ସୁନ୍ଦର ଆଉ ମୋତି ପରି ଚମକୁଥିବା ଦାନ୍ତ କାହାକୁ ବା ଦରକାର ନାହିଁ ।କିନ୍ତୁ ବର୍ତ୍ତମାନ ଏହିପରି ଦାନ୍ତ ସମସ୍ତଙ୍କ ପାଇଁ ସ୍ୱପ୍ନ ହେଇ ଗଲାଣି । ନାନା କାରଣ ଯୋଗୁଁ ଦାନ୍ତର ରଙ୍ଗ ବଦଳି ହଳଦିଆ ଆଉ କଳା ପଡିଯାଉଛି ।ଆଉ ଯେତେବେଳେ କାହା ସାମ୍ନାରେ କଥା ହେଉଛନ୍ତି ସେତେବେଳେ କେହି ଆପଣଙ୍କ ଦାନ୍ତକୁ ଦେଖି ପ୍ରଶ୍ନ କରୁଛନ୍ତି ।ଆଉ ଏହା ଠାରୁ ଲଜାର କଥା କଣ ହେଇ ପାରେ, ତେବେ ବହୁତ ସମୟରେ ଅଧିକ ଏସିଡିଟି,ପାନ ଓ ତମାଖୁ ଆଦି ଖାଇବା ଯୋଗୁଁ ବି ଦାନ୍ତ ର ରଙ୍ଗ ଖରାପ ହେଇ ଯାଉଛି ।ତେବେ ଏମିତି ଦାନ୍ତ କୁ କେମିତି ସଫା କରିବେ ତାହା ଚିନ୍ତାର ବିଷୟ ।
ତେବେ ଆମେ ଆଜି ଗୋଟିଏ ଏମିତି ଉପାୟ ଖୀବୁ ଯାହାକୁ ବ୍ୟବହାର କରି ଆପଣ ଗୋଟିଏ ମାସ ଭିତରେ ପୁରା ଧଳା ଚକଚକ ଦାନ୍ତ ପାଇ ପାରିବେ ।ତେବେ ତାହା କେମିତି ସେଥିପାଇଁ ଆସନ୍ତୁ ଜାଣିବା ଏକ ଶସ୍ତା କିନ୍ତୁ ଉପକାରୀ ଘରୋଇ ରିମେଡି ବିଷୟରେ ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ରସୁଣ
-ଟୁଥ ପେଷ୍ଟ
-ହଳଦୀ
-ଲେମ୍ବୁ
-ଖାଇବା ସୋଢା
ରେମେଡି ପ୍ରସ୍ତୁତି ପ୍ରଣାଳୀ:-
-ପ୍ରଥମେ ରିମେଡି ଆପଣ ପ୍ରଥମେ ଦୁଇ ପାଖୁଡା ରଶୁଣ ନିଅନ୍ତୁ, ଆଉ ସେହି ରଶୁଣ କୁ ଭଲ ଭାବରେ ଚେଞ୍ଚି ଗୁଣ୍ଡ କରି ନିଅନ୍ତୁ ।ଏବେ ଗୋଟିଏ ପାତ୍ରରେ ସେହି ଗୁଣ୍ଡ କରିଥିବା ରଶୁଣ କୁ ରଖନ୍ତୁ ତାପରେ ସେଥିରେ 6 ରୁ 7 ବୁନ୍ଦା ଲେମ୍ବୁ ରସ, ବ୍ୟବହାର କରୁଥିବା ଟୁଥ ପେଷ୍ଟ ରୁ ଅଳ୍ପ, ଅଳ୍ପ ହଳଦୀଗୁଣ୍ଡ ଓ ଶେଷରେ ଅଳ୍ପ ଖାଇବା କୁ ସେହି ପାତ୍ରରେ ରଖନ୍ତୁ ।ଏହାପରେ ସେହି ସବୁକୁ ଭଲ ଭାବରେ ଗୋଳାନ୍ତୁ ଯେମିତି ଏକ ପେଷ୍ଟ ପରି ହେଇଯିବ ।ଏହା ପରେ ତାକୁ ଏକ କାଚ ଜାର ଭିତରେ ପୁରେଇ ଫ୍ରିଜରେ ରଖି ଦିଅନ୍ତୁ ଯାହା ଦ୍ୱାରା ରିମେଡି ଖରାପ ହେବ ନାହିଁ ।
-ତେବେ ମନେ କରି ସବୁଦିନ ସକାଳେ ବ୍ରସ କଲା ବେଳେ ସେହି ପେଷ୍ଟ ରୁ ଅଳ୍ପ ବ୍ରସରେ ନେଇ ଦୁଇ ଦିନ ଅନ୍ତରରେ ବ୍ରସ କରନ୍ତୁ ।ଆଉ ବ୍ରସ କଲାବେଳେ ହଳଦିଆ ଦାନ୍ତ କୁ ଭଲ ଭାବରେ ଘଷନ୍ତୁ ।ତେବେ ଏମିତି ଲଗାତାର ଏକ ମାସ ଧରି କରି ଚାଲନ୍ତୁ ଆଉ ତାପରେ ରେଜଲ୍ଟ ଦେଖନ୍ତୁ ।
ତେବେ ପେଷ୍ଟ ତିଆରି କରିବା ଯେତିକି ସହଜ ଏଥିରେ ସେମିତି କିଛି ଖର୍ଚ୍ଚ ବି ନାହିଁ ତେଣୁ ଆପଣ ସହଜରେ ନିଜ ଘରେ ତିଆରି କରି ପାରିବେ ।ଆଉ ମନେ ରଖନ୍ତୁ ଏହି ପେଷ୍ଟ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଦାନ୍ତ ଧଳା ହେବା ସହିତ ଦାନ୍ତରେ ଯଦି ପାଇରିଆ ବା ଅନ୍ୟ କୌଣସି ସମସ୍ୟା ଥାଏ ତେବେ ସେସବୁ ବି ଦୂର ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।