Daily news update , Real odisha local news

Singer Asima Panda Live: ଭଜନ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଗଲେ….ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ…

0 4,979

ବିବାଦ ଘେରରେ ଛନ୍ଦି ହେଲେ ଓଲିଉଡ ଗାୟିକା ଅସୀମା ପଣ୍ଡା। ଷ୍ଟେଜ ରେ ପ୍ରଫର୍ମାନ୍ସ ବେଳେ ଭଜନ ଗୀତ କୁ ନେଇ ଏହିପରି କହିବା ପଡିଯାଇଛି ମହାଙ୍ଗା ।ତେବେ ମେଳଣ ରେ ଗୀତ ଗାଇବା କୁ ଯାଇ ଭଜନ କୁ ନେଇ ଖାମ ଖିଆଲି କଥା କହି ବର୍ତ୍ତମାନ ପବ୍ଲିକ ଟ୍ରଲ ର ସ୍ବୀକାର ହୋଇଛନ୍ତି ଅସୀମା ପଣ୍ଡା। ତେବେ ବର୍ତ୍ତମାନ ଚାରିଆଡେ ତାଙ୍କର ଏହି କଥା କୁ ନେଇ ଚର୍ଚ୍ଚା ଚାଲିଛି ଆଉ ଏହା ତାଙ୍କର କ୍ୟାରିୟର ଉପରେ ପ୍ରଭାବ ପକେଇ ପାରେ ବୋଲି ଆଶା କରାଯାଉଛି ମଧ୍ୟ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

ତେବେ ବନ୍ଧୁଗଣ ଆପଣ ମାନେ ଗାୟିକା ଅସୀମା ପଣ୍ଡା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ , ସେ ଜଣେ ପ୍ରଭାବଶାଳୀ ଗାୟିକା ଅଟନ୍ତି ଏବଂ ନିଜ ସୁନ୍ଦର ଭୋଏସ ମାଧ୍ୟମ ରେ ସାରା ଓଡିଶା ବାସୀ ଙ୍କ ହୃଦୟ ରେ ଘର କରି ବସିଛନ୍ତି। ତେବେ ତାଙ୍କ ଜୀବନ ରେ ସେ ଅନେକ ଦୁଃଖ କଷ୍ଟ ପାଇବା ପରେ ସଂଘର୍ଷ କରି ଆଜି ଏହି ସ୍ଥାନ ରେ ପହଁଚି ଥିଲେ। ମାତ୍ର ଯେଉଁ ଭଜନ ରୁ ସେ ତାଙ୍କର ଗାୟିକା ଜୀବନ ଆରମ୍ଭ କରିଥିଲେ ଆଉ ସେହି ଭଜନ ଉପରେ ଏପଟ ସେପଟ କଥା କହି ବିବାଦ ଘେର ରେ ପଡିଯାଇଛନ୍ତି।

ତେବେ ସୂଚନା ଅନୁସାରେ, ଗତ ୧୪ ତାରିଖ ରେ ଗାୟିକା ଅସୀମା ପଣ୍ଡା ଯାଜପୁର କୁ ମେଳଣ ବା ଷ୍ଟେଜ ପ୍ରଫର୍ମାନ୍ସ ପାଇଁ ନିମନ୍ତ୍ରିତ ହୋଇ ଆସିଥିଲେ। ତେବେ ସେଠାରେ ସେ ତାଙ୍କର ଗୀତ ଗାଉଥିବା ବେଳେ ଦର୍ଶକ ମାନ ଙ୍କୁ ତାଳି ମାରିବା କୁ କହିଥିଲେ। ତେବେ ସେ କିଛି ଏହିପରି କହିଥିଲେ କି , “ତୁମେ ମାନେ ଯଦି ତାଳି ନମାରିବ ତେବେ ମୁଁ ଭଜନ ଗୀତ ଗାଇବା ଆରମ୍ଭ କରିଦେବି ମୋ ପାଖରେ ପୁରା ଭଜନ ର ଷ୍ଟକ ରହିଛି।
ତୁମେ ମାନେ ଯଦି ଏହିପରି ଶୁଖିଲା ଶୁଖିଲା ରହିବ ତେବେ ମୁଁ ବି ଶୁଖିଲା ଭଜନ ଗୀତ ଗାଇଦେବୀ”।

ତେବେ ତାଙ୍କର ଏହି କଥା କୁ ନେଇ କଡା ସମାଲୋଚନା ହୋଇଛି , ତେବେ ଅସୀମା ଙ୍କ ର ଏହିପରି କହିବାର ଅର୍ଥ ଏହା ରହିଛି ଯେ , ଭଜନ ଗୀତ ଶୁଖିଲା ଗୀତ ଆଉ ଆମେ କେବଳ ଆଧୁନିକ ଗୀତ ପାଇଁ ପାଗଳ ହେଉଛୁ ବୋଲି। ତେବେ ତାଙ୍କର ଏହି କଥା କୁ ନେଇ ସମସ୍ତେ ସମାଲୋଚନା କରିଥିଲେ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ତେବେ କିନ୍ତୁ ଅନ୍ୟ ଜଣେ ଗାୟକ କହିଛନ୍ତି କି , ଅସୀମା ବଧେ ଜୋସ ରେ ଏହିପରି କହିଦେଇଛନ୍ତି ତେବେ ତାଙ୍କର କ୍ଷମା ମାଗିଦେଇ ସମସ୍ୟା ର ସମାଧାନ କରିନେବା ଉଚିତ ବୋଲି। ତେବେ ଭିଡ଼ିଓ ଟି ଖୁବ ଚର୍ଚ୍ଚା ରେ ଚାଲିଛି ବର୍ତ୍ତମାନ, ଆପଣ ନିଜର ମତ ନିଶ୍ଚିତ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.