କରିଦେବ ଏ ନେଇ ସେ ବ୍ୟସ୍ତ ହେଉଥିଲା। ତେବେ ଅସାମଜିକ ବ୍ୟକ୍ତି ମାନେ ତାଙ୍କର ଭିଡ଼ିଓ ବନାଇ ଥିଲେ ଆଉ ତାଙ୍କୁ ଭିଡ଼ିଓ ଟିକୁ ଭାଇରାଲ କରିବେ ବୋଲି କହି ଧମକ ମଧ୍ୟ ଦେଉଥିଲେ। ତେବେ ଉଭୟ ଅସାମଜିକ ବ୍ୟକ୍ତି ଏବଂ ସେହି ଯୁବକ ଙ୍କ ସହ କିଛି ସମୟ ଯୁକ୍ତି ହୋଇଥିଲା।

ଆଉ ଏହା ପରେ ଯୁବକ ଜଣଙ୍କ ଠାରୁ ୬ ହଜାର ଟଙ୍କା ଦାବି କରିଥିଲେ ଅସାମଜିକ ବ୍ୟକ୍ତି ମାନେ ମାତ୍ର ଯୁବକ ଜଣଙ୍କ ଏକ ହଜାର ଟଙ୍କା ଦେଇ ସେଠାରୁ ପଳେଇ ଯାଇଥିଲେ। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ।ତେବେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ଯେ ଯଦି ଏହିଭଳି ଭାବରେ ପର୍ଯ୍ୟଟକ ସ୍ଥଳୀ ରେ ଅସାମାଜିକ ବ୍ୟକ୍ତି ମାନେ ବୁଲିବେ ଏବଂ ଦାଦାଗିରି କରିବେ ତେବେ ଲୋକେ ସେଠାକୁ ଯିବାକୁ ଇଚ୍ଛା କରିବେ ନାହିଁ। ତେବେ ଭିଡ଼ିଓ ଟି ଭାଇରାଲ ହେବା ପରେ ଅପେକ୍ଷା ରହିଲା କି ଡ଼ଗରା ପୋଲିସ ଉକ୍ତ ଅସାମାଜିକ ବ୍ୟକ୍ତି ଙ୍କୁ ଗିରଫ କରିଛି କିମ୍ବା ନାହିଁ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.